ନୂଆଦିଲ୍ଲୀ: ସମ୍ବିଧାନର ସପ୍ତମ ଅନୁସୂଚୀ ଉପରେ ପୁଣି ବିଚାର କରାଯିବା ଆବଶ୍ୟକ । ଶୁକ୍ରବାର ଏନେଇ ମତ ରଖିଛନ୍ତି ପଞ୍ଚଦଶ ଅର୍ଥ ଆୟୋଗର ଚେୟାରମ୍ୟାନ ଏନ.କେ ସିଂହ ।
ଦେଶର ପ୍ରାଥମିକତା ପ୍ରଯୁକ୍ତିବିଦ୍ୟାରେ ଆସୁଥିବା ପରିବର୍ତ୍ତନକୁ ଦୃଷ୍ଟି ରଖି ସେ ଏହି ରିଭାଇଜକୁ ଜରୁରୀ ଦର୍ଶାଇଛନ୍ତି । ଏହି ଅନୁସୂଚୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକାରୀଙ୍କୁ ଆବଣ୍ଟିତ କରିଥାଏ । ପଞ୍ଚଦଶ ଅର୍ଥ ଆୟୋଗର ଚେୟାରମ୍ୟାନ ଏନ.କେ ସିଂହ କହିଛନ୍ତି ଯେ, ସମ୍ବିଧାନର 7ମ ଅନୁସୂଚୀରେ 3ଟି ଲିଷ୍ଟ- ୟୁନିଅନ, ରାଜ୍ୟ ଏବଂ ସମନ୍ବୟ ।
ଏହା ଅଧୀନରେ କେନ୍ଦ୍ର ସରକାର ଏହାର ଫେଡେରାଲ୍ ତାଲିକାରେ ଦିଆଯାଇଥିବା ବିଷୟଗୁଡ଼ିକ ଉପରେ ଆଇନ ପ୍ରସ୍ତୁତ କରିବାର ଅଧିକାର ଥିବାବେଳେ ରାଜ୍ୟ ସରକାରଙ୍କୁ ରାଜ୍ୟ ତାଲିକାରେ ଦିଆଯାଇଥିବା ବିଷୟଗୁଡ଼ିକ ଉପରେ ଆଇନ ପ୍ରସ୍ତୁତ କରିବାକୁ କ୍ଷମତା ଦିଆଯାଇଛି ।
ଏଥି ସହିତ, ସମନ୍ବୟ ସୂଚୀ ଅଧିନରେ ଆସୁଥିବା ବିଷୟ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟକୁ ଆଇନ ଗଠନର ଅଧିକାର ଦିଆଯାଇଛି, କିନ୍ତୁ ବିବାଦ ହେଲେ କେବଳ କେନ୍ଦ୍ରର ଆଇନକୁ ବିଚାରକୁ ନିଆଯିବ । ପ୍ରମୁଖ ବାଣିଜ୍ୟ ଏବଂ ଉଦ୍ୟୋଗ ସଙ୍ଗଠନ ଫିକ୍କି 93 ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ସିଂହ କହିଛନ୍ତି ଯେ, ‘‘ ଆମକୁ ସମ୍ଭିଧାନର ସପ୍ତମ ଅନୁସୂଚୀକୁ ଭିତ୍ତିଭୂମି ଢଙ୍ଗରେ ପୁଣି ଦେଖିବା ଆବଶ୍ୟକ ରହିଛି ।
କେନ୍ଦ୍ର ଓ ରାଜ୍ୟକୁ ରାଜକୋଷ ସୁଦୃଢ ପାଇଁ ମିଳିମିଶି କାମ କରିବା ସହ ପରସ୍ପରକୁ ସହଯୋଗର ଆବଶ୍ୟକତା ରହିଛି ।