ETV Bharat / business

ଆଇଏମଏଫ ରିପୋର୍ଟରେ ସେୟାର ବଜାର ପ୍ରଭାବିତ , 7 ସପ୍ତାହରେ ପରେ କମିଲା ପ୍ରଫିଟ - review

ଲଗାତାର 7 ସପ୍ତାହ ପରେ ଖସିଲା ସେୟାର ବଜାର କାରବାର । ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ପକ୍ଷରୁ ଆର୍ଥିକ ଅଭିବୃଦ୍ଧି ଆକଳନ ରିପୋର୍ଟ ପ୍ରଭାବରେ କମିଛି ପ୍ରଫିଟ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 14, 2019, 4:57 AM IST

ନୂଆଦିଲ୍ଲୀ: ଲଗାତାର 7 ସପ୍ତାହ ପରେ ଖସିଲା ସେୟାର ବଜାର କାରବାର । ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ପକ୍ଷରୁ ଆର୍ଥିକ ଅଭିବୃଦ୍ଧି ଆକଳନ ରିପୋର୍ଟ ପ୍ରଭାବରେ କମିଲା ପ୍ରଫିଟ । ଏଥିସହ ନିର୍ବାଚନୀ ଋତୁ ଓ ଚତୁର୍ଥ ତ୍ରୟମାସର ଜିଡିପି ଦରକୁ ନଜରରେ ରଖି ନିବେଶକ ମଧ୍ୟ ସତର୍କତା ଅବଲମ୍ବନ କରିଛନ୍ତି । ଯେଉଁଥିପାଇଁ ଚଳିତ ସପ୍ତାହରେ ରେକର୍ଡ ହ୍ରାସ ଦର୍ଜ ହୋଇଛି ।

ସପ୍ତାହର ଶେଷ ଦିନରେ ଅର୍ଥାତ ଶୁକ୍ରବାର କାରବାର ଯଦିଓ ଭଲ ରହିଛି । ହେଲେ ମୋଟ ସପ୍ତାହକୁ ଦେଖିବାକୁ ଗଲେ ପ୍ରଫିଟ 7 ସପ୍ତାହ ତଳେ ରହିଛି । ଗତ ସପ୍ତାହ ତୁଳନାରେ ଚଳିତଥର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 95.12 ପଏଣ୍ଟ ଦୁର୍ବଳ ହୋଇ 38,767.11ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କରେ ମଧ୍ୟରେ ଉଠାଣି ଗଡାଣି ଦେଖାଦେଇଛି ।

ପ୍ରକାଶ ଥାଉ ଯେ, ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ପକ୍ଷରୁ ଭାରତ ଅଭିବୃଦ୍ଧି ଆକଳନକୁ ହ୍ରାସ କରାଯାଇଛି । ଚଳିତ ଆର୍ଥିକ ବର୍ଷ ଜିଡିପି 7.3 ପ୍ରତିଶତ ରହିବା ସହ ଆସନ୍ତା ବର୍ଷ ଏହା ବୃଦ୍ଧି ପାଇ 7.5 ପ୍ରତିଶତ ରହିବ ବୋଲି ଆକଳନ କରିଛି । ଘରୋଇ ନିବେଶ ,ଏନପିଏ ସ୍ତରରେ ବୃଦ୍ଧି ଓ ପୁଞ୍ଜିବାଦ ଯୋଗୁଁ ଅଭିବୃଦ୍ଧି ସାମନ୍ୟ ହ୍ରାସ ପାଇପାରେ ବୋଲି ଆଇଏମଏଫ ପୂର୍ବାନୁମାନ କରି ରିପୋର୍ଟ ପ୍ରକାଶ କରିଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.