ETV Bharat / business

ଜୁନ ସୁଦ୍ଧା ଋଣ ଭାର 101.3 ଲକ୍ଷ କୋଟିକୁ ବୃଦ୍ଧି - ଅର୍ଥମନ୍ତ୍ରାଳୟର ଋଣ ରିପୋର୍ଟ

କୋଭିଡ-19 ସଂକ୍ରମଣ ପ୍ରତିହିତ ପାଇଁ ନିଆଯାଉଥିବା ପଦକ୍ଷେପ ପାଇଁ ବ୍ୟୟ ବଢୁଛି । ସେପଟେ କିନ୍ତୁ ଟିକସ ସଂଗ୍ରହ ହ୍ରାସ ହେଉଛି । ଏଥିଯୋଗୁଁ ଆର୍ଥିକ ନିଅଣ୍ଟ ମଧ୍ୟ ବଜେଟ ଲକ୍ଷ୍ୟକୁ ଅତିକ୍ରମ କରିଛି । ଏପରି ସ୍ଥିତିରେ ସରକାରଙ୍କ ଋଣ ଭାର ବଢିଚାଲିଛି । ଅଧିକ ପଢନ୍ତୁ..

ଜୁନ ସୁଦ୍ଧା ଋଣ ଭାର 101.3 ଲକ୍ଷ କୋଟିକୁ ବୃଦ୍ଧି

author img

By

Published : Sep 20, 2020, 2:02 PM IST

ନୂଆଦିଲ୍ଲୀ: 2020 ପ୍ରଥମ ତ୍ରୟମାସ (ଜୁନ ଶେଷ ସୁଦ୍ଧା) ରେ ସରକାରଙ୍କ ଋଣ ବୋଝ ବୃଦ୍ଧି ପାଇ 101.3 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ 2020 ମାର୍ଚ୍ଚ ଶେଷରେ ଏହା 94.6 ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସାର୍ବଜନୀନ ଋଣ ଉପରେ ଜାରି ସଦ୍ୟ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

ତଥ୍ୟ ଅନୁସାରେ 2019 ଜୁନ ଶେଷରେ ସରକାରଙ୍କ ଉପରେ 88.18 ଲକ୍ଷ କୋଟି ଟଙ୍କା ଋଣ ଭାର ରହିଥିଲା । ତେବେ ସାର୍ବଜନୀନ ଋଣ ପରିଚାଳନା ଉପରେ ଜାରି ତ୍ରୟମାସିକ ରିପୋର୍ଟ ମୁତାବକ 2020 ଜୁନ ଶେଷରେ ସରକାରଙ୍କ ମୋଟ ବକେୟାରେ ସାର୍ବଜନୀନ ଋଣ ଭାଗ 91.1 ପ୍ରତିଶତ ଅଛି ।

ତେବେ ବଡ କଥା ହେଉଛି 2020 ଶେଷରେ ସରକାରଙ୍କ ଉପରେ ରହିଥିବା 101.3 ଲକ୍ଷ କୋଟି ଟଙ୍କା ଋଣ ବୋଝ ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ କ୍ୟାପର 6 ଗୁଣାରୁ ଅଧିକ । ବର୍ତ୍ତମାନ ଆରଆଇଏଲର ବଜାର ପୁଞ୍ଜିକରଣ ପ୍ରାୟ 16 ଲକ୍ଷ କୋଟି ଟଙ୍କା ରହିଛି ।

ପ୍ରକାଶ ଯେ, କୋଭିଡ-19 ସଂକ୍ରମଣ ପ୍ରତିହିତ ପାଇଁ ନିଆଯାଉଥିବା ପଦକ୍ଷେପ ପାଇଁ ବ୍ୟୟ ବଢୁଛି । ସେପଟେ କିନ୍ତୁ ଟିକସ ସଂଗ୍ରହ ହ୍ରାସ ହେଉଛି । ଏଥିଯୋଗୁଁ ଆର୍ଥିକ ନିଅଣ୍ଟ ମଧ୍ୟ ବଜେଟ ଲକ୍ଷ୍ୟକୁ ଅତିକ୍ରମ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.