ETV Bharat / business

ଆଗାମୀ 2 ବର୍ଷରେ ପିଏସବିକୁ ଦରକାର 2.1 ଲକ୍ଷ କୋଟି ଟଙ୍କା: ମୁଡିସ

author img

By

Published : Aug 21, 2020, 6:13 PM IST

ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପିଏସବିର ଦବଦବା ରହିଛି । ଏଭଳି ପରିସ୍ଥିତିରେ ସେମାନଙ୍କର ବିଫଳତା ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିପାରେ। ଅଧିକ ପଢନ୍ତୁ.

ଆଗାମୀ 2 ବର୍ଷରେ  ପିଏସବିକୁ ଦରକାର 2.1 ଲକ୍ଷ କୋଟି ଟଙ୍କା: ମୁଡିସ
ଆଗାମୀ 2 ବର୍ଷରେ ପିଏସବିକୁ ଦରକାର 2.1 ଲକ୍ଷ କୋଟି ଟଙ୍କା: ମୁଡିସ

ନୂଆଦିଲ୍ଲୀ: ସାର୍ବଜନୀକ କ୍ଷେତ୍ରରେ ବ୍ୟାଙ୍କ (ପିଏସବି)କୁ ଆସନ୍ତା 2 ବର୍ଷରେ 2.1 ଲକ୍ଷ କୋଟି ଟଙ୍କାର ବାହ୍ୟ ପୁଞ୍ଜି ଆବଶ୍ୟକତା ହେବ । ଆଉ ଏହି ବ୍ୟବଧାନକୁ ଦୂର କରିବା ପାଇଁ ସରକାରୀ ସମର୍ଥନ ସବୁଠୁ ଅଧିକ ବିଶ୍ବାସନୀୟ ଉତ୍ସ । ଶୁକ୍ରବାର ମୁଡିସ ଇନଭେଷ୍ଟର୍ସ ସର୍ଭିସ ଏ ନେଇ କହିଛି ।

ମୁଡିସ ଅନୁଯାୟୀ ଭାରତର ଆର୍ଥିକ ଅଭିବୃଦ୍ଧିରେ ତୀବ୍ର ହ୍ରାସ ଏବଂ କୋରୋନା ଭାଇରସ ପ୍ରକୋପରେ ପିଏସବି ସମ୍ପତ୍ତିର ଗୁଣବତ୍ତାକୁ କ୍ଷତି ପହଞ୍ଚାଉଛି । ଏଥିସହ ଋଣ ଖର୍ଚ୍ଚ ବୃଦ୍ଧି ହେବ ।

ମୁଡିସର ଉପସଭାପତି ତଥା ବରିଷ୍ଠ କ୍ରେଡିଟ ଅଫିସର ଆଲକା Anbarasu କହିଛନ୍ତି କି, ‘‘ ଆମେ ଅନୁମାନ କରୁଛି କି ପିଏସବିର ଦୁର୍ବଳ ପୁଞ୍ଜି ଭଣ୍ଡାର , ଯାହା ଏହି ସମୟରେ 1900 ଅରବ ଟଙ୍କା ରହିଛି , ତାକୁ ଦେଖିବାକୁ ଗଲେ ସେମାନଙ୍କୁ କ୍ଷତିର ଭରଣ ପାଇଁ ଆସନ୍ତା 2 ବର୍ଷ ମଧ୍ୟରେ 2100 ଅରବ ଟଙ୍କାର ବାହ୍ୟ ପୁଞ୍ଜୀର ଆବଶ୍ୟକ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପିଏସବିର ଦବଦବା ରହିଛି । ଏଭଳି ପରିସ୍ଥିତିରେ ସେମାନଙ୍କର ବିଫଳତା ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିପାରେ।

ଅମ୍ବାରାସୁ କହିଛନ୍ତି କି, ‘‘ ଏଭଳି ସ୍ଥିତିରେ ଆମକୁ ଆଶା ରହିଛି କି ସରକାରଙ୍କ ସମର୍ଥନ ଆଗକୁ ମଧ୍ୟ ଜାରି ରହିବ ।

‘କୋରୋନା ଭାଇରସ ଯୋଗୁଁ ବ୍ୟାଙ୍କ ପାଖରେ ପୁଣି ପୁଞ୍ଜି ଅଭାବ ହେବ ’ ଶୀର୍ଷକର ଏହି ରିପୋର୍ଟରେ ମୁଡିସ କହିଛି କି, ବିଶେଷ କରି ଖୁଚୁରା ଓ କ୍ଷୁଦ୍ର ବ୍ୟବସାୟୀ ଋଣ କାରଣକୁ ସମ୍ପତ୍ତି ଗୁଣବତ୍ତା ବିଗିଡିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.