ନୂଆଦିଲ୍ଲୀ: ବିଶ୍ବ ସ୍ମାର୍ଟଫୋନ ମାର୍କେଟରେ 2020ର ପ୍ରଥମ ତ୍ରୈୟମାସରେ 13 ପ୍ରତିଶତ ହ୍ରାସ ରେକର୍ଡ । ଏହାର ମୁଖ୍ୟ କାରଣ ହେଉଛି ଚୀନ ବଜାର । ଯାହାକି କୋଭିଡ-19 ସଂକ୍ରମଣ ପ୍ରସାର ମୁଖ୍ୟ କେନ୍ଦ୍ର । ଏକ ନୂଆ ରିପୋର୍ଟରେ ଏନେଇ ଖୁଲାସା ହୋଇଛି ।
କାଉଣ୍ଟରପଏଣ୍ଟ ରିସର୍ଚ୍ଚ ନିଜ ରିପୋର୍ଟରେ କହିଛି ଯେ ସାମସଙ୍ଗ ସ୍ମାର୍ଟଫୋନ ମାର୍କେଟର ନେତୃତ୍ବ ନେବା ସହ ଏହି ତ୍ରୈୟମାସରେ ଗ୍ଲୋବାଲ ସ୍ମାର୍ଟଫୋନ ସିପମେଣ୍ଚର ଏକ-ପଞ୍ଚମାଂଶ ଅଂଶଧନ ଅଧିଗ୍ରହଣ କରିଛି ।
2014 ପରେ ଏହା ପ୍ରଥମ ଥର, ଯେବେ ସ୍ମାର୍ଟଫୋନ ମେକର ଏକ ତ୍ରୈୟମାସରେ 300 ମିଲିୟନ(30 କୋଟି) ୟୁନିଟ ତଳକୁ ଖସିଛନ୍ତି । ରିପୋର୍ଟରେ ଦର୍ଶାଯାଇଛି କି, ବର୍ତ୍ତମାନ କାୟା ବିସ୍ତାର କରୁଥିବା କୋରୋନା ଭାଇରସ ପ୍ରକୋପରେ ଆଗାମୀ ତ୍ରୈୟମାସରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ ରହିବ ।