ETV Bharat / business

ଅମ୍ବାନୀକୁ ଟପି ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଆଦାନୀ

author img

By

Published : Feb 5, 2022, 10:41 AM IST

ସମ୍ପତ୍ତି କ୍ଷେତ୍ରରେ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ । ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ । ଅଧିକ ପଢନ୍ତୁ

ବିଶ୍ବର ୧୦ମ ଶ୍ରେଷ୍ଠ ଧନୀ ଭାବେ ଅମ୍ବାନୀକୁ ଟପିଲେ ଅଦାନୀ

ନୂଆଦିଲ୍ଲୀ: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ । ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ । ଏହା ସଙ୍ଗେ ସଙ୍ଗେ ସେ ବିଶ୍ବର ୧୦ମ ଶ୍ରେଷ୍ଠ ଧନୀ ଭାବେ ସ୍ଥାନ ପାଇଛନ୍ତି । Forbes Real Time Billionaires List ରିପୋର୍ଟରେ ଏହା କୁହାଯାଇଛି । Forbes ଅନୁଯାୟୀ, ଆଦାନୀଙ୍କ ସମ୍ପତ୍ତି ୯୦.୧ ବିଲିୟନ ଡଲାର ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୦ ବିଲିୟନ ଡଲାର୍ ରହିଛି । ଲମ୍ବା ସମୟ ଧରି ଅମ୍ବାନୀ ଭାରତ ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି ରହିଥିଲେ ।

ପ୍ରଥମ ଥର ପାଇଁ ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ବାଦ୍ ପଡିଛନ୍ତି । ଉଭୟ ଶିଳ୍ପପତି ଅମ୍ବାନୀ ଓ ଆଦାନୀଙ୍କ ସମ୍ପତ୍ତି ଜୁକରବର୍ଗଙ୍କ ସମ୍ପତ୍ତିକୁ ଅତିକ୍ରମ କରିଛି । ମୁକେଶ ଅମ୍ବାନୀ ବିଶ୍ବ ବିଲିୟନେୟାର ତାଲିକାରେ ଏକାଦଶତମ ରାଙ୍କରେ ରହିଛନ୍ତି । ବିଶ୍ବବ୍ୟାପୀ ଷ୍ଟକ ବଜାରରେ ଜାରି ହ୍ରାସ ଧାରା ଯୋଗୁଁ ଟପ୍ ଅରବପତିଙ୍କ ସମ୍ପତ୍ତି ଏଭଳି ଭାବେ ପ୍ରଭାବିତ ହୋଇଛି । ଯେଉଁ କାରଣରୁ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ତାଲିକା ମଧ୍ୟ ଏଥର ଓଲଟପାଲଟ ହୋଇଯାଇଛି ।

ଫେସବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟାର ସେୟାର ମୂଲ୍ୟରେ ଭାରି ହ୍ରାସ ଯୋଗୁଁ ଜୁକରବର୍ଗ ବର୍ତ୍ତମାନ ତାଲିକାର ୧୨ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୪.୮ ବିଲିୟନ ଡଲାରକୁ ଖସି ଆସିଛି । ଏହି ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି ଟେଲସା ମାଲିକ ଏଲନ୍ ମସ୍କ । ଫ୍ରାନ୍ସର ବର୍ଣ୍ଣାଡ ଆର୍ଣ୍ଣୋଲ୍ଟ ୧୬୭ ବିଲିୟନ ଡଲାର ସହ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଆମାଜାନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ତୃତୀୟ, ମାଇକ୍ରୋସପ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଚତୁର୍ଥ, ଲ୍ୟାରୀ ପେଜ୍ ପଞ୍ଚମ, ଗୁଲର ସହ ପ୍ରତିଷ୍ଠାତା ସର୍ଗି ବ୍ରିନ ଷଷ୍ଠ, ୱାରେନ ବଫେଟ୍ ସପ୍ତମ, ଲାରି ଏଲିଜନ ଅଷ୍ଟମ, ଷ୍ଟେଭ୍ ବଲମେର ନବମ ଓ ଦଶମରେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.