ETV Bharat / business

ଆର ଗାନ୍ଧୀ ହେଲେ ୟେସ ବ୍ୟାଙ୍କ ସମୂହର ଉପନିର୍ଦ୍ଦେଶକ

ୟେସ ବ୍ୟାଙ୍କ ସମୂହର ନୂଆ ଅତିରିକ୍ତ ଗ୍ରୁପ ନିର୍ଦ୍ଦେଶକ ଭାବେ ରାମା ସୁବ୍ରମଣ୍ୟମ ଗାନ୍ଧୀ ନିଯୁକ୍ତ । ମଙ୍ଗଳବାରଠାରୁ ଏହି ଦାୟିତ୍ବଭାର ତୁଲାଇଛନ୍ତି ରାମା ।

ପ୍ରତିକାତ୍ମକ ଫଟୋ
author img

By

Published : May 15, 2019, 3:10 PM IST

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଡେପୁଟି ଗଭର୍ଣ୍ଣର ରାମା ସୁବ୍ରମଣ୍ୟମ ଗାନ୍ଧୀ( ଆର ଗାନ୍ଧୀ) ୟେସ ବ୍ୟାଙ୍କ ସମୂହର ଅତିରିକ୍ତ ଗ୍ରୁପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସେ ଚଳିତ ମାସ 14 ତାରିଖ ଅର୍ଥାତ ମଙ୍ଗଳବାରଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ପଦରେ ସେ ଆସନ୍ତା ଦୁଇ ବର୍ଷ ପାଇଁ ରହିବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ସୁବ୍ରମଣ୍ୟମଙ୍କ ଅଭିଜ୍ଞତା ବ୍ୟାଙ୍କ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ । ଏପରିକି ବ୍ୟାଙ୍କକୁ ଅଧିକ ଶକ୍ତିଶାଳୀ କରିବାରେ ସେ ସହାୟକ ହେବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଶ୍ରୀ ଗାନ୍ଧୀ 2014ରୁ 2017 ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରିସାରିଛନ୍ତି । ବ୍ୟାଙ୍କର ଉନ୍ନତି ଓ କାର୍ଯ୍ୟକ୍ଷମ ଏବଂ ରିସ୍କ ମନିଟରିଂ ଉପରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତା ରହିଛି । ଗତ ଆର୍ଥିକ ବର୍ଷରେ ବ୍ୟାଙ୍କ ପାଖିପାଖି 1507 କୋଟି ଟଙ୍କା କ୍ଷତି ସହିଥିଲା । ଫଳରେ ବ୍ୟାଙ୍କ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗାନ୍ଧୀଙ୍କୁ ନିଯୁକ୍ତି ଦିଆଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।

Intro:Body:

fghfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.