ETV Bharat / business

କୋରୋନା ସଙ୍କଟରୁ ମୁକୁଳିବାକୁ କେଉଁ ନୀତିର ଆବଶ୍ୟକ ରହିଛି ?

ଶ୍ରମିକ ଏବଂ ସେମାନଙ୍କ ସଂଗଠନ ଉପରେ କୋରୋନା ମହାମାରୀର ପ୍ରଭାବକୁ କିପରି ଆକଳନ କରାଯିବ ଏବଂ କୋଭିଡ -19 ସଙ୍କଟକୁ ଦୂର କରିବା ପାଇଁ କେଉଁ ପ୍ରମୁଖ ନୀତି ଲାଗୁ କରାଯିବା ଉଚିତ? ଅଧିକ ପଢନ୍ତୁ..

Recovering from the COVID-19 crisis: What policies are needed?
କୋରୋନା ସଙ୍କଟରୁ ମୁକୁଳିବାକୁ କେଉଁ ନୀତିର ଆବଶ୍ୟକ ରହିଛି ?
author img

By

Published : Jun 1, 2020, 3:18 PM IST

ହାଇଦ୍ରାବାଦ: ଚଳିତ ସପ୍ତାହରୁ ଅନ୍ତର୍ଜାତୀୟ ଶ୍ରମ ସମ୍ମିଳନୀ (ILC) ନିଜର କାମ ଆରମ୍ଭ କରିପାରେ । ବିଶେଷ କରି କୋରୋନା ସଙ୍କଟ ଉପରେ ଚର୍ଚ୍ଚା ପାଇଁ ଏଜେଣ୍ଡା ପ୍ରସଙ୍ଗଗୁଡିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ । ସେମାନଙ୍କ ସାମାଜିକ ସୁରକ୍ଷା ଓ କାର୍ଯ୍ୟରେ ଅସମାନତା ଏବଂ ମାନଗୁଡିକର ଆବେଦନ ପରେ ସମିତି ଦ୍ବାରା କରାଯାଇଥିବା ମହତ୍ବପୂର୍ଣ୍ଣ କାର୍ଯ୍ୟ ବି ସାମିଲ ରହିଛି ।

ଏବେ ଏହା ସୁନିଶ୍ଚିତ କରିବାକୁ ହେବ କି ଯେପରି ଆସନ୍ତା ବର୍ଷ ଆଇଏଲସି ଏଜେଣ୍ଡାରେ ପ୍ରମୁଖତାରେ ଏହା ସାମିଲ ହେବ । କୋରୋନା ଦ୍ବାରା ଉତ୍ପନ୍ନ ବିପଦ ଓ ଚ୍ୟାଲେଞ୍ଜକୁ ଭବିଷ୍ୟତର କାମରେ ଧ୍ୟାନ ଦିଆଯିବ ।

କୋରୋନା ସଙ୍କଟ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି । ହେଲେ ସ୍ବାସ୍ଥ୍ୟ ସେବା ଓ ରକ୍ଷଣାବେକ୍ଷଣାର ଅନ୍ୟ କ୍ଷେତ୍ରରେ ଶ୍ରମିକ, ଏଥିସହ ସହ ମହତ୍ବପୂର୍ଣ୍ଣ ସେବା ଓ ଖୁଚୁରା, ଖାଦ୍ୟ ଉତ୍ପାଦନ ଏବଂ ପରିବହନ ଭଳି ସେକ୍ଟରରେ କାମ କରୁଥିବା ଲୋକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି ।

ଏମାନେ ସ୍ବାସ୍ଥ୍ୟ ଓ ସୁରକ୍ଷା ସହ ଅପର୍ଯ୍ୟାପ୍ତ ରୂପରେ ସଂରକ୍ଷିତ ନିତିଦିନିଆ କାମ ପାଇଁ ମଧ୍ୟ ବିପଦ ମୁଣ୍ଡାଇ ନେଇଛନ୍ତି । ଏହା ଏହି ପ୍ରସଙ୍ଗର ମୌଳିକ ଗୁରୁତ୍ବକୁ ଦର୍ଶାଏ କି ଆଇଏଲସିକୁ ଏକ ଉଚ୍ଚ ପ୍ରାଥମିକତା ରୂପରେ ସମ୍ବୋଧିତ କରିବା ଦରକାର ।

