ETV Bharat / business

ଫେସବୁକ-ଜିଓ ଚୁକ୍ତି : 11 ପ୍ରତିଶତ ଉଛୁଳିଲା ଆରଆଇଏଲ ସେୟାର

author img

By

Published : Apr 23, 2020, 12:32 AM IST

ଜିଓ ପ୍ଲାର୍ଟଫର୍ମ ଲିମିଟେଡରେ ଫେସବୁକ 5.7 ଅରବ ଡଲାର ତଥା 43,574 କୋଟି ଟଙ୍କା ନିବେଶ କରିଛି । ଏଥିଯୋଗୁଁ ପୁଞ୍ଜି ବଜାରରେ ମୁକେଶ ଅମ୍ବାନୀଙ୍କ ଆରଆଇଏଲ ସେୟାର ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

reliance industries stock rises by more than 11 percent
ଫେସବୁକ-ଜିଓ ଚୁକ୍ତି : 11 ପ୍ରତିଶତ ଉଛୁଳିଲା ଆରଆଇଏଲ ସେୟାର

ନୂଆଦିଲ୍ଲୀ: ଜିଓ ଏବଂ ଫେସବୁକର ବୁଝାମଣା ଯୋଗୁଁ 11 ପ୍ରତିଶତ ଉଛୁଳିଲା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ(ଆରଆଇଏଲ) ସେୟାର । ଫଳରେ ଲଗାତାର ହ୍ରାସରେ ଚାଲିଥିବା ସେୟାର ବଜାରରେ ଅଭିବୃଦ୍ଧି ଫେରିଛି ।

କାରବାର ଆରମ୍ଭରେ ବିଏସିଇରେ ଆରଆଇଏଲ ସେୟାର 8.34 ପ୍ରତିଶତ ବୃଦ୍ଧି ପାଇ 1,339.20 ଟଙ୍କାରେ ପହଞ୍ଚିଥିବା ବେଳେ ଏନଏସଏଇରେ କମ୍ପାନୀ ସେୟାର 8.27 ପ୍ରତିଶତ ବଢି 1,339.70 ଟଙ୍କା ରହିଛି ।

ଦ୍ବିପ୍ରହରରେ ଏହି ଷ୍ଟକରେ 10 ପ୍ରତିଶତ ଅପର ସର୍କିଟ ଲାଗିଥିଲା । ଯାହା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ କାରବାର 15 ମିନିଟ ପାଇଁ ବନ୍ଦ ରହିଥିଲା । ଏଭଳି ଭାବେ 30 ସେୟାର ଆଧାରିତ ସେନସେକ୍ସ ଓ 50 ସେୟାର ନିଫ୍ଟି ସର୍ବାଧିକ ବୃଦ୍ଧି ଆରଆଇଏଲରେ ଦେଖିବାକୁ ମିଳିଥିଲା ।

ଏଥିଯୋଗୁଁ କମ୍ପାନୀର ବଜାର ମୁଲ୍ୟାଙ୍କନ ମଧ୍ୟ 45,527.62 କୋଟି ଟଙ୍କା ବୃଦ୍ଧି ପାଇ 8,29,084.62 କୋଟି ଟଙ୍କା ରହିଛି ।

ବୁଧବାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର କମ୍ପାନୀ ଜିଓ ପ୍ଲାର୍ଟଫର୍ମ ଲିମିଟେଡରେ ଫେସବୁକ 5.7 ଅରବ ଡଲାର ତଥା 43,574 କୋଟି ଟଙ୍କା ନିବେଶ କରିଛି । ଫଳରେ ଏବେ ଜିଓର 10 ପ୍ରତିଶତ ସେୟାର ଫେସବୁକର ହୋଇଛି ।

ଏହି ବୁଝାମଣା ଦ୍ବାରା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ନିଜ ଋଣ ବୋଝକୁ କମ କରିପାରିବ । ଏଥିସହ ଭାରତରେ ଫେସବୁକ ସ୍ଥିତି ଆହୁରି ମଜବୁତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.