ETV Bharat / business

‘ବିଶ୍ବ ଅର୍ଥବ୍ୟବସ୍ଥାରେ ଗମ୍ଭୀର ସଙ୍କୋଚନ ସୁନିଶ୍ଚିତ’

author img

By

Published : Apr 18, 2020, 5:08 PM IST

’’କୋରୋନା ଭାଇରସ ଭଳି ସଙ୍କଟ ବିଶ୍ୱ ସ୍ତରରେ ପୂର୍ବରୁ କେବେ ଦେଖାଯାଇ ନଥିଲା। ଏହା ଅନେକ ଉଦୀୟମାନ ବଜାର ତଥା ବିକାଶଶୀଳ ଅର୍ଥନୀତି (EMDEs) ରେ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ।"

world economy bound to suffer severe recession imf
‘ବିଶ୍ବ ଅର୍ଥବ୍ୟବସ୍ଥାରେ ଗମ୍ଭୀର ସଙ୍କୋଚନ ସୁନିଶ୍ଚିତ’

ୱାଶିଂଟନ: କୋରୋନା ଝଡରେ ଟଳମଳ ବିଶ୍ବ ଅର୍ଥବ୍ୟବସ୍ଥା । ଏହି ମହାମାରୀ ସଙ୍କଟ ବହୁ ଉଦୀୟମାନ ବଜାର ଓ ବିକାଶଶୀଳ ଅର୍ଥନୀତି ପାଇଁ ଏକ ବଡ ଚ୍ୟାଲଞ୍ଜ । ଏ ନେଇ ଆଗୁଆ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମୁଖ୍ୟ କ୍ରିଷ୍ଟଲିନା ଜର୍ଜିଭା ରେଲ ଆଲର୍ଟର ସଙ୍କେତ ଦେଇଛନ୍ତି ।

ଆଇଏମଏଫ କହିଛି ଯେ, କୋରୋନା ଭାଇରସ ମହାମାରୀ ସଂକ୍ରମଣ ପୂର୍ବରୁ ବିଶ୍ବ ଅର୍ଥନୀତି ମନ୍ଥର ଗତିରେ ଥିଲା । କିନ୍ତୁ ବର୍ତ୍ତମାନର ବିପଦ ଅର୍ଥନୀତିର ସ୍ଥିତିକୁ ଶୋଚନୀୟ କରି ରଖିଛି । ଫଳରେ 2020ରେ ଅର୍ଥବ୍ୟବସ୍ଥାରେ ଗମ୍ଭୀର ସଙ୍କୋଚନ ସୁନିଶ୍ଚିତ।

ବିଶ୍ବ ବ୍ୟାଙ୍କ ଓ ଆଇଏମଏଫର ବାର୍ଷିକ ବୈଠକ ସମୟରେ ବିକାଶ ସମିତି ବୈଠକକୁ ସମ୍ବୋଧିତ କରି ଜର୍ଜିଭା କହିଛନ୍ତି ଯେ, ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଏକ ବିରାଟ ଆର୍ଥିକ ହ୍ରାସକୁ ଏଡାଯାଇପାରିବ ନାହିଁ। ସେହିପରି ଆଇଏମଏଫ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି କି, କୋଭିଡ -19 ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏଭଳି ସମୟରେ ଧକ୍କା ଦେଇଛି ଯେବେ ଏହା ପୂର୍ବରୁ ହିଁ ବାଣିଜ୍ୟ ବିବାଦ, ନୀତିଗତ ଅନିଶ୍ଚିତତା ଏବଂ ଭୌଗୋଳିକ ତିକ୍ତତା ମଧ୍ୟରେ ପେଶିହେଉଥିଲା ।

ଜର୍ଜିଭା କହିଛନ୍ତି, "କୋରୋନା ଭାଇରସ ଭଳି ସଙ୍କଟ ବିଶ୍ୱ ସ୍ତରରେ ପୂର୍ବରୁ କେବେ ଦେଖାଯାଇ ନଥିଲା। ଏହା ଅନେକ ଉଦୀୟମାନ ବଜାର ତଥା ବିକାଶଶୀଳ ଅର୍ଥନୀତି (EMDEs) ରେ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.