ETV Bharat / business

ଶସ୍ତା ହେଲା ଡିଜେଲ, ପେଟ୍ରୋଲ ଦାମ ସ୍ଥିର

author img

By

Published : Sep 26, 2020, 4:00 PM IST

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଶନିବାର ପୁଣି ହ୍ରାସ ହୋଇଛି ଡିଜେଲ ଦାମ । କିନ୍ତୁ ପେଟ୍ରୋଲ ଦାମ ସ୍ଥିର ରହିଛି ।

ଶସ୍ତା ହେଲା ଡିଜେଲ , ପେଟ୍ରୋଲ ଦାମ ସ୍ଥିର
ଶସ୍ତା ହେଲା ଡିଜେଲ , ପେଟ୍ରୋଲ ଦାମ ସ୍ଥିର

ନୂଆଦିଲ୍ଲୀ: କୋଭିଡ-19 ମାମଲା ବୃଦ୍ଧି ଓ ଚାହିଦା ହ୍ରାସ ଯୋଗୁଁ ଖସୁଛି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ । ଯାହା ଫଳରେ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଶନିବାର ତେଲ କମ୍ପାନୀ ପକ୍ଷରୁ ଡିଜେଲ ଦାମ ଲିଟର ପ୍ରତି 16 ପଇସା ହ୍ରାସ ହୋଇଛି । ତେବେ ପେଟ୍ରୋଲ ଦାମ ସ୍ଥିର ରହିଛି ।

ରାଜଧାନୀ ଦିଲ୍ଲୀରେ ଡିଜେଲ ଦାମ ଲିଟର ପ୍ରତି 16 ପଇସା ହ୍ରାସ ହୋଇ 70.94 ଟଙ୍କା ରହିଛି । ଶୁକ୍ରବାର ଏହାର ଦାମ ଲିଟର ପିଛା 71.10 ଟଙ୍କା ରହିଥିଲା । ସେପଟେ ପେଟ୍ରୋଲ ଦାମ ଲିଟର ପିଛା 81.06 ଟଙ୍କାରେ ଅପରିବର୍ତ୍ତିତ ରହିଛି ।

ଅନ୍ୟପଟେ ମୁମ୍ବାଇ, ଚେନ୍ନାଇ ଏବଂ କୋଲକତା ଭଳି ଅନ୍ୟ ମେଟ୍ରୋ ସହରରେ ଡିଜେଲ ଦାମ ଲିଟର ପିଛା 15ରୁ 18 ପଇସା କମିଛି । ସେପ୍ଟେମ୍ବର 10ରୁ ଏବେ ସୁଦ୍ଧା ଡିଜେଲ ଦାମ ଲିଟର ପିଛା 1 ଟଙ୍କାରୁ ଊର୍ଦ୍ଧ୍ବ ହ୍ରାସ ହୋଇଛି ।

ଶନିବାର ଅଶୋଧିତ ତୈଳ ଦାମ ମଧ୍ୟ ହ୍ରାସ ହୋଇ ବ୍ୟାରେଲ ପିଛା 41 ଡଲାର ରହିଛି । ଯେତେବେଳେ କି ଏହା ଦିନକ ପୂର୍ବରୁ ବ୍ୟାରେଲ ପ୍ରତି 42 ଡଲାର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.