ପୁନେ: ଗୋଟିଏ ପଟେ ରାଜସ୍ବ ଖସୁଛି । ଅନ୍ୟପଟେ ଅଭିବୃଦ୍ଧି ହ୍ରାସ ପାଉଛି । ଆଉ ଏଥିପାଇଁ ଦ୍ରବ୍ୟ ଓ ସେବା କର ଦାୟୀ ବୋଲି ସରକାରଙ୍କୁ ସମାଲୋଚନା କରାଯାଉଛି । ତେବେ ଏ ନେଇ ଚିନ୍ତା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟିକୁ ଆହୁରି ସୁଲଭ ସହଜ ପାଇଁ ବିଶେଷଜ୍ଞଠୁ ପରାମର୍ଶ ଲୋଡିଛନ୍ତି ।
‘ବର୍ତ୍ତମାନ ଲାଗୁ ଥିବା ଦ୍ରବ୍ୟ ଓ ସେବା କରରେ କିଛିଟା ଅଭାବ ଅସୁବିଧା ରହିଛି ସତ । ହେଲେ ଏଥିପାଇଁ ସମାଲୋଚନା ନୁହେଁ ବରଂ ଏହାକୁ ସୁଧାରିବା ପାଇଁ ପରାମର୍ଶ ଦେବା ଦରକାର ।’ ଜିଏସଟିକୁ ନେଇ ହେଉଥିବା ବିରୋଧାଭାସାରେ ପ୍ରତିକ୍ରିୟା ଦେଇ ଅର୍ଥମନ୍ତ୍ରୀ ଏ ନେଇ କରଦାତାଙ୍କୁ କହିଛନ୍ତି ।
2017 ଜୁଲାଇ ପହିଲାରେ ଲାଗୁ ହୋଇଥିବା ଜିଏସଟି ଦେଶର କର ବ୍ୟବସ୍ଥାରେ ଏକ ବଡ ସଂସ୍କାର । ଏ ନେଇ ସଂସଦ ଓ ସମସ୍ତ ରାଜ୍ୟର ବିଧାନସଭା ନେଇ ବହୁ ଆଇନ ପାରିତ ହୋଇଛି । ଏହା ଉପରେ ପ୍ରଶ୍ନ ନ ଉଠାଇବାକୁ ରୋକଠୋକ ଅର୍ଥମନ୍ତ୍ରୀ ରୋକଠୋକ କହିଛନ୍ତି ।
ଅର୍ଥମନ୍ତ୍ରୀ ଜିଏସଟି ବ୍ୟବସ୍ଥା ନେଇ ଉଦୌଗ ଲୋକ, ଚାର୍ଟାଡ ଆକାଉଣ୍ଟାଣ୍ଟ, କମ୍ପାନୀ ସଚିବ ଓ ଆର୍ଥିକ କ୍ଷେତ୍ରରେ ବହୁ ଭାଗୀଦାରୀଙ୍କ ସହ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି ଯେ, ଜିଏସଟି ଲାଗୁକୁ 2 ବର୍ଷ ପୂରିଛି । ଏଥିପାଇଁ ମୁଁ ଚାହୁଁଛି ଯେ, ଏହା ସର୍ବଦା ସନ୍ତୋଷଜନକ ରହୁ । ’ଆଉ ଏଥିପାଇଁ ସମସ୍ତେ ସମାଧାନର ବାଟ କାଢନ୍ତୁ ।