ETV Bharat / business

ମଜବୁତ ସେୟାର ସୂଚକାଙ୍କ, ସେନସେକ୍ସ ସୁଦୃଢ

ବୈଶ୍ବିକ ସ୍ତରରେ ମିଶ୍ରିତ ସଙ୍କେତ ମଧ୍ୟରେ ଘରୋଇ ଇକ୍ୟୁଟି ବଜାରରେ ଭଲ ରହିଛି ପ୍ରଦର୍ଶନ । ବିଏସଇ ସେନସେକ୍ସ ସୋମବାର 11 ପଏଣ୍ଟ ବୃଦ୍ଧି ସହ ବନ୍ଦ କରିଛି କାରବାର । ଅଧିକ ପଢନ୍ତୁ..

ମଜବୁତ ସେୟାର ସୂଚକାଙ୍କ,  ସେନସେକ୍ସ ସୁଦୃଢ
ମଜବୁତ ସେୟାର ସୂଚକାଙ୍କ, ସେନସେକ୍ସ ସୁଦୃଢ
author img

By

Published : May 24, 2021, 10:04 PM IST

ମୁମ୍ବାଇ: ବୈଶ୍ବିକ ସ୍ତରରେ ମିଶ୍ରିତ ସଙ୍କେତ ମଧ୍ୟରେ ଘରୋଇ ଇକ୍ୟୁଟି ବଜାରରେ ଭଲ ରହିଛି ପ୍ରଦର୍ଶନ । ବିଏସଇ ସେନସେକ୍ସ ସୋମବାର 11 ପଏଣ୍ଟ ବୃଦ୍ଧି ସହ ବନ୍ଦ କରିଛି କାରବାର ।

ଏଚଡିଏଫସି ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଏଲ ଆଣ୍ଡ ଟି ସେୟାରରେ ବୃଦ୍ଧି ଦ୍ବାରା ବଜାର ସୁଦୃଢ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 111.42 ପଏଣ୍ଟ ଉଛୁଳି 50,651.90 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 22.4 ପଏଣ୍ଟର ସାମାନ୍ୟ ବଢି 15,197.70 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ସର୍ବାଧିକ ଲାଭରେ ଏସବିଆଇ ରହିଛି । ଏଥିରେ 2 ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ଆସିଛି । ଏହା ବ୍ୟତିତ ଏଲ ଆଣ୍ଡ ଟି , ଆଇଟିସି, ଡ ରେଡ୍ଡୀଜ , ଆକ୍ସିସ ବ୍ୟାଙ୍କ ଓ ପାୱରଗ୍ରୀଡର ସେୟାର ବି ବୃଦ୍ଧି ହୋଇଛି । ଅନ୍ୟପଟେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଅଲ୍ଟ୍ରାଟେକ ସିମେଣ୍ଟ, ଟାଇଟନ ଓ ବଜାଜ ଫିନସର୍ଭ ଆଦି ସେୟାର କ୍ଷତିରେ ଅଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 1.81 ପ୍ରତିଶତ ବଢି ବ୍ୟାରେଲ ପ୍ରତି 67.55 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.