ନୂଆଦିଲ୍ଲୀ: କୋକାକୋଲା ଇଣ୍ଡିଆ ଲଞ୍ଚ କଲା ବଟରମିଲ୍କ ପ୍ରଡକ୍ଟ । କମ୍ପାନୀ ନିଜର ବେଭରେଜ ବ୍ରାଣ୍ଡ ଭିଓ (VIO) ଅନ୍ତର୍ଗତ ସ୍ପାଇସଡ ବଟରମିଲ୍କ ମାର୍କେଟକୁ ଆଣିଛି ।
ଦହିରେ ତିଆରେ ଭିଓ ସ୍ପାଇସଡ ବଟରମିଲ୍କରେ ପାରମ୍ପରିକ ଘର ତିଆରି ଚହ୍ଲାର ଶୁଦ୍ଧତା ଓ ମସଲା ରହିଛି । ଏଭଳି ଭାବେ ଏହା ଭାରତୀୟ ଉପଭୋକ୍ତାଙ୍କ ପାଇଁ ଉପଯୁକ୍ତ ରହିଛି । ଏହି ଉତ୍ପାଦରେ କୌଣସି ରଙ୍ଗ ମିଶାଯାଇନାହିଁ । ଏହା 15 ଟଙ୍କାର ଆକର୍ଷଣୀୟ ମୂଲ୍ୟରେ 180 ml ସୁବିଧାଜନକ ଆସେପ୍ଟିକ୍ ପ୍ୟାକେଜିଂରେ ଆସିଥାଏ |
ଭିଓ ସ୍ପାଇସଡ ବଟରମିଲ୍କ ସହ କୋକାକୋଲାର ବର୍ତ୍ତମାନ ବେଭରେଜର ବିସ୍ତାର କରାଯାଇଛି । ଯେପରି ଉପଭୋକ୍ତାଙ୍କୁ ଅଧିକ ବିକଳ୍ପ ମିଳିବ । ଭିଓ ସ୍ପାଇସଡ ବଟରମିଲ୍କ ଆଇଡିଆ କମ୍ପାନୀ ହାଇପର ଲୋକାର ରଣନୀତିର ଏକ ଅଂଶ । ଯାହା ଭାରତର ସ୍ଥାନୀୟ ଉତ୍ପାଦ ବିକାଶ ଉପରେ କେନ୍ଦ୍ରୀଭୂତ । ଆଉ ଏହି କ୍ଷେତ୍ରର ଉପଭୋକ୍ତାଙ୍କ ପସନ୍ଦ ସହ ମେଳ ଖାଇଥାଏ ।