ETV Bharat / business

୨୦୨୬ ଯାଏଁ କମିବନି ତେଲ ଦର ! ଜାଣନ୍ତୁ କଣ କହିଲେ ସୀତାରମଣ...

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ନହେବାର କାରଣ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୈଳଦର ବୃଦ୍ଧି ପାଇଁ ମୂଲ୍ୟ ବୃଦ୍ଧି ପାଇଁ କଂଗ୍ରେସ ନେତୃତ୍ବାଧିନ ୟୁପିଏ ସରକାରକୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Aug 16, 2021, 9:04 PM IST

୨୦୨୬ ଯାଏଁ କମିବନି ତେଲ ଦର ! ଯାଣନ୍ତୁ କଣ କହିଲେ ସୀତାରମଣ...

ନୂଆଦିଲ୍ଲୀ: ଦେଶର ତେଲରେ ଲାଗିଛି ନିଆଁ । ଆକାଶ ଛୁଆଁ ତେଲଦର କାରଣରୁ ଜନସାଧାରଣଙ୍କର ବଢିଛି ଚିନ୍ତା । କେବଳ ଏତିକି ନୁହେଁ, ଡିଜେଲ ଦର ବୃଦ୍ଧି ଯୋଗୁଁ ପରିବହନ ମୂଲ୍ୟରେ ବୃଦ୍ଧି ପାଉଛି । ଏଥିପାଇଁ ଦୈନନ୍ଦିନ ଜୀବନରେ ବ୍ୟବହୃତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି | ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ଜୋର ଧରିଛି ଦାବି । ଏହାରି ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ନହେବାର କାରଣ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୈଳଦର ବୃଦ୍ଧି ପାଇଁ ମୂଲ୍ୟ ବୃଦ୍ଧି ପାଇଁ କଂଗ୍ରେସ ନେତୃତ୍ବାଧିନ ୟୁପିଏ ସରକାରକୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୀତାରମଣ କହିଛନ୍ତି ଯେ ୟୁପିଏ ସରକାର 1.44 ଲକ୍ଷ କୋଟି ଟଙ୍କା ମୂଲ୍ୟର ତୈଳ ବଣ୍ଡ୍‌ ଜାରି କରି ଇନ୍ଧନ ମୂଲ୍ୟ ହ୍ରାସ କରିଥିଲେ। ପୂର୍ବ ୟୁପିଏ ସରକାର ପରି ବର୍ତ୍ତମାନର ସରକାର ଏଭଳି କୌଶଳ କରିପାରିବେ ନାହିଁ | ତେଲ ବଣ୍ଡ୍‌ ଯୋଗୁଁ ଆମ ସରକାର ଉପରେ ବୋଝ ସୃଷ୍ଟି ହୋଇଛି । ତେଣୁ ଆମେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ସକ୍ଷମ ନୁହେଁ ବୋଲି କହିଛନ୍ତି ସୀତାରମଣ ।

ତୈଳଦର ବୃଦ୍ଧି ଯୋଗୁଁ ଲୋକେ ଚିନ୍ତିତ ହେବା ସ୍ବାଭାବିକ। ଯେପର୍ଯ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟମାନେ ଏହାର ସମାଧାନ ନ କରନ୍ତି, ସେପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରିବା ସମ୍ଭବ ନୁହେଁ। ସୀତାରମଣ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ତୈଳ ବଣ୍ଡ ପାଇଁ ସରକାର 60,000 କୋଟିରୁ ଅଧିକ ସୁଧ ପ୍ରଦାନ କରିଛନ୍ତି ଏବଂ 1.30 ଲକ୍ଷ କୋଟି ଟଙ୍କା ଏପର୍ଯ୍ୟନ୍ତ ବକେୟା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ 2026 ସୁଦ୍ଧା 37,000 କୋଟି ଟଙ୍କା ସୁଧ ଦେବାକୁ ପଡିବ ।

ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଲିଟର ପିଛା 100ରୁ ଅଧିକ ମୂଲ୍ୟରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀରେ ୧ ଲିଟର ପେଟ୍ରୋଲର ମୂଲ୍ୟ 101 ଏବଂ 84 ପଇସା ରହିଥିବାବେଳେ ଡିଜେଲ ଲିଟର ପିଛା 89 ଟଙ୍କା 87 ପଇସା ମୂଲ୍ୟରେ ବିକ୍ରି ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.