ETV Bharat / business

କମିଲା ଖୁଚୁରା ମୁଦ୍ରାସ୍ପୀତି, ବଢିଲା ଖାଉଟିଙ୍କ ସଞ୍ଚୟ - price

କ୍ରମାଗତ ଭାବେ କମିଚାଲିଛି ଦର ବୃଦ୍ଧି ତାତି । ନୂଆବର୍ଷର ପ୍ରଥମ ମାସ ଖାଉଟିଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ପନିପରିବା-ଫଳ ଓ ଅଣ୍ଡା ସାଙ୍ଗକୁ ଇନ୍ଧନ ଓ ଆଲୋକ ମୁଦ୍ରାସ୍ପୀତି ହ୍ରାସ ବଢାଇଦେଇଛି ଖାଉଟିଙ୍କ ସଞ୍ଚୟ ।

ଡିଜାଇନ ଫଟୋ
author img

By

Published : Feb 13, 2019, 5:07 PM IST

ନୂଆଦିଲ୍ଲୀ: କ୍ରମାଗତ ଭାବେ କମିଚାଲିଛି ଦର ବୃଦ୍ଧି ତାତି । ନୂଆବର୍ଷର ପ୍ରଥମ ମାସ ଖାଉଟିଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ପନିପରିବା-ଫଳ ଓ ଅଣ୍ଡା ସାଙ୍ଗକୁ ଇନ୍ଧନ ଓ ଆଲୋକ ମୁଦ୍ରାସ୍ପୀତି ହ୍ରାସ ବଢାଇଦେଇଛି ଖାଉଟିଙ୍କ ସଞ୍ଚୟ । 2019 ଜାନୁଆରୀ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ତଳମୁହାଁ ହୋଇ ବିଗତ ଦେଢ ବର୍ଷର ରେକର୍ଡ ଭାଙ୍ଗିଛି ।

ଚଳିତ ବର୍ଷ ପ୍ରଥମ ମାସରେ ମୁଦ୍ରାସ୍ପୀତି ଆଧାରିତ ଉପଭୋକ୍ତା ମୂଲ୍ୟ ସୂଚୀ(ସିପିଆଇ) ହ୍ରାସ ପାଇ 2.05 ପ୍ରତିଶତକୁ ଖସିଛି, ଯାହାକି 19ମାସରେ ସର୍ବନିମ୍ନ ରେକର୍ଡ କରିଛି । ଡିସେମ୍ବରରେ ଏହି ଦର 2.19 ପ୍ରତିଶତ ରହିଥିଲା । ସେହିପରି 2018 ଜାନୁଆରୀରେ ଏହି ହାର 5.07 ରହିଥିଲା । ଏନେଇ ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସଓ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ଚଳିତ ବର୍ଷ ପନିପରିବା, ଫଳ ଓ ଅଣ୍ଡା ଦାମ ଲଗାତାର କମି ଯଥାକ୍ରମେ 13.32, 4.8, 2.44 ପ୍ରତିଶତରେ ପହଞ୍ଚିଛି । ଏହା ବ୍ୟତୀତ ଇନ୍ଧନ ଓ ଆଲୋକ ମୁଦ୍ରାସ୍ପୀତି କମି 2.2 ପ୍ରତିଶତରେ ପହଞ୍ଚିଛି । ଯାହା 2018 ଡିସେମ୍ବରରେ 4.5 ପ୍ରତିଶତରେ ରହିଥିଲା । ଏଥିଯାଗୁଁ ଚଳିତ ବର୍ଷ ଆରମ୍ଭରୁ ଖୁଚୁରା ମୁଦ୍ରାସ୍ପୀତି ବ୍ୟାପକ ମାତ୍ରାରେ ହ୍ରାସ ପାଇ ଖାଉଟିଙ୍କ ସଞ୍ଚୟ ବଢାଇଦେଇଛି ।

ସିପିଆଇ କଣ

ସିପିଆଇ ଅର୍ଥାତ ଉପଭୋକ୍ତା ମୂଲ୍ୟ ସୂଚୀ । ଯେଉଁଥିରେ ଖାଉଟି ମୁଲ୍ୟ ସୂଚୀ ଜଡିତ ରହିଥାଏ । ଯାହାକି ସାଧାରଣ ଜନତାଙ୍କୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିଥାଏ । ଏହାକୁ ଖୁଚୁରା ମୁଦ୍ରାସ୍ପୀତି(ମହଙ୍ଗା ଦର)କୁ ନେଇ ଆକଳନ କରାଯାଇଥାଏ ।

