ETV Bharat / business

କଳାଟଙ୍କା ଜବତ ମାମଲା: 3 ବର୍ଷରେ 2000 ନୋଟ ଅଧିକ ଜବତ - କଳା ଟଙ୍କାରେ 2 ହଜାର ନୋଟ ସର୍ବାଧିକ

ଅଧିକ ପରିମାଣର 2ହଜାର ଟଙ୍କାକୁ ଲୋକେ ଗଚ୍ଛିତ ରଖିବାକୁ ଚାହୁଁଛନ୍ତି। ବିଗତ ତିନୋଟି ଆର୍ଥିକ ବର୍ଷରେ ଜବତ ହୋଇଥିବା ମୋଟ କଳାଟଙ୍କାରେ ଦୁଇ ହଜାର ଟଙ୍କିଆ ନୋଟର ପରିମାଣ ସର୍ବାଧିକ ଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଫଟୋ ସୌଜନ୍ୟ: ପିଟିଆଇ
author img

By

Published : Nov 22, 2019, 12:21 PM IST

ନୂଆଦିଲ୍ଲୀ: ବିଗତ ତିନୋଟି ଆର୍ଥିକ ବର୍ଷରେ ଜବତ କରାଯାଇଥିବା ମୋଟ କଳାଟଙ୍କା ମଧ୍ୟରେ 2 ହଜାର ଟଙ୍କିଆ ନୋଟର ପରିମାଣ ସର୍ବାଧିକ। ଗତ 2017-18 ଆର୍ଥିକ ବର୍ଷରେ ଏହି ନୋଟ ମୋଟ ଜବତ ଟଙ୍କାର 67.91% , 2018-19ରେ 65.93% ହୋଇଥିଲା ବେଳେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଏହାର ପରିମାଣ 43.22% ରହିଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଆୟକର ବିଭାଗ ବିଗତ ତିନୋଟି ଆର୍ଥିକ ବର୍ଷରେ 5 କୋଟିରୁ ଅଧିକ ଟଙ୍କା ଜବତ କରିବା କ୍ଷେତ୍ରରେ ସର୍ବାଧିକ ପରିମାଣର 2ହଜାର ଟଙ୍କା ଜବତ କରିଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଆୟକର ବିଭାଗର ତଥ୍ୟ ଆଧାରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

ରାଜନୈତିକ ଦଳର ଅର୍ଥ ଯୋଗାଣରେ ସ୍ବଚ୍ଛତା ଆଣିବାକୁ ଅଧିନିୟମର ଧାରା 13(ଏ)ରେ ପରିବର୍ତ୍ତନ ଅଣାଯାଇଛି । ଏଥିରେ ବ୍ୟାଙ୍କ ଡ୍ରାଫ୍ଟ ଓ ଚେକ ବିନା ଜଣେ 2ହଜାର ଟଙ୍କାରୁ ଅଧିକ ଗ୍ରହଣ କରିପାରିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି।

ବିମୁଦ୍ରାକରଣର ପରବର୍ତ୍ତୀ ପଦକ୍ଷେପ ରୂପେ 2ହଜାର ଟଙ୍କିଆ ନୋଟ ନଭେମ୍ବର 2016ରେ ବଜାରକୁ ଆସିଥିଲା। ଏହି ନୋଟ ବଜାରରେ ଉପଲବ୍ଧ ନଥିବା ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ପ୍ରକାଶ କରିଥିଲେ। ଏହାକୁ ଗଚ୍ଛିତ ରଖାଯାଉଥିବା ସେ କହିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.