ETV Bharat / business

ଲଗାତାର 6 ଦିନ ଧରି ଧାରାଶାୟୀ ବଜାର, ସେନସେକ୍ସ 588 ପଏଣ୍ଟ ହ୍ରାସ

author img

By

Published : Jan 29, 2021, 7:50 PM IST

କେନ୍ଦ୍ର ବଜେଟ ଆଗତ ପୂର୍ବରୁ ବଜାର ବେହାଲ । ଲଗାତାର 6 ଦିନ ଧରି ସେୟାର ସୂଚକାଙ୍କ ତଳମୁହାଁ । ଏଭଳି ନକରାତ୍ମକ ସଙ୍କେତ ଆଗାମୀ ବଜେଟରେ ପକାଇପାରେ ପ୍ରଭାବ । ଅଧିକ ପଢନ୍ତୁ..

ଲଗାତାର 6 ଦିନ ଧରି ଧାରାଶାୟୀ ବଜାର, ସେସେକ୍ସ 588 ପଏଣ୍ଟ ହ୍ରାସ

ମୁମ୍ବାଇ: ପ୍ରବଳ ସେଲଅଫ ଯୋଗୁଁ ଶୁକ୍ରବାର ଲଗାତାର ଷଷ୍ଠ ଦିନରେ ଘରୋଇ ସେୟାର ବଜାର ହ୍ରାସରେ ବନ୍ଦ ହୋଇଛି । ସେନସକ୍ସ 588 ପଏଣ୍ଟରୁ ଅଧିକ ହ୍ରାସ ହୋଇଥିଲା ବେଳେ ନିଫ୍ଟି ପ୍ରାୟ 183 ପଏଣ୍ଟ କମିଛି । ଭାରୀ ଇତ୍ଥାନ-ପତନ କାରବାରରେ ଉଭୟ ପ୍ରମୁଖ ସୂଚକାଙ୍କ ବୃଦ୍ଧି ଓ ହ୍ରାସ ମଧ୍ୟ ଝୁଲିଲା ।

ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ସମୀକ୍ଷା 2020-21 ଆଗତ କରିଛନ୍ତି । ସୋମବାର କେନ୍ଦ୍ରୀୟ ବଜେଟ ଆଗତ କରିବେ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 588.59 ପଏଣ୍ଟ ହ୍ରାସ ହୋଇ 46,285.77 ରେ ପହଞ୍ଚିଛି ।

ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 182.95 ପଏଣ୍ଟ କମି 13,634.60 ରେ କାରବାର ଶେଷ କରିଛି । ଗତ 6 ଦିନରେ ଏନଏସଏଇ 1,010.10 ପଏଣ୍ଟ ଅର୍ଥାତ 6.89 ପଏଣ୍ଟ ଖସିଛି ।

ସେନସେକ୍ସ କମ୍ପାନୀରେ 26 ସେୟାର ତଳମୁହାଁ ରହିଛି । ଏଥିରେ ଡ. ରେଡ୍ଡୀଜ, ମାରୁତି ସୁଜୁକି, ଭାରତୀ ଏୟାରଟେଲ , ବଜାଜ ଅଟୋ, ଇମ୍ଫୋସିସ, ଟିସିଏସ ଓ ବଜାର ଫିନସର୍ଭ କ୍ଷତିରେ ରହିଥିବା ପ୍ରମୁଖ କମ୍ପାନୀ ହୋଇଛି ।

ସେପଟେ ବିଦେଶୀ ମୁଦ୍ରା ବଜାରରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କା 9 ପଇସା ବଢି 72.96 ରେ ବନ୍ଦ ହୋଇଛି । ଅଶୋଧିତ ତୈଳର ବୈଶ୍ବିକ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ 0.66 ପ୍ରତିଶତ ବଢି ବ୍ୟାରେଲ ପ୍ରତି 55.42 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.