ETV Bharat / business

ପାର୍ବଣରେ 2.5 ଲକ୍ଷ କୋଟି ଋଣ ଦେଇଛି ସରକାରୀ ବ୍ୟାଙ୍କ

ଅକ୍ଟୋବରରେ ରେକର୍ଡ ସଂଖ୍ୟାକ ଋଣ ବାଣ୍ଟିଛି ସରକାରୀ ବ୍ୟାଙ୍କ । ଋଣ ମେଳା ଜରିଆରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ବ୍ୟାଙ୍କ। ଏଥିସହ ଋଣ ପରିସର ବୃଦ୍ଧି ପାଇବା ସହ ଅର୍ଥନୀତିରେ ସନ୍ତୁଳନ ରହୁଛି।

author img

By

Published : Nov 22, 2019, 2:32 PM IST

ପାର୍ବଣରେ 2.5 ଲକ୍ଷ କୋଟି ଋଣ ଦେଇଛି ସରକାରୀ ବ୍ୟାଙ୍କ

ନୂଆଦିଲ୍ଲୀ: ପାର୍ବଣ ମାସରେ ଦରଦାମ ବୃଦ୍ଧି ହେଲେ ବି ଜମିଛି କିଣାବିକା । ତା ସାଙ୍ଗକୁ ବଢିଛି ଋଣର ପରିସର । ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଅକ୍ଟୋବର ମାସରେ ସରକାରୀ ବ୍ୟାଙ୍କ 2.5 ଲକ୍ଷ କୋଟି ଟଙ୍କା ଋଣ ବଣ୍ଟନ କରିଛି । ଋଣ ମେଳା ଜରିଆରେ ଏହାକୁ ସମ୍ଭବ କରାଯାଇଛି।

ଋଣ ନେବାକୁ ଇଚ୍ଛୁକ ଗ୍ରାହକଙ୍କ ପାଖରେ ପହଞ୍ଚିବା କାର୍ଯ୍ୟକ୍ରମ (ଋଣ ମେଳା ) ଜରିଆରେ ଏହି ଋଣ ଦିଆଯାଇଛି । ଅର୍ଥ ମନ୍ତ୍ରାଣଳୟ ଅଧିନରେ ଥିବା ଆର୍ଥିକ ସେବା ବିଭାଗ ଗୁରୁବାର ଏନେଇ ବୟାନ ଜାରି କରିଛି । ଏଥିରେ ଦର୍ଶାଯାଇଛି ଯେ, ଅକ୍ଟୋବରରେ ମୋଟ 2,52,589 କୋଟି ଟଙ୍କାର ଋଣ ଦିଆଯାଇଛି । ଏଥିରୁ 1.05 ଲକ୍ଷ କୋଟି ନୂଆ ଲୋନ ହୋଇଥିବା ବେଳେ 46,800 ନୂଆ କାର୍ଯ୍ୟଶୀଳ ପୁଞ୍ଜି ଋଣ ଭାବେ ଦିଆଯାଇଛି । ଏଭଳି ଭାବେ ମୋଟ ଋଣର ପ୍ରାୟ 60 ପ୍ରତିଶତ ଫ୍ରେସ ଲୋନ ରହିଛି ।

ଖର୍ଚ୍ଚ ବୃଦ୍ଧି ଓ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପ୍ରୟସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେପ୍ଟେମ୍ବରରେ ବ୍ୟଙ୍କ ଜରିଆରେ ଗ୍ରାହକଙ୍କ ପାଖରେ ପହଞ୍ଚିବା ପାଇଁ ଶସ୍ତାରେ ଋଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଅକ୍ଟୋବରରେ ସମଗ୍ର ଦେଶର 374 ଜିଲ୍ଲାରେ ଋଣ ମେଳା ଆୟୋଜନ କରାଯାଇଥିଲା । ଏହା ମାଧ୍ୟମରେ ରେକର୍ଡ ସଂଖ୍ୟାକ ଋଣ ଦେବାକୁ ବ୍ୟାଙ୍କ ସକ୍ଷମ ହୋଇପାରିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.