ମୁମ୍ବାଇ: ରବିବାର ଦିନ ଦୁଇ ଘଣ୍ଟା ପାଇଁ ବନ୍ଦ ରହିବ ଷ୍ଟେଟ ବ୍ୟାଙ୍କ(SBI)ର ଅନଲାଇନ ବ୍ୟାଙ୍କିଙ୍ଗ ସେବା । ଏନେଇ SBI ଘୋଷଣା କରିଛି ।
ଟ୍ବିଟରରେ ଏକ ବିବୃତ୍ତି ଜରିଆରେ SBI କହିଛି ଯେ, ଆମେ ରବିବାର ଭୋର୍ 3 ଟା 25ରୁ 5ଟା 50 ଯାଏଁ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବୁ । ଏହି ସମୟ ମଧ୍ୟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟୋନୋ, ୟୋନୋ ଲାଇଟ୍, UPI ପ୍ରମୁଖ ଅନଲାଇନ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହେବ ନାହିଁ । ଯେହେତୁ ଆମେ ଏକ ଉନ୍ନତ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ଆମେ ଆମର ସମ୍ମାନିତ ଗ୍ରାହକମାନଙ୍କୁ ଆମକୁ ସହଯୋଗ କରିବା ପାଇଁ ଅନୁରୋଧ କରୁଛୁ ବୋଲି SBI କହିଛି ।
ତେବେ SBI ଗ୍ରାହକମାନେ ଗତ ଏପ୍ରିଲ 1 ତାରିଖ ଏବଂ ଜୁନ 17 ତାରିଖରେ ଏହି ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ । SBI କହିବାନୁଯାୟୀ, ବର୍ତ୍ତମାନ Yonoରେ ପ୍ରାୟ 2.6 କୋଟି ପଞ୍ଜିକୃତ ଉପଭୋକ୍ତା ଅଛନ୍ତି । ଏଥିସହ ଦୈନିକ 55 ଲକ୍ଷ ଲଗଇନ୍, 4000ରୁ ଅଧିକ ଦୈନିକ ବ୍ୟକ୍ତିଗତ ଲୋନ ଏବଂ 16 ହଜାର ୟୋନୋ କୃଷି ଅଗ୍ରି ଗୋଲ୍ଡ ଲୋନ ପ୍ରଦାନ କରୁଛି । ବ୍ୟାଙ୍କ ଏହାମଧ୍ୟ କହିଛି ଯେ ଏହାର ମୋବାଇଲ ଟ୍ରାଞ୍ଜାକ୍ସନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବର୍ତ୍ତମାନ ମୋଟ ଟ୍ରାଞ୍ଜାକ୍ସନର ପ୍ରାୟ 55 ପ୍ରତିଶତ ଅଟେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