ETV Bharat / business

‘2014 ପରଠୁ ବଢିନି ମୁଦ୍ରାସ୍ପୀତି’ - ନିୟନ୍ତ୍ରଣରେ ରହିଛି ମୁଦ୍ରାସ୍ପୀତି

2014 ପରଠାରୁ ମହଙ୍ଗା ଦର ବୃଦ୍ଧି ପାଇନି । ଏଣୁ ଏନେଇ କେହି ପ୍ରଶ୍ନ ଉଠାଇପାରିବେ ନାହିଁ । ଅଙ୍ଗୁଳି ଉଠାଇବା ପୂର୍ବରୁ ମୁଦ୍ରାସ୍ପୀତି ରିପୋର୍ଟ ଦେଖିବାକୁ ସ୍ପଷ୍ଟ କର ଆଗାମୀ ଦିନରେ ଦେଶର ବିଭିନ୍ନ କ୍ଷେତ୍ରରେ ରହିଥିବା ଚ୍ୟାଲେଞ୍ଜ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ।

ଫଟୋ ସୌଜନ୍ୟ-ଏଏନଆଇ
author img

By

Published : Sep 7, 2019, 6:31 PM IST

କୋଲକତା: ନିୟନ୍ତ୍ରଣରେ ରହିଛି ମୁଦ୍ରାସ୍ପୀତି । ଏପରିକି 2014 ପରଠାରୁ ଏହା ବଢିନାହିଁ । ଯଦି ଏହି ମୁଦ୍ଦା ଉଠାଯାଉଛି ତେବେ 2008ରୁ 2016 ପର୍ଯ୍ୟନ୍ତ ମୁଦ୍ରାସ୍ପୀତି ରିପୋର୍ଟକୁ ଦେଖିନେବା ଦରକାର । ଶୁକ୍ରବାର କୋଲକତାର ଉଦ୍ୟୋଗପତି ଓ ବେପାରୀଙ୍କ ସହ ଆଲୋଚନା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଦୀର୍ଘ ସମୟ ଧରି ମହଙ୍ଗା ଦର ରିଜର୍ଭ ବ୍ୟାଙ୍କ ଦ୍ବାରା ନିର୍ଦ୍ଧାରିତ 4 ପ୍ରତିଶତ ମଧ୍ୟରେ ରହିଛି । ଖୁଚୁରୁ ମୁଦ୍ରାସ୍ପୀତି ଜୁଲାଇରେ 3.15% ରହିଥିଲା । ଯାହାକି ଜୁନରେ 3.18 ପ୍ରତିଶତରୁ କମ ରହିଥିଲା ।

ବର୍ତ୍ତମାନ ସମୟରେ ଦେଶ ମାନ୍ଦାବସ୍ଥା ଦେଇ ଗତିକରୁଛି । ଯେଉଁଥିପାଇଁ ଅର୍ଥନୀତି ଓ ରାଜନୀତି ପାରଦ ଏବେ ଉପରମୁହାଁ । ଏଭଳି ଗରମାଗରମ ପରିସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ଏଭଳି ବୟାନ ସମସ୍ତଙ୍କୁ ଚକିତ କରିରଖିଛି ।

ତେବେ ଏଥିସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସମସ୍ତ କ୍ଷେତ୍ରରେ ରହିଥିବା ଚ୍ୟାଲେଞ୍ଜକୁ ନେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ ଉଠାଇବେ । ଯଥାସମ୍ଭବ ଏହାର ସମାଧାନ କରାଯିବ । ସେହିପରି ଚଳିତ ଆର୍ଥିକ ବର୍ଷରେ ରାଜସ୍ବ ସଂଗ୍ରହ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଓ କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମାଶୁଳ୍କ ବୋର୍ଡ(ସିବିଆଇସି)କୁ ରାଜସ୍ବ ଲକ୍ଷ୍ୟ ଦାୟିତ୍ବ ଦିଆଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.