ETV Bharat / business

ଭାରତୀୟ ଷ୍ଟାର୍ଟଅପରେ ଚୀନ ନିବେଶ 4 ବର୍ଷରେ 12 ଗୁଣା ବଢିଛି

author img

By

Published : Jun 27, 2020, 1:35 PM IST

ଭାରତର ଅନେକ ନାମୀଦାମୀ ଷ୍ଟାର୍ଟଅପ କମ୍ପାନୀରେ ଚୀନର ନିବେଶ ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଗତ 4 ବର୍ଷରେ ଚୀନର ନିବେଶ ଏହି ଷ୍ଟାର୍ଟଅପ ଗୁଡିକରେ 12 ଗୁଣା ବଢିଛି । ଅଧିକ ପଢନ୍ତୁ..

ଭାରତୀୟ ଷ୍ଟାର୍ଟଅପରେ ଚୀନ ନିବେଶ 4 ବର୍ଷରେ 12 ଗୁଣା ବଢିଛି
ଭାରତୀୟ ଷ୍ଟାର୍ଟଅପରେ ଚୀନ ନିବେଶ 4 ବର୍ଷରେ 12 ଗୁଣା ବଢିଛି

ନୂଆଦିଲ୍ଲୀ:ଗତ 4 ବର୍ଷରେ ଦେଶର ଷ୍ଟାର୍ଟଅପରେ ଚୀନ ନିବେଶ 12 ଗୁଣା ବୃଦ୍ଧି ହୋଇ 2019ରେ ଏହା 4.6 ଅରବ ଡଲାରରେ ପହଞ୍ଚିଛି । ଯାହାକି 2016ରେ 38.1 କୋଟି ଡଲାର ଥିଲା । ତଥ୍ୟ ଏବଂ ଏହାର ବିଶ୍ଳେଷଣରେ ଜଡିତ କମ୍ପାନୀ ଗ୍ଲୋବାଲ ଡାଟା ଅନୁଯାୟୀ, ଅଭିବୃଦ୍ଧି ଦୃଷ୍ଟିରୁ ସମ୍ଭାବନା ଥିବା ଅଧିକାଂଶ ଷ୍ଟାର୍ଟଅପ(Unicorns)କୁ ଚୀନ କମ୍ପାନୀ ଏବଂ ସେଠାର ନିବେଶ ୟୁନିଟର ସମର୍ଥନ ରହିଛି ।

Unicorns ସେହି ଷ୍ଟାର୍ଟଅପକୁ କୁହାଯାଇଥାଏ, ଯାହାର ମୁଲ୍ୟାଙ୍କନ 1 ଅରବ ଡଲାର କିମ୍ବା ତାଠାରୁ ଅଧିକ ରହିଥାଏ । ଡିଲ ହୋଇଥିବା ତଥ୍ୟର ଗ୍ଲୋବାଲ ଡାଟା ହିସାବରେ ଗତ 4 ବର୍ଷ ମଧ୍ୟରେ ଭାରତୀୟ ଷ୍ଟାର୍ଟଅପରେ ଚୀନ ପୁଞ୍ଜି ବିନିଯୋଗ 12 ଗୁଣା ବୃଦ୍ଧି ପାଇଛି । ଦେଶର ବହୁ Unicorn (24ରୁ 17)କୁ ଚୀନ କମ୍ପାନୀର ସମର୍ଥନ ମିଳୁଛି । ଏଥିରେ ଅଲିବାବା ଓ ଟେନସେଣ୍ଟ ମୁଖ୍ୟତଃ ସାମିଲ ରହିଛି ।

ଅଲିବାବା ଓ ତାର ସହଯୋଗୀ କମ୍ପାନୀ ସବୁ ଭାରତର ପେଟିଏମ, ସ୍ମାପଡିଲ, ବିଗ୍‌ବାସ୍କେଟ ଓ ଜୋମାଟୋ ଭଳି ଷ୍ଟାର୍ଟଅପରେ 2.6 ଅରବ ଡଲାର ନିବେଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.