ETV Bharat / business

କୋରୋନା ଘାଟା: ବିଶ୍ବ ବ୍ୟାଙ୍କ ଦେବ 1 ଅରବ ଡଲାର - କୋରୋନା ଘାଟା

କୋରୋନା ସଙ୍କଟରୁ ମୁକୁଳିବା ପାଇଁ ଭାରତକୁ ବିଶ୍ବ ବ୍ୟାଙ୍କର ଆର୍ଥକ ସହାୟତା । କେବଳ ଭାରତ ନୁହେଁ କୋରୋନା ପ୍ରଭାବିତ ବହୁତ ଦେଶକୁ ସହାୟତା କରିବ ବିଶ୍ବବ୍ୟାଙ୍କ । ଅଧିକ ପଢନ୍ତୁ..

world bank approves one billion dollar emergency fund for india
କୋରୋନା ଘାଟା: ବିଶ୍ବ ବ୍ୟାଙ୍କ ଦେବ 1 ଅରବ ଡଲାର
author img

By

Published : Apr 4, 2020, 1:43 AM IST

ୱାଶିଂଟନ: କୋରୋନା ଭାଇରସ ମହାମାରୀ ପ୍ରଭାବରେ ପ୍ରଭାବିତ ଅର୍ଥନୀତି । କାରବାର, ରପ୍ତାନୀ ବନ୍ଦ ଯୋଗୁଁ ଦିନକୁ ପ୍ରାୟ 35 ହଜାର କୋଟିରୁ ଅଧିକ କ୍ଷତି ହେଉଛି । ଏସବୁର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ଭାରତ ପାଇଁ 1 ଅରବ ଡଲାରର ଜରୁରୀକାଳୀନ ପାଣ୍ଠି ଅନୁମୋଦନ କରିଛି ।

ଏହି ମହାମାରୀରେ ଦେଶର 76 ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ 2500 ଲୋକ ସଂକ୍ରମିତ ହୋଇଛନ୍ତି।

ଏନେଇ ଦୃଷ୍ଟି ଦେଇ ବିଶ୍ବ ବ୍ୟାଙ୍କ ଗୁରୁବାର କହିଛି ଯେ, ସହାୟତା ଯୋଜନା ଅଧିନରେ ପ୍ରଥମ ଚରଣରେ 1.9 ଅରବ ଡଲାର ଅନୁମୋଦନ ହୋଇଛି । ଯେଉଁଥିରେ 25 ଦେଶକୁ ସହଯୋଗ କରାଯିବ । ଏଥିସହ ତ୍ବରିତ ପ୍ରକ୍ରିୟା ରିଆରେ 40 ଦେଶରେ ନୂଆ ଅଭିଯାନ ଆରମ୍ଭ କରାଯିବ ।

ଏହି ଜରୁରୀକାଳୀନ ଆର୍ଥିକ ସହାୟତାର ବଡ ଭାଗ (1 ଅରବ ଡଲାର) ଭାରତକୁ ମିଳିବ ।

ବିଶ୍ବ ବ୍ୟାଙ୍କ ପକ୍ଷରୁ ଦକ୍ଷିଣ ଏସିଆରେ ପାକିସ୍ତାନ ପାଇଁ 200 ମିଲିୟନ ଡଲାର, ଆଫଗାନିସ୍ତାନ ପାଇଁ 100 ମିଲିୟନ ଡଲାର, ମାଲଦ୍ୱୀପ ପାଇଁ 73 ମିଲିୟନ ଡଲାର ଏବଂ ଶ୍ରୀଲଙ୍କା ପାଇଁ 12.86 ମିଲିୟନ ଡଲାରକୁ ମଞ୍ଜୁରୀ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.