ଶ୍ରମ ବଜାରର ନିମ୍ନ ଭାଗରେ, ଅନିଶ୍ଚିତ ଜୀବିକା ବା ଅଣଔପଚାରିକ ଅର୍ଥବ୍ୟବସ୍ଥାରେ ଲକ୍ଷ ଲକ୍ଷ ଶ୍ରମିକ ପ୍ରତିଟି ସ୍ଥାନରେ ଲକଡାଉନ ଯୋଗୁଁ କଷ୍ଟ ଭୋଗୁଛନ୍ତି । ସାମାଜିକ ନିରାପତ୍ତାରେ ଉପଯୁକ୍ତ ସୁରକ୍ଷା ଉପଭୋଗ ନକରି ସେମାନେ ନିଜ ନିଯୁକ୍ତି ଏବଂ ଜୀବିକା ହରାଇଥାନ୍ତି ।

ଏହି ଶ୍ରମିକମାନେ ଗରିବୀ ଆଡକୁ ଯାଉଛନ୍ତି । ଏଥିସହ ନିଜ ପରିବାରର ରକ୍ଷଣାବେକ୍ଷଣା ପାଇଁ ମଧ୍ୟ ସେମାନେ ଅସମର୍ଥ ହେଉଛନ୍ତି । ଏଣୁ ସର୍ବଭାରତୀୟ ସାମାଜିକ ନିରାପତ୍ତାର ଆବଶ୍ୟକତା ପୂର୍ବାପେକ୍ଷା ବହୁତ ଅଧିକ ରହିଛି । ସର୍ବଭାରତୀୟ ସାମାଜିକ ସଂରକ୍ଷଣକୁ ଲଗୁ କରିବା ପାଇଁ ବୈଶ୍ବିକ , ସମନ୍ୱିତ ପ୍ରୟାସର ଆବଶ୍ୟକତା ଅଛି । ଏହା ଆର୍ଥିକ କ୍ଷେତ୍ରରେ ପ୍ରମୁଖ ନିବେଶ ସହିତ, ଗରିବ ଦେଶ ଏବଂ ଅଞ୍ଚଳଗୁଡିକରେ ଦୃଢ ସମର୍ଥନ ଆବଶ୍ୟକ କରନ୍ତି ।

ସଙ୍କଟର ଅଧିକାଂଶ ସଂଖ୍ୟା ହେଉଛନ୍ତି ମହିଳା। ସେମାନଙ୍କ ମଧ୍ୟରୁ ଅନେକ ପ୍ରବାସୀ ମଧ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବୀ, ମଜୁରିଆ ଏବଂ ଖରାପ କାର୍ଯ୍ୟ ପରିସ୍ଥିତିରେ ପୀଡିତ ଅଛନ୍ତି । ଆଉ କୋରୋନା ସଙ୍କଟ ସେମାନଙ୍କ ଆୟର ପନ୍ଥାକୁ ବାଟମଣା କରିଦେଇଛି ।

ଅଣଔପଚାରିକ ଅର୍ଥବ୍ୟବସ୍ଥାରେ ଓ ବିଶ୍ବ ଯୋଗାଣ ଶୃଙ୍ଖଳାର ନିମ୍ନ ଭାଗରେ ସଙ୍କଟ ଯୋଗୁଁ ଅଧିକ ସମସ୍ୟା ଭୋଗିବାକୁ ପଡିଥାଏ । ଅଧିକାଂଶ ମହିଳା ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ସେମାନଙ୍କ ଜୀବିକା ହରାଉଛନ୍ତି । ଏଥିରେ ମହିଳା ଓ ଝିଅଙ୍କ ପ୍ରତି ବୃଦ୍ଧି ପାଉଥିବା ଘରୋଇ ହିଂସା ମଧ୍ୟ ସାମିଲ ରହିଛି ।

ଆଜିର ସଙ୍କଟର ପ୍ରଭାବ ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଘାତକ ହୋଇସାରିଛି। ସାମ୍ପ୍ରତିକ ସଙ୍କଟ ଅସମାନତାକୁ ଆହୁରି ଖରାପ କରୁଛି। ଏପର୍ଯ୍ୟନ୍ତ ବିଭିନ୍ନ ଦେଶ ତଥା ଅଞ୍ଚଳର ଅଧିକ ୟୁନିଅନ ଶ୍ରମିକଙ୍କ ଅଧିକାର ତଥା ସୁରକ୍ଷା ପାଇଁ ଛିଡା ହୋଇଛନ୍ତି ଏବଂ ରିଲିଫ ପଦକ୍ଷେପ ଏବଂ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରିବାକୁ ଦାବି କରୁଛନ୍ତି।

ଆଇଏଲଓକୁ ଆନ୍ତରାଷ୍ଟ୍ରୀୟ ସମ୍ପ୍ରଦାୟକୁ ମନେ ପକାଇବା ଦରକାର କି ସାମାଜିକ ନ୍ୟାୟ, ସାମାଜିକ କଥାବାର୍ତ୍ତା ଏବଂ ଶ୍ରମିକଙ୍କ ଅଧିକାରକୁ ସମ୍ମାନ ଦିଆଯିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.