ETV Bharat / business

ଦୁର୍ବଳ ସେୟାର ବଜାର, ନିବେଶକ ହତାଶ - ବୈଶ୍ବିକ ବଜାର

ବିଶ୍ବ ବଜାର ପ୍ରଭାବରେ ଘରୋଇ ବଜାର ବେଲଗାମ । ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ତଳମୁହାଁ ସହ ନିବେଶକ ହତାଶ ।

share market
ଦୁର୍ବଳ ବଜାର, ସେନସେକ୍ସ 1 ହଜାର ପଏଣ୍ଟ ହ୍ରାସ
author img

By

Published : Apr 21, 2020, 6:08 PM IST

ମୁମ୍ବାଇ: ବିଶ୍ବ ସ୍ତରରେ ରାଜନୈତିକ ଓ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଭାରତୀୟ ସେୟାର ବଜାରରେ କୋରୋନାର ପ୍ରଭାବ। ମଙ୍ଗଳବାର ସେନସେକ୍ସ 1,000ରୁ ଊର୍ଦ୍ଧ୍ବ ପଏଣ୍ଟ ଖସି 31 ହଜାର ତଳେ କାରବାର କରୁଥିଲା ବେଳେ ନିଫ୍ଟି 9 ହଜାର ପଏଣ୍ଟ ଛୁଇଁନି ।

କୋରୋନା ସଙ୍କଟ ମଧ୍ୟରେ ଚାହିଦା କମିଥିବାରୁ ଅଶୋଧିତ ତୈଳ ଦାମ ଐତିହାସିକ ହ୍ରାସ ପାଇଛି। ସୋମବାର ଆମେରିକା ବଜାରରେ ଅଶୋଧିତ ତୈଳ ଦାମ 2 ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା ବେଳେ ଦେଶର ତୈଳ କମ୍ପାନୀ ଦେବାଳିଆ ଆଶଙ୍କାରେ ଗତି କରୁଛନ୍ତି । ଏଭଳି ବିଭିନ୍ନ ସଙ୍କଟ ଭିତରେ ମଙ୍ଗଳବାର ସେୟାର ବଜାରରେ ପ୍ରବଳ ହ୍ରସ ଦେଖିବାକୁ ମିଳିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସୂଚକାଙ୍କ ସେନସେକ୍ସ 1,011.29 ପଏଣ୍ଟ ଖସି 30,636.71 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ନିଫ୍ଟି 280.40 ପଏଣ୍ଟ କମି 8981.45ରେ କାରବାର ବନ୍ଦ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.