ETV Bharat / business

ଆଶ୍ବସ୍ତି ! ପୁଣି ହ୍ରାସ ହେଲା ଡିଜେଲ ଦାମ

author img

By

Published : Sep 7, 2020, 2:58 PM IST

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ଲଗାତାର ହ୍ରାସ ପ୍ରଭାବରେ ଖସୁଛି ଡିଜେଲ ଦାମ । ଆଗକୁ ପେଟ୍ରୋଲ ଦାମ ମଧ୍ୟ ହ୍ରାସ ସମ୍ଭାବନା ରହିଛି । ଅଧିକ ପଢନ୍ତୁ..

ଆଶ୍ବସ୍ତି ! ପୁଣି ହ୍ରାସ ହେଲା ଡିଜେଲ ଦାମ
ଆଶ୍ବସ୍ତି ! ପୁଣି ହ୍ରାସ ହେଲା ଡିଜେଲ ଦାମ

ନୂଆଦିଲ୍ଲୀ: ସୋମବାର ପୁଣି ଡିଲେଜ ଦାମ ହ୍ରାସ ହୋଇଛି । ଲିଟର ପିଛା ଡିଜେଲ ଦାମ ଆଜି 10ରୁ 12 ପଇସା ଖସିଛି । ଫଳରେ ମହଙ୍ଗା ଡିଜେଲ ଚିନ୍ତାରୁ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ଲଗାତାର ହ୍ରାସ ଜାରି ରହିଛି । ଯାହା ଦ୍ବାରା ଆଗାମୀ ଦିନରେ ଡିଜେଲ ଦାମରେ ଆହୁରୀ ହ୍ରାସ ସମ୍ଭାବନା ଅଛି । ଅଶୋଧିତ ତୈଳ ଦାମ ହ୍ରାସ ଦ୍ବାରା ପେଟ୍ରୋଲ ଦାମ ବି କମିପାରେ ।

ତୈଳ ମାର୍କେଟିଂ କମ୍ପାନୀ ସୋମବାର ଡିଜେଲ ଦାମ ଲିଟର ପ୍ରତି ଦିଲ୍ଲୀ ଓ କୋଲକତାରେ 11 ପଇସା ଓ ମୁମ୍ବାଇରେ 12 ପଇସା ଓ ଚେନ୍ନାଇରେ 10 ପଇସାହ୍ରାସ କରିଛି ।

ଇଣ୍ଡିଆନ ଅଏଲ ୱେବସାଇନ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ ଦାମ ହ୍ରାସ ହୋଇ ଲିଟର ପ୍ରତି କ୍ରମଶଃ 73.16, 76.66 , 79.69 ଓ 78.48 ଟଙ୍କା ରହିଛି । ତେବେ ପେଟ୍ରୋଲ ଦାମ ଲିଟର ପିଛା କ୍ରମଶଃ 82.08 , 83.57 , 88.73 ଓ 85.04 ଟଙ୍କାରେ ସ୍ଥିର ରହିଛି ।

ତେଲ ମାର୍କେଟିଂ କମ୍ପାନୀ ଚଳିତ ମାସରେ ଡିଜେଲ ଦାମରେ ଏବେ ସୁଦ୍ଧା 3 ଥର ହ୍ରାସ କରିଛନ୍ତି । ଯାହା ପରେ ଦେଶ ରାଜଧାନୀ ଦିଲ୍ଲୀରେ ଡିଜେଲ ଦାମ ଲିଟର ପ୍ରତି 40 ପଇସା ଖସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.