ETV Bharat / business

ପେଟ୍ରୋଲଠୁ 1.09 ଟଙ୍କା ମହଙ୍ଗା ଡିଜେଲ - ଦିଲ୍ଲୀରେ ତେଲ ତାତି

ପୁଣି ବଢିଲା ଡିଜେଲ ଦାମ । ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଠାରୁ ବହୁତ ମହଙ୍ଗା ଡିଜେଲ ଦାମ । ପରିବହନ ଶିଳ୍ପକୁ ବଡ ଚଡକ । ଅଧିକ ପଢନ୍ତୁ..

ପେଟ୍ରୋଲଠୁ  1.09 ଟଙ୍କା ମହଙ୍ଗା ଡିଜେଲ
ପେଟ୍ରୋଲଠୁ 1.09 ଟଙ୍କା ମହଙ୍ଗା ଡିଜେଲ
author img

By

Published : Jul 18, 2020, 2:20 PM IST

ନୂଆଦିଲ୍ଲୀ:ଶନିବାର ବି ବଢିଲା ଡିଜେଲ ଦାମ । ଆଜିକୁ ମିଶାଇ ଲଗାତାର 2 ଦିନ ଧରି ଡିଜେଲ ଦାମ ବୃଦ୍ଧି ରେକର୍ଡ ହୋଇଛି । କିନ୍ତୁ ପେଟ୍ରୋଲ ଦାମ କ୍ରମାଗତ 19 ଦିନ ଧରି ସ୍ଥିର ରହିଛି । ଦେଶର ରାଜଧାନୀରେ ଏବେ ଡିଜେଲ ପେଟ୍ରୋଲ ଠାରୁ ଲିଟର ପ୍ରତି 1.09 ଟଙ୍କା ମହଙ୍ଗା ହୋଇଛି ।

ତେଲ ମାର୍କେଟିଂ କମ୍ପାନୀ ଶନିବାର ଦିଲ୍ଲୀରେ ଡିଜେଲ ଦାମ ଲିଟର ପ୍ରତି 17 ପଇସା ବୃଦ୍ଧି କରିଥିବା ବେଳେ କୋଲକତାରେ 18 ପଇସା, ମୁମ୍ବାଇରେ 15 ପଇସା ଓ ଚେନ୍ନାଇରେ 13 ପଇସା ବଢାଇଛନ୍ତି । ଯେତେବଳେ କି ଏ ବର୍ଷରେ ଏବେ ସୁଦ୍ଧା ପେଟ୍ରୋଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଇଣ୍ଡିଆନ୍ ଅଏଲର ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଲଗାତାର 19 ଦିନ ଧରି ପେଟ୍ରୋଲ ଦାମ ଲିଟର ପ୍ରତି ଯଥାକ୍ରମେ 80.43, 82.10, 87.19 ଟଙ୍କା ଏବଂ83.63 ଟଙ୍କା ରହିଛି । କିନ୍ତୁ ଏହି 4 ମେଟ୍ରୋରେ ଡିଜେଲ ଦାମ ଡିଜେଲ ପିଛା ଯଥାକ୍ରମେ 81.52, 76.67, 79.71 , 78.50କୁ ଟଙ୍କାରେ ପହଞ୍ଚିଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ସପ୍ତାହର ସୀମିତ ସୀମାରେ ରହିଛି । କିନ୍ତୁ ପୂର୍ବର ସପ୍ତାହ ତୁଳନାରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ । ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା 43 ଡଲାରରୁ ଅଧିକ ଏବଂ WTI ବ୍ୟାରେଲ ପିଛା 40 ଡଲାରରୁ ଅଧିକ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.