ETV Bharat / business

ଆର୍ଥିକ ପ୍ୟାକେଜ ପାର୍ଟ-2ରେ ଜିଡିପିର 5-6 ପ୍ରତିଶତ ଘୋଷଣା କରନ୍ତୁ ସରକାର: କଂଗ୍ରେସ - କୋରୋନା ପାଇଁ ଆର୍ଥିକ ପ୍ୟାକେଜ

କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଦେଶ ଓ ଦୁନିଆକୁ ଗଭୀର ଆଘାତ ମିଳିଛି । ଅର୍ଥବ୍ୟବସ୍ଥା ମଧ୍ୟ ସଙ୍କୁଚିତ ହୋଇଯାଇଛି । ଏସବୁ ପାଇଁ ସରକାର ଯେଉଁ ପ୍ୟାକେଜ ଦେଇଛନ୍ତି , ତାହା ବହୁତ ତମ । ଏଣୁ ଆଶା ରହିଛି ଯେ, ପ୍ୟାକେଜର ପାର୍ଟ-2 ଆସିବ ।

PM should be bold in declaring economic package of 5-6% of GDP
‘ସାହାସ ଦେଖାନ୍ତୁ ପିଏମ, ଜିଡିପିର 5ରୁ 6 ପ୍ରତିଶତ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ’
author img

By

Published : Apr 13, 2020, 8:23 PM IST

ନୂଆଦିଲ୍ଲୀ: କୋରୋନା ମାହାମାରୀକୁ ପ୍ରତିହିତ ପାଇଁ ସଂଘର୍ଷ କରୁଛି ଦେଶ । ଏହାର ପ୍ରଭାବରେ ଦୁର୍ବଳ ଦେଶର ମେରୁଦଣ୍ଡ । ଜୀବନ ସହ ଜୀବିକା ଭାରି ମାତ୍ରାରେ ପ୍ରଭାବିତ । ଏହି ସଙ୍କଟରୁ ମୁକୁଳିବା ପାଇଁ ଜିଡିପିର 5ରୁ 6 ପ୍ରତିଶତ ରାଶିର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସରକାର ସାହାସ ଦେଖାଇବା ଦରକାର ବୋଲି କଂଗ୍ରେସ କହିଛି ।

ଦଳର ବରିଷ୍ଠ ପ୍ରବକ୍ତା ଆନନ୍ଦ ଶର୍ମା କହିଛନ୍ତି ଯେ, ଭାରତରେ ଔଷଧ ଉଦ୍ୟୋଗ, ବୀମା ଓ ଆର୍ଥିକ କାରବାର ସହ ଜଡିତ ୟୁନିଟକୁ ବିଦେଶ ସମୂହ ହ୍ବାରା ଅଧିଗ୍ରହଣକୁ ରୋକିବା ଦରକାର ।

ଶର୍ମା ଭିଡିଓ ଲିଙ୍କ ଜରିଆରେ ଗଣମାଧ୍ୟମକୁ କହିଛନ୍ତି ଯେ, ‘‘କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଦେଶ ଓ ଦୁନିଆକୁ ଗଭୀର ଆଘାତ ମିଳିଛି । ଏଥିଯୋଗୁଁ ଅର୍ଥବ୍ୟବସ୍ଥା ମଧ୍ୟ ସଙ୍କୁଚିତ ହୋଇଯାଇଛି । ଏହି ସଙ୍କଟ କାରଣରୁ ପ୍ରଥମରୁ ଦୁର୍ବଳ ଭାରତୀୟ ଅର୍ଥବ୍ୟବସ୍ଥା ସାମ୍ନାରେ ବହୁ ଚ୍ୟାଲେଞ୍ଜ ଆସିଛି । ଏଥିପାଇଁ ଏକ ରଣନୀତି ପ୍ରସ୍ତୁତ କରିବା ଦରକାର ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସରକାରଙ୍କୁ ପରାମର୍ଶ ଯେ, ଲକଡାଉନକୁ ପର୍ଯ୍ୟାୟ କ୍ରମେ ହଟାଯାଉ । ପ୍ରଥମ ପର୍ଯ୍ୟାୟରେ କିଛି ଆର୍ଥିକ କାର୍ଯ୍ୟକଳାପର ଆରମ୍ଭ ହେଉ । ଏମଏମଏଇକୁ ପୁନଃଜୀବନ କରାଯାଉ । ଏମଏସଏମଇ ସେକ୍ଟରୁ ବିନା ସୁଧରେ ଋଣ ଦେବାକୁ ହେବ । ଏଥିପାଇଁ ଏକ ବିଶେଷ ରିଲିଫ ପାଣ୍ଠି ସ୍ଥାପନା କରିବା ଆବଶ୍ୟକ ।

ସେ କହିଛନ୍ତି ଯେ, ‘ସାଧାରଣ ଆବଶ୍ୟକୀୟ ବସ୍ତୁର ଉତ୍ପାଦନ ପାଇଁ ନୀତି ପ୍ରସ୍ତୁତ କରିବା ଆବଶ୍ୟକ । କାରଣ ଜିନିଷ ତିଆରି ହେବ ନାହିଁ ଯଦି ଦୋକାନକୁ କିପରି ଆସିବ , ଏଥିସହ ବିକେନ୍ଦ୍ରୀକରଣ ବ୍ୟବହାର ଦରକାର ରହିଛି ।’

ସେହିପରି କୃଷକଙ୍କ ଆଶ୍ବସ୍ତି ଦେବା ନେଇ ଶର୍ମା କହିଛନ୍ତି ଯେ ଗହମ ଓ ସୋରିଶ ଫସଲ କାଟିବା ସମୟ ଏବେ , ଏଥିଯୋଗୁଁ କୃଷକଙ୍କ ଫସଲ କ୍ରୟ ସୁନିଶ୍ଚିତ ହେବା ଆବଶ୍ୟକ ।

ଶର୍ମା ଜଣାଇଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନରୁ ରିପୋର୍ଟ ଆସିଛି ଯେ, ଭାରତରେ 40 କୋଟି ଶ୍ରମିକ ଗରିବ ସୀମାରେଖା ତଳକୁ ଖସିଯିବେ । ସେମାନଙ୍କ ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ରହିଛି । ଏସବୁ ପାଇଁ ସରକାର ଯେଉଁ ପ୍ୟାକେଜ ଦେଇଛନ୍ତି, ତାହା ବହୁତ ତମ । ଏଣୁ ଆଶା ରହିଛି ଯେ, ପ୍ୟାକେଜର ପାର୍ଟ-2 ଆସିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.