ନୂଆଦିଲ୍ଲୀ: ଆକାଶଛୁଆଁ ପିଆଜ ଦର ଆଖିରୁ ଲୁହ ଶୁଖାଉନଥିବା ବେଳେ ସରକାରଙ୍କ ଘୋଷଣା ମନକୁ ଆଶ୍ବସ୍ତି ଦେଇଛନ୍ତି । ଯୋଗାଣ ହ୍ରାସ ଯୋଗୁଁ 60 ପାରେଇଲାଣି ପିଆଜ । ଏ ନେଇ ଉକ୍ଷୟ ବେପାରୀ ଓ ଖାଉଟି ଅସନ୍ତୋଷ । ଏପରି ସ୍ଥିତିରେ ଖାଇବା ଥାଳିକୁ ସ୍ବାଦିଷ୍ଟ କରି ଦରକୁ ନିୟନ୍ତ୍ରଣ ପାଇଁ ରାଜ୍ୟଗୁଡିକୁ କମ ଦାମରେ ପିଆଜ ପଠାଯିବ । ବୁଧବାର ଏ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି ।
ବଜାର ସନ୍ତୁଳନ ରକ୍ଷା ସହ ଗ୍ରାହକଙ୍କ ଚାହିଦା ମେଣ୍ଟାଇବା ପାଇଁ ଏବେ କେନ୍ଦ୍ର ସରକାର ଏକ କିଲୋ ପିଆଜକୁ 15.69ଟଙ୍କାରେ ଯୋଗାଇବେ । ଏହି କ୍ରମରେ ଦେଶର ରାଜଧାନୀକୁ ଶନିବାର ଠାରୁ 100 ଟନ ପିଆଜ ବିକ୍ରି ହେବ ।
ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବନ୍ୟା ଯୋଗୁଁ ପିଆଜ ଯୋଗାଣ ଭାରିମାତ୍ରାରେ ପ୍ରଭାବିତ ହୋଇଥିଲା । କିନ୍ତୁ ଏବେ ବି 35,000 ଟନ ପିଆଜ ମହଜୁଦ ରହିଛି । ଏସବୁକୁ ବଜାରକୁ ଛାଡି ଶସ୍ତାରେ ଗ୍ରାହକଙ୍କୁ ପିଆଜ ଯୋଗାଇବା ପାଇଁ ସରକାର ଚେଷ୍ଟା କରୁଥିବା ନେଇ ମନ୍ତ୍ରୀ କହିଛନ୍ତି ।