ETV Bharat / business

ବ୍ୟାଙ୍କ ଋଣ 7.2 ଓ ଜମା 9.45 ପ୍ରତିଶତ ବଢିଲା - bank deposit

ଧୀମା ଆର୍ଥିକ ଅଭିବୃଦ୍ଧି ,ଚାହିଦା ହ୍ରାସ ଓ ବ୍ୟାଙ୍କରେ ନେଣଦେଣ କମିବା ଯୋଗୁଁ ଋଣ ବୃଦ୍ଧି ଦର ମନ୍ଥର ହେଉଛି । ଅଧିକ ପଢନ୍ତୁ..

bank advances grow 7.2 percent deposits rise 9.45 percent in fortnight ended april 10
ବ୍ୟାଙ୍କ ଋଣ 7.2 ଓ ଜମା 9.45 ପ୍ରତିଶତ ବଢିଲା
author img

By

Published : Apr 25, 2020, 5:31 PM IST

ନୂଆଦିଲ୍ଲୀ: ବ୍ୟାଙ୍କର ବଜାରରେ ରହିଥିବା ଋଣ ପରିମାଣ ଏପ୍ରିଲ 10 ସୁଦ୍ଧା 7.20 ପ୍ରତିଶତ ବଢି 103.39 ଲକ୍ଷ କୋଟିରେ ପହଞ୍ଚିଛି। ସେହିପରି ଏହି ଅବଧିରେ ବ୍ୟାଙ୍କରେ ଜମା ରାଶି 9.45 ପ୍ରତିଶତ ବୃଦ୍ଧି ପାଇ 137.14 ଲକ୍ଷ କୋଟି ଟଙ୍କା ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ସୂଚନା ଦେଇଛି ।

1 ବର୍ଷ ପୂର୍ବେ ସମାନ ଅବଧିରେ ବ୍ୟାଙ୍କ ଋଣ 96.44 ଲକ୍ଷ କୋଟି ଟଙ୍କା ଓ ଜମା 125.30 ଲକ୍ଷ କୋଟି ଟଙ୍କାରେ ଥିଲା । ତଥ୍ୟ ଅନୁସାରେ 2020 ମାର୍ଚ୍ଚ 31 ଶେଷ ସୁଦ୍ଧା ବ୍ୟାଙ୍କ ଋଣ ବୃଦ୍ଧି ହ୍ରାସ ପାଇ 6.14 ପ୍ରତିଶତ ରହିଥିଲା । ଯାହାକି 50 ବର୍ଷର ସର୍ବନିମ୍ନ ହ୍ରାସ ।

ଧୀମା ଆର୍ଥିକ ଅଭିବୃଦ୍ଧି ,ଚାହିଦା ହ୍ରାସ ଓ ବ୍ୟାଙ୍କରେ ନେଣଦେଣ କମିବା ଯୋଗୁଁ ଋଣ ବୃଦ୍ଧି ଦର ମନ୍ଥର ହେଉଛି । ଏହା ପୂର୍ବରୁ 1962 ମାର୍ଚ୍ଚ 31ର ସୁଦ୍ଧା ବ୍ୟାଙ୍କ ଋଣ ବୃଦ୍ଧି ପାଇ 5.38 ପ୍ରତିଶତ ଥିଲା ।

2019-20 ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡିକର ଜମା 7.93 ପ୍ରତିଶତ ବୃଦ୍ଧି ହୋଇ 135.71 ଲକ୍ଷ କୋଟିରେ ପହଞ୍ଚିଥିଲା । ଯାହାକି 1 ବର୍ଷ ପୂର୍ବେ 125.73 ଲକ୍ଷ କୋଟି ରହିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.