undefined

ଭୁବନେଶ୍ୱର:ଆଗକୁ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି।ବିଭିନ୍ନ ସ୍ତରରେ ଭୋଟର ମାନଙ୍କୁ ପ୍ରଲୋଭିତ କରି ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନିର୍ବାଚନ ଲଢ଼ୁଥିବା ବ୍ୟକ୍ତି ଓ ଦଳଙ୍କ ପକ୍ଷରୁ ପ୍ରୟାସ କାରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।ତେଣୁ ସେମାନଙ୍କୁ ସେ ପ୍ରଲଭନରୁ ମୁକ୍ତ ରଖିବା ସହିତ ସଚେତନ କରିବା ପାଇଁ "ମୋ ଭୋଟ ମୋ ଦେଶ: ମୋ ଭୋଟ ସଉଦା ନୁହେଁ "କ୍ୟାମ୍ପେନ ର ଶୁଭାରମ୍ଭ କରାଯାଇଛି।
ଓଡିଶା ଇଲେକ୍ସନ ୱାଚ ପକ୍ଷରୁ ଏଡିଆର ସହଯୋଗରେ  ସ୍ଥାନୀୟ ଜୟଦେବ ଭବନରେ ଭୋଟର ଚେତନା ଅଭିଯାନ ର ଶୁଭାରମ୍ଭ କରାଯାଇଛି।ଏହି ଅବସରରେ ଏଡିଆର ର ସଂଯୋଜକ ମେଜର ଜେନରାଲ ଅନୀଲ ବର୍ମା ବିନା କିଛି ପ୍ରଲୋଭନ ରେ ଯିଏ ଲୋକଙ୍କ ପାଇଁ ଭଲ କାମ କରୁଥିବ,ତାହାର ଅପରାଧିକ ପୃଷ୍ଠଭୂମି ନ ଥିବ ସେହିପରି ଲୋକଙ୍କୁ ଭୋଟ ଦେବାକୁ କହିଛନ୍ତି।କେଉଁ ରାଜନୈତିକ ଦଳର ଲୋଭନୀୟ ଯୋଜନା ଓ ନିଶା ଓ ପଇସାରେ ଯଦି ନିଜ ଭୋଟ ବିକ୍ରି କରିଦେବ ତେବେ ନିର୍ବାଚନ ସରିବା ପରେ ତୁମର କୌଣସି କଥାକୁ ସେମାନେ ଶୁଣିବେ ନାହିଁ।
   ଆଜିକାଲି ରାଜନୀତିକ ଦଲମାନେ ନିର୍ବାଚନ ପାଣ୍ଠି ସଂଗ୍ରହ ଓ ଖର୍ଚରେ ସ୍ଵଛତା ଆଣିବା ଉଦେଶ୍ୟରେ ସୂଚନା ଅଧିକାର ଆଇନ ପରିସର ଭୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁପାରିଶ କରାଯାଇଥିଲା।କିନ୍ତୁ କୌଣସି ରାଜନୈତିକ ଦଳ ସେଥି ପ୍ରତି ନିଜର ସମ୍ମତି ପ୍ରଦାନ କଲେ ନାହିଁ।ଏହା ହେବା ଦ୍ୱାରା ଭୋଟର ମାନେ ସଚେତନ ହୋଇଯିବେ ,ଆଉ ସେମାନଙ୍କ ରାଜନୀତି ବନ୍ଦ ହୋଇଯିବା ଆଶଂକାରେ ସେମାନେ ଯାହା ଚାଲିଛି ସେପରି ଅବସ୍ଥା  ଚାଲୁ ରହୁ ବୋଲି ଚଂହାନ୍ତି।ତେଣୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ମିଡିଆ,ସଚେତନ ନାଗରିକ ମଞ୍ଚ ଓ ସଚେତନ ଭୋଟର ମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପଡିବ।
ସେହିପରି ନିର୍ବାଚନ ପାଖେଇ ଆସୁଥିବାରୁ ସାମାଜିକ ଗଣମାଧ୍ୟମ ଗୁଡିକୁ ଅସ୍ତ୍ର କରି ସେମାନଙ୍କ ଲକ୍ଷ ପୂରଣ କରିବାକୁ ଚେଷ୍ଟା ଚାଲିଛି।ତେଣୁ ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ 2ଟି ବ୍ଲୁ ବଟନ ଏକ୍ସପ୍ରେସ ର ଉଦ୍ଘାଟନ ଆଜି କରାଯାଇଛି।ଯାହାକି 30ଟି ଜିଲ୍ଲା ଭ୍ରମଣ କରି ଅଡିଓ ଭିଜୁଆଲ ଓ ଆଲୋଚନା ମାଧ୍ୟମରେ ସଚେତନ କରିବ।
ଆଜିର ଏହି ଉତ୍ସବରେ ଲୋକଙ୍କ ନିକଟରେ ଏହି ବାର୍ତା କୁ ଅଧିକ ମାତ୍ରାରେ ପହଞ୍ଚାଇବା ପାଇଁ ଅନୁରାଧା ବିଶ୍ୱାଳ,ସୁମିତ ପୂଜାରିଓ ନିକିତା ମିଶ୍ରଙ୍କୁ ଗୁଡ଼ ଓଇଲ ଆମ୍ବାସଡର ଭାବେ ନିଯୁକ୍ତି କରାଯାଇଛି।ଆଜିର ଏହି ଉତ୍ସବରେ ପୂର୍ବତନ ମୁଖ୍ୟ ସାଶନ ସଚିବ ସହଦେଵ ସାହୁ ଅଧକ୍ଷତା କରିଥିବା ବେଳେ ଓଡିଶା ଇଲେକ୍ସନ ୱାଚ ର ଅଧ୍ୟକ୍ଷ ରଞ୍ଜନ ମହାନ୍ତି,ପ୍ରସାର ଭାରତି ର ପୂର୍ବ ଉପ ନିର୍ଦେଶକ ବୈକୁଣ୍ଠ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସଚେତନ ହେବାକୁ ପରାମର୍ଶ ଦେଇଥିଲେ।
Laxmikanta das
Bhubaneswar
Visual already sent by WhatsApp

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.