ETV Bharat / business

କୋରୋନା ସଙ୍କଟ: ଏବର୍ଷ 12.7 କୋଟି ସ୍ମାର୍ଟଫୋନ ବିକିବ ଭାରତ

ଏ ବର୍ଷ ଆରମ୍ଭରେ 16.2 କୋଟି ସ୍ମାର୍ଟଫୋନ ବିକ୍ରି ନେଇ ଲକ୍ଷ୍ୟ ରଖାଯାଇଥିଲା । ହେଲେ କୋରୋନା ଓ ଲକଡାଉନ ମଧ୍ୟରେ ବ୍ୟବସାୟ, ଆୟ ପ୍ରଭାବିତ ହୋଇଥିବାରୁ ଯୋଗାଣ ସହ ଚାହିଦା ମଧ୍ୟ ହ୍ରାସ ପାଇଛି । ଅଧିକ ପଢନ୍ତୁ..

author img

By

Published : Jun 10, 2020, 3:28 PM IST

India to sell 127 million smartphones this year
କୋରୋନା ସଙ୍କଟ: ଏ ବର୍ଷ 12.7 କୋଟି ସ୍ମାର୍ଟଫୋନ ବିକିବ ଭାରତ

ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ଯୋଗାଣ ଓ ଚାହିଦା ଉଭୟ ପ୍ରଭାବିତ । ଏଥିଯୋଗୁଁ ଏ ବର୍ଷ ଭାରତ କେବଳ 12.7 କୋଟି ସ୍ମାର୍ଟଫୋନ ବିକ୍ରି କରିପାରିବ ! ଯାହାକି ବର୍ଷ ଆରମ୍ଭରେ କରାଯାଇଥିବା ଆକଳନ ଠାରୁ ପ୍ରାୟ 21.6 ପ୍ରତିଶତ କମ । ଏକ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି ।

ବର୍ଷ ଆରମ୍ଭରେ 16.2 କୋଟି ସ୍ମାର୍ଟଫୋନ ବିକ୍ରି ନେଇ ଲକ୍ଷ୍ୟ ରଖାଯାଇଥିଲା । ହେଲେ କୋରୋନା ଓ ଲକଡାଉନ ମଧ୍ୟରେ ବ୍ୟବସାୟ, ଆୟ ପ୍ରଭାବିତ ହୋଇଥିବାରୁ ଯୋଗାଣ ସହ ଚାହିଦା ମଧ୍ୟ ହ୍ରାସ ପାଇଛି ।

ମାର୍କେଟ ରିସର୍ଚ୍ଚ ଫର୍ମ TechArc ଅନୁଯାୟୀ, 2019 ତୁଳନାରେ 2020ରେ 12.5 ପ୍ରତିଶତ ବିକ୍ରି ହ୍ରାସ ହେବ । 2019 ରେ 14.5 କୋଟି ସ୍ମାର୍ଟଫୋନ ବିକ୍ରି ହୋଇଥିଲା ।

ବିକ୍ରିର ମୋଟ 92 ପ୍ରତିଶତରେ 5,001ରୁ 25,000 ଟଙ୍କାର ସେଲଫୋନ ସାମିଲ ରହିବ । ରିପୋର୍ଟ ମୁତାବକ, ଏଣ୍ଟ୍ରି ଲେବଲ ସେଗମେଣ୍ଟ (5,000 ଟଙ୍କା ପର୍ଯ୍ୟନ୍ତ)ରେ ହ୍ରାସ ଜାରି ରହିବ । ଯେତେବଳେ କି ପ୍ରିମିୟମ ସେଗମେଣ୍ଟ( 50,000 ଟଙ୍କା ଓ ତା ଠୁ ଅଧିକ) କମ ପ୍ରଭାବିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.