ETV Bharat / business

50 ହଜାର ଛୁଇଁଲା ସୁନା, 60 ହଜାର ଟପିଲା ରୂପା କିଲୋ - ସୁନା 50 ହଜାର ଟଙ୍କା

ବଢିଚାଲିଛି ସୁନା ଦାମ । କୋରୋନା ସଙ୍କଟ କାଳରେ ସୁରକ୍ଷିତ ନିବେଶ ସୁନା ଓ ଉଦ୍ୟୋଗ ଜଗତର ସମର୍ଥନ ଯୋଗୁଁ ରୂପା ଦାମ ରେକର୍ଡ ସ୍ତରରେ । ଅଧିକ ପଢନ୍ତୁ..

50 ହଜାର ଟଙ୍କା ଛୁଇଁଲା ସୁନା, ରୂପା କିଲୋ 60 ହଜାର ଟପିଲା

author img

By

Published : Jul 22, 2020, 3:15 PM IST

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପା ଦାମ ଜୋରଦାର ବୃଦ୍ଧି ହୋଇଛି। ଏଥିଯୋଗୁଁ ଘରୋଇ ଫ୍ୟୁଚର ବଜାରରେ ଉଭୟ ମହଙ୍ଗା ଧାତୁ ଦାମ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ବୁଧବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦାମ 10 ଗ୍ରାମ ପିଛା 50,000 ଟଙ୍କା ସହ ରେକର୍ଡ ମୁହାଁ ରହିଛି । ସେହିପରି ରୂପା ଦାମ କିଲୋ ପିଛା 60,000 ଟଙ୍କା ପାର କରିଛି ।

ଭାରତୀୟ ଫ୍ୟୁଚର ବଜାରରେ ରୂପା ଦାମ କିଲୋ ପ୍ରତି 2013 ଜାନୁଆରୀ 23ରେ 59,974 ଟଙ୍କାକୁ ଉଛୁଳିଥିଲା । ଯାହାକି ସର୍ବୋଚ୍ଚ ରେକର୍ଡ ଥିବା ବେଳେ ଏବେ ଏହାକୁ ଭାଙ୍ଗି ନୂଆ ରେକର୍ଡ କରିଛି ରୂପା ।

ଅନ୍ତରାଷ୍ଟ୍ରୀୟ ଫ୍ୟୁଚର ବଜାର କମେକ୍ସରେ ଆଉନ୍ସ ପ୍ରତି ରୂପା ଦାମ 23 ଡଲାର ଡେଇଁଛି । ସେହିପରି କମେକ୍ସରେ ସୁନା ଦାମ ଆଉନ୍ସ ପ୍ରତି 1866.75 ଡଲଲାରକୁ ବଢିଛି । ଯାହାକି 2011 ସେପ୍ଟେମ୍ବର 9 ପରେ ସର୍ବୋଚ୍ଚ ସ୍ତର । ସେହି ସମୟରେ ସୁନା ଦାମ ଆଉନ୍ସ ପ୍ରତି 1881 ଡଲାର ପାଖାପାଖି ଥିଲା । ତା ପୂର୍ବରୁ ଅର୍ଥାତ 2011 ସେପ୍ଟେମ୍ବର 6 ରେ ସୁନା ଆଉନ୍ସ ପ୍ରତି 1911.60 ଡଲାରକୁ ବୃଦ୍ଧି ପାଇଥିଲା । ଯାହାକି ଏ ପର୍ଯ୍ୟନ୍ତର ଏକ ରେକର୍ଡ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.