ETV Bharat / business

‘ୟେସ୍ ବ୍ୟାଙ୍କର ହେବ ପୁର୍ନଗଠନ, ଜମାକାରୀ ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦିଆଯିବ ଦୃଷ୍ଟି’

author img

By

Published : Mar 6, 2020, 6:49 PM IST

Updated : Mar 6, 2020, 8:41 PM IST

ୟେସ୍ ବ୍ୟାଙ୍କର ଜମାକାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯିବ । ବ୍ୟାଙ୍କରେ ରହିଥିବା ଜମା ଓ କର୍ମଚାରୀଙ୍କ ଦରମାକୁ ସୁରକ୍ଷା ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି ।

Union Minister Nirmala Sitharaman on YesBank
ୟେସ ବ୍ୟାଙ୍କର ହେବ ପୁର୍ନଗଠନ, ଜମାକାରୀ ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦିଆଯିବ ଦୃଷ୍ଟି

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ଜମାକାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯିବ । ବ୍ୟାଙ୍କରେ ରହିଥିବା ଜମା ଓ କର୍ମଚାରୀଙ୍କ ଦରମାକୁ ସୁରକ୍ଷା ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । ଏହା ସହ ଅତିକମରେ 1 ବର୍ଷ ପାଇଁ କର୍ମଚାରୀଙ୍କୁ ଚାକିରି ଓ ଦରମା ପ୍ରଦାନ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ସହାୟତାରେ ୟେସ୍ ବ୍ୟାଙ୍କକୁ ପୁର୍ନଗଠନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସୀତାରମଣ ।

‘ୟେସ୍ ବ୍ୟାଙ୍କର ହେବ ପୁର୍ନଗଠନ, ଜମାକାରୀ ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦିଆଯିବ ଦୃଷ୍ଟି’

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, 2017 ମସିହାରୁ ଆରବିଆଇ କ୍ରମାଗତ ଭାବେ ୟେସ୍ ବ୍ୟାଙ୍କ ଉପରେ ଦୃଷ୍ଟି ରଖିଆସିଛି । ବ୍ୟାଙ୍କର ଆର୍ଥିକ ମାନ୍ଦାବସ୍ଥା ସମେତ ପରିଚାଳନାଗତ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଋଣ ପରିଚାଳନାରେ ତ୍ରୁଟି ଭଳି ଗୁରୁତର ପରିସ୍ଥିତି ଉପୁଜିଥିବା ଲକ୍ଷ୍ୟ କରାଯାଇଛି । ଯାହା ପାଇଁ ଆରବିଆଇ ଦ୍ବାରା ଜରୁରୀକାଳୀନ ଭିତ୍ତିରେ ଏହାର ପୁର୍ନଗଠନ କରାଯିବ । ସେଥିପାଇଁ ୟସ୍ ବ୍ୟାଙ୍କର ଅସୁବିଧା ଓ ଏହାର ପ୍ରତିକାର ସମୂହକୁ ଜଣାଇବା ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେଇଛି ।

30ଦିନ ପାଇଁ ବ୍ୟାଙ୍କ କାରବାର ବନ୍ଦ କରାଯିବ, ଟଙ୍କା ଉଠାଣ ଉପରେ କଟକଣା, ଏସବିଆଇର ଜଣେ ପୂର୍ବତନ ମୁଖ୍ୟ ଅର୍ଥନୈତିକ ଅଫିସରଙ୍କୁ ପ୍ରଶାସକ ଭାବରେ ନିଯୁକ୍ତି, ସେହିପରି ଜମାକାରୀଙ୍କୁ ଅସୁବିଧା ନ ହେବା ପାଇଁ 30 ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।

କେନ୍ଦ୍ର ସରକାର ଜମାକାରୀଙ୍କ ସ୍ବାର୍ଥକୁ ଗୁରୁତ୍ବ ପ୍ରଦାନ କରୁଛନ୍ତି । ଏଥିପାଇଁ ଆରବିଆଇ ଦ୍ବାରା ବିଭିନ୍ନ ବ୍ୟବସ୍ଥା କରାଯାଉଛି । ଆଇନ ଅନୁସାରେ ଜରୁରୀକାଳୀନ ଭିତ୍ତିରେ ଏହି କାମକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ପୁନର୍ଗଠନ ସହ ଏସବିଆଇ ଦ୍ବାରା ଏଥିରେ ପୁଞ୍ଜିନିବେଶ କରିବାର ଯୋଜନା ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି । ସେହିପରି ସେବି ଦ୍ବାରା 2019 ମାର୍ଚ୍ଚରେ ବ୍ୟାଙ୍କର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କୁ ନୋଟିସ ଜାରି କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

@ANI

Last Updated : Mar 6, 2020, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.