ETV Bharat / business

ମୋଦିଙ୍କ ନୂଆ ଜିଏଟି ଫର୍ମୁଲା, ଦୂର ହେବ ବ୍ୟବସାୟୀଙ୍କ ଦ୍ବନ୍ଦ

ବ୍ୟବସାୟୀଙ୍କ ପାଇଁ ମୋଦି ସରକାର ନୂଆ ପ୍ଲାନିଂ । କ୍ଷମତାକୁ ଆସୁ ଆସୁ ଜିଏସଟି ସରଳୀକରଣ ନେଇ କରିସାରିଲେଣି ପ୍ରସ୍ତୁତି । ବ୍ୟବସାୟୀଙ୍କ ମନରୁ ଯେପରି ଜିଏସଟି ରିଫଣ୍ଡ ଦ୍ବନ୍ଦ ଦୂର ହେବ ସେଥିଲାଗି ଲାଗୁ କରିବେ ଏକକ ପ୍ରାଧିକରଣ ବ୍ୟବସ୍ଥା ।

author img

By

Published : May 27, 2019, 1:51 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: 2014 ପରେ ପୁଣି ଥରେ ମୋଦି ମାରିଲେ ଗ୍ରାଣ୍ଡ ଏଣ୍ଟ୍ରି । ମୋଦି 2.0ଦେବ ବେପାରୀ ଓ କମ୍ପାନୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଫାଇଦା । ଆହୁରି ସରଳୀକରଣ ହେବ ଦ୍ରବ୍ୟ ଓ ସେବା କର (ଜିଏସଟି) ରିଫଣ୍ଡ ପରିଚାଳନା । ଏହାର କାମ ଅଗଷ୍ଟ ସୁଦ୍ଧା ଆରମ୍ଭ ହେବ ।

ଜିଏସଟି ରିଫଣ୍ଡ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରାଯିବ । ମୋଦି ସରକାରଙ୍କ ନେତୃତ୍ବରେ ଏନଡିଏ ଏହି ବ୍ୟବସ୍ଥାକୁ ଲାଗୁ କରିବ । ଏହି ଏକକ ପ୍ରାଧିକରଣ ଫଳରେ ବ୍ୟବସାୟୀଙ୍କ ଜିଏସଟି ରିଫଣ୍ଡ ସମ୍ଭନ୍ଧୀୟ ସମସ୍ତ କନଫ୍ୟୁଜ ଦୂର ହେବ ।

ଏହା ଅନୁଯାୟୀ ପ୍ରଥମେ ରିଫଣ୍ଡ ଦାବି ପରେ ଯଦି ଏହାକୁ ମଞ୍ଜୁରୀ ମିଳେ ତେବେ ବିଭାଗୀୟ ଅଧିକାରୀଙ୍କ ଠାରୁ ପୂରା ରିଫଣ୍ଡ ମିଳିଯିବ । ହେଲେ ବର୍ତ୍ତମାନ ନିୟମ ଅନୁସାରେ, କରଦାତା ରିଫଣ୍ଡ ଦାବି ପରେ କେନ୍ଦ୍ରୀୟ କର ଅଧିକାରୀ 50 ପ୍ରତିଶତ ଅର୍ଥକୁ ମଞ୍ଜୁରୀ ଦେଇଥାନ୍ତି । ଆଉ ବଳକା ଅର୍ଥକୁ ସମ୍ପୁର୍ଣ୍ଣ ଯାଞ୍ଚ ହେଲା ପରେ ମିଳିଥାଏ । ଏଥିଯୋଗୁଁ ବ୍ୟବସାୟୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରକାର ଦ୍ବନ୍ଦରେ ଫସୁଛନ୍ତି ।

Intro:Body:

dfgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.