ETV Bharat / business

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନୂଆ ନିୟମ, ଜମାରାଶିର କମିବ ସୁଧ ହାର - ଗ୍ରାହକଙ୍କୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଝଟକ

ସେପ୍ଟେମ୍ବର ଆରମ୍ଭରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏକ ବଡ ଝଟକା ଦେବାକୁ ଯାଉଛି । ବ୍ୟାଙ୍କ ମାସର ପ୍ରଥମରୁ ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନୂଆ ନିୟମ, ଜମାରାଶିର କମିବ ସୁଧ ହାର

author img

By

Published : Sep 1, 2021, 2:14 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ଆରମ୍ଭରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏକ ବଡ ଝଟକା ଦେବାକୁ ଯାଉଛି । ମାସର ପ୍ରଥମରୁ ବ୍ୟାଙ୍କ ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ ନୂତନ ସୁଧ ହାର ବାର୍ଷିକ 2.90% ହେବ, ଏପର୍ଯ୍ୟନ୍ତ ଏହା ବାର୍ଷିକ 3% ଅଟେ । ନୂତନ ସୁଧ ହାର ଉଭୟ ଗ୍ରାହକ ଏବଂ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଥିବା ପୁରୁଣା ଆକାଉଣ୍ଟଧାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ।

GST ସଂଗ୍ରହରେ ହ୍ରାସକୁ ଦୃଷ୍ଟିରେ ରଖି ବିଳମ୍ବିତ ଜମାକାରୀଙ୍କ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି । ବର୍ତ୍ତମାନ ସରକାର କହିଛନ୍ତି ଯେ GST ଦେୟରେ ବିଳମ୍ବ ହେଲେ ସେପ୍ଟେମ୍ବର ୨ ରୁ ନେଟ୍ ଟ୍ୟାକ୍ସ ଉପରେ ସୁଧ ଆଦାୟ କରାଯିବ । ସରକାର କହିଛନ୍ତି ଯେ, ଦ୍ରବ୍ୟ ଏବଂ ସେବା ଟିକସ (GST) ପ୍ରଦାନରେ ବିଳମ୍ବ ହେଲେ ସେପ୍ଟେମ୍ବରରୁ ମୋଟ ଟିକସ ଉପରେ ସୁଧ ଆଦାୟ କରାଯିବ।

ଚଳିତ ବର୍ଷ ପ୍ରାରମ୍ଭରେ, GST ଦେୟ ବିଳମ୍ବରେ ପ୍ରାୟ 46,000 କୋଟି ଟଙ୍କାର ବକେୟା ସୁଧ ଫେରସ୍ତ ପାଇଁ ଶିଳ୍ପ ନିର୍ଦ୍ଦେଶକୁ ନେଇ ଚିନ୍ତା ବଢାଇଥିଲା । ସେପ୍ଟେମ୍ବର 19 ରେ GST ହାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପରିଷଦର ଏକ ବୈଠକ ହେବ । ଏହି ବୈଠକରେ କ୍ଷତିପୂରଣ ସେସ୍ ହ୍ରାସ ଏବଂ କ୍ଷତିପୂରଣ ଦେୟକୁ ନେଇ ବିଚାର କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.