ETV Bharat / business

‘ଆର୍ଥିକ ରିଲିଫ ପ୍ୟାକେଜ ସମ୍ପୂର୍ଣ୍ଣ ନୁହେଁ, ଏଥିରେ ସୁଧାର ଆବଶ୍ୟକ’

ଆର୍ଥିକ ପ୍ୟାକେଜ ସବୁ ପ୍ରକାରରେ ସମ୍ପୂର୍ଣ୍ଣ ନୁହେଁ । ପ୍ୟାକେଜରେ ରହିଥିବା ଅଭାବକୁ ଦୂର କରି ଏହାକୁ ଉନ୍ନତ କରିବା ଦରକାର । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଅଶିମା ଗୋଏଲ ଏନେଇ କହିଛନ୍ତି । ଅଧିକ ପଢନ୍ତୁ..

Scope to finetune stimulus package
ଆର୍ଥିକ ରିଲିଫ ପ୍ୟାକେଜ ସମ୍ପୁର୍ଣ୍ଣ ନୁହେଁ
author img

By

Published : Jun 13, 2020, 9:44 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ପାଇଁ ସରକାର ଜାରି କରିଥିବା 20.97 ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜରେ ସୁଧାର ଆବଶ୍ୟକତା ରହିଛି । ଶନିବାର ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ)ର ସଦସ୍ୟ ଅଶିମା ଗୋଏଲ ଏନେଇ କହିଛନ୍ତି । ତାଙ୍କ ମତରେ, ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଚାହିଦାକୁ ବଢାଇବା ଦରକାର ରହିଛି ।

ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଏକ ଭର୍ଚୁଆଲ୍ ସେମିନାରକୁ ସମ୍ବୋଧିତ କରି କହିଛନ୍ତି କି, ‘‘ଆର୍ଥିକ ପ୍ୟାକେଜ ସବୁ ପ୍ରକାରରେ ସମ୍ପୂର୍ଣ୍ଣ ନୁହେଁ । ପ୍ୟାକେଜରେ ରହିଥିବା ଅଭାବକୁ ଦୂର କରି ଏହାକୁ ଉନ୍ନତ କରିବା ଦରକାର ରହିଛି ।’’

ଅଧିକାଂଶ ରିଲିଫ ପ୍ୟାକେଜ ଆର୍ଥିକ କ୍ଷେତ୍ର ସହ ଜଡିତ ରହିଛି । ଆଉ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ ପାଇଁ ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ରହିବା ବହୁତ ଆବଶ୍ୟକ ।

ଗତ ମାସରେ ସରକାର 20.97 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଯେଉଁଥିରେ ଆରବିଆଇର 8.01 ଲକ୍ଷ କୋଟି ଟଙ୍କା ନଗଦ ଉପାୟରେ ସାମିଲ ରହିଛି । ତେବେ ଭାରତର ଅଭିବୃଦ୍ଧିକୁ ପୁଣିଥରେ ଟ୍ରାକକୁ ଫେରାଇବା ନେଇ ଗୋଏଲ କହିଛନ୍ତି କି କୋଭିଡ-19 ମହାମାରୀ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ଆର୍ଥିକ ଝଟକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.