ETV Bharat / business

ମୁଣ୍ଡବିନ୍ଧା ପାଲଟିଲାଣି ‘ମୁଦ୍ରା’ଯୋଜନା, ବଢୁଛି ଏନପିଏ - ଋଣ ଟଙ୍କା ମିଳୁନି

ସ୍ବାବଲମ୍ବୀ ହେବାକୁ ସରକାର ସହଜରେ ଲକ୍ଷ ଲକ୍ଷ ଟଙ୍କା ଯୋଗାଇଲେ । ହାତାଧିକାରୀ ଲାଭବାନ ବି ହେଲା । କିନ୍ତୁ ତାର ସଦୁପଯୋଗ ହେଉଛି କି ନା ସେପ୍ରତି କାହାର ଗୁରୁତ୍ବ ନାହିଁ । ଫଳରେ ବ୍ୟାଙ୍କର ଏନପିଏମ ଭାର ବଢିବାରେ ଲାଗିଛି ।

RBI red flags rising Mudra bad loans
ମୁଣ୍ଡବିନ୍ଧା ପାଲଟିଲାଣି ‘ମୁଦ୍ରା’ଯୋଜନା , ବଢୁଛି ଏନପିଏ
author img

By

Published : Nov 27, 2019, 1:37 PM IST

ନୂଆଦିଲ୍ଲୀ: ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଆରମ୍ଭ କରିଥିଲେ ମୁଦ୍ରା ଋଣ ଯୋଜନା । ହେଲେ ଏବେ ଏହା ବ୍ୟାଙ୍କର ଅନାଦେୟ ଋଣ ଭାରକୁ ବଢାଇଦେଇଛି । ଫଳରେ ବ୍ୟାଙ୍କ କାରବାର ମାତ୍ରାଧିକ ଭାବେ ପ୍ରଭାବିତ ହେବା ସହ ଋଣ କ୍ଷମତା ମଧ୍ୟ କମୁଛି । ମଙ୍ଗଳବାର ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଚିନ୍ତା ପ୍ରକାଶ କରିଛନ୍ତି ।

ଏଥିଲାଗି ଏହି ଋଣଗୁଡିକର ଯାଞ୍ଚ ପାଇଁ ବ୍ୟାଙ୍କଗୁଡିକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ଡେପ୍ୟୁଟି ଗଭର୍ଣ୍ଣର ଏମ କେ ଜୈନ ମୁଦ୍ରା ଋଣର ପ୍ରତ୍ୟେକ ଦିଗକୁ ନେଇ ବିଚାର ବିମର୍ଶ କରିଛନ୍ତି । ଋଣ ବଦଳରେ ଏନପିଏ ବୃଦ୍ଧି କାହିଁକି ହେଉଛି ? ଏଥିପାଇଁ ଜବାବ ରଖିବାକୁ ସେ ବ୍ୟାଙ୍କକୁ କହିଛନ୍ତି । ପ୍ରକାଶ ଯେ, ମୁଦ୍ରା ଋଣ ଏବେ ପ୍ରାୟ 321 ଲକ୍ଷ କୋଟି ଟଙ୍କା ପାର କଲାଣି । ହେଲେ ଆଦାୟ ଏହା ତୁଳନାରେ ବହୁତ କମ ହେଉଛି । ଯେଉଁଥିପାଇଁ ବ୍ୟାଙ୍କ ବ୍ୟବସ୍ଥା କ୍ରମଶଃ ବିଗିଡିବାରେ ଲାଗିଛି ।

ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ(ସିଡବୀ)ର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଜୈନ କହିଛନ୍ତି ଯେ,‘ମୁ୍ଦ୍ରା ଯୋଜନା ଉପରେ ଆମର ନଜର ରହିଛି । ଏହା ଦ୍ବାରା ବହୁ ଲୋକ ଦାରିଦ୍ର୍ୟରୁ ମୁକୁଳିପାରିଛନ୍ତି । ଯାହାକି ବହତ ଭଲ କଥା । ହେଲେ ଏଥିରେ ଅନାଦେୟ ଋଣ ବୋଝ ବଢିବା ଆଦୌ ଭଲ ସଙ୍କେତ ନୁହେଁ । ଏଣୁ ଯେଉଁମାନଙ୍କୁ ଋଣ ଦିଆଯାଉଛି , ସେମାନଙ୍କୁ ତାର ସଦୁପଯୋଗ ପାଇଁ ମଧ୍ୟ ଶିଖାଇବା ଦରକାର । ଯଦି ପ୍ରତ୍ୟେକ ଋଣକୁ ସଠିକ ପ୍ରଣାଳୀରେ ଯାଞ୍ଚ କରିବା ଦ୍ବାରା ତାହା ଏନପିଏମରେ ପରିଣତ ହେବନି ।’

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.