ନୂଆଦିଲ୍ଲୀ: ଆପଣ ଫାଇନାନ୍ସ ଉପରେ ଅଧିକ ଜାଣିବାକୁ ଚାହାନ୍ତି କି ? ତେବେ ଡାଉନଲୋଡ କରନ୍ତୁ ‘ନ୍ୟାସନାଲ ଟେଷ୍ଟ ଅଭ୍ୟାସ ଆପ’ । ଏହି ଆପ ମାଧ୍ୟମରେ ଆପଣ ଘରେ ବସି ଉଚ୍ଚ ଶିକ୍ଷା ସହ ଜଡିତ ଏହି କୋର୍ସ, ବ୍ୟାଙ୍କିଙ୍ଗ, ରିଜର୍ଭ ବ୍ୟଙ୍କ ଓ ମନି ସପ୍ଲାଏ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଜାଣିପାରିବେ । ଏହାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଉପଲବ୍ଧ କରାଯାଇଛି ।
![learn online money banking and the role of the reserve bank in the economy](https://etvbharatimages.akamaized.net/etvbharat/prod-images/7320144_01.jpg)
ଏହି କୋର୍ସ ମୁଖ୍ୟତଃ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ । ଏହି ପାଠ୍ୟକ୍ରମ ମାଧ୍ୟମରେ ଅର୍ଥ ବଜାରରେ ଆରବିଆଇର ଭୂମିକା ଏବଂ ଏହାର ଗୁରୁତ୍ୱ ବିଷୟରେ ଅବଗତ ହୋଇପାରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ କି, , ବିଶେଷଜ୍ଞ ଓ ଅର୍ଥନୀତିଜ୍ଞଙ୍କ ମାନେ ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ମନି ବ୍ୟାଙ୍କିଙ୍ଗ ପାଠ ପଢାଇବେ ।
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଯୁବବର୍ଗଙ୍କ ରୋଜଗାର ସହ ଯୋଡାଯାଇ ଏହି ପାଠ୍ୟକ୍ରମର ଡିଜାଇନ କରାଯାଇଛି । ଉପଲବ୍ଧ ଏହି କୋର୍ସ ମାଧ୍ୟମରେ ମନି ବ୍ୟାଙ୍କିଙ୍ଗ ବ୍ୟତୀତ ଅର୍ଥ ଯୋଗାଣ ଏବଂ ଏହାର ପରିଚାଳନା ସମେତ ଅର୍ଥନୀତିରେ ଆରବିଆଇର ଭୁମିକା ମଧ୍ୟ ଅତି ସରଳର ସହ ବୁଝାଯିବ ।
ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ ‘ମନ୍ତ୍ରଣାଳୟର ଚ୍ୟାନେଲ 'ସ୍ବଂୟ' ମାଧ୍ୟମରେ ଛାତ୍ରମାନେ 'ଟଙ୍କା ଯୋଗାଣ ନିର୍ଦ୍ଧାରଣ ', କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟ ଏବଂ ଭୂମିକା, ମନି ବ୍ୟାଙ୍କିଙ୍ଗ କୋର୍ସ ଘରେ ବସି ଅନଲାଇନରେ କରିପାରିବେ ।
ବିନା ଇଣ୍ଟରନେଟରେ ମକ ଟେଷ୍ଟ
ମନ୍ତ୍ରାଳୟ ଅନୁଯାୟୀ, 72 ଘଣ୍ଟାର କମ ସମୟ ମଧ୍ୟରେ 2ଲକ୍ଷରୁ ଉର୍ଦ୍ଧ ବିଧ୍ୟାର୍ଥୀ ଏହି ଆପକୁ ଡାଉନଲୋଡ କରିସାରିଲେଣି । 80 ହଜାରରୁ ଉର୍ଦ୍ଧ୍ବ ବିଧ୍ୟାର୍ଥୀ ଜେଇଇ ମେନ ଓ ନିଟ ପାଇଁ ମଧ୍ୟ ମକ ଟେଷ୍ଟ ଦେଇସାରିଲେଣି । ସବୁଠୁ ଅଧିକ ପିଲା ସକାଳ 10ଟାରୁ ମଧ୍ୟାହ୍ନ 12 ଟା ଯାଏଁ ମକ ଟେଷ୍ଟ ଦେଉଛନ୍ତି ।
ଏହି ଆପରେ ପ୍ରତିଦିନ 3 ଘଣ୍ଟା ଜେଇଇ ମେନ ଓ ନିଟ ପାଇଁ ଏକ ସମ୍ପୁର୍ଣ୍ଣ ପ୍ରଶ୍ନ ପତ୍ର ଉପଲବ୍ଧ କରାଯିବ । ଯାହାକୁ ବିଦ୍ୟାର୍ଥୀ ଡାଉନଲୋଡ ପରେ କେବେ ବି ଦେଇପାରିବେ । ଏହି ଟେଷ୍ଟକୁ ଦେବା ପାଇଁ ଇଣ୍ଟରନେଟ ସୁବିଧାର ମଧ୍ୟ ଆବଶ୍ୟକତା ନାହିଁ ।