ନୂଆଦିଲ୍ଲୀ: ଇପିଏଫ ଧାରୀଙ୍କ ପାର୍ବଣ ମଉଜ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ବୃଦ୍ଧିକୁ ମୋହର ମାରିଛି ଶ୍ରମ ମନ୍ତ୍ରାଣଳୟ । 2018-19 ଆର୍ଥିକ ବର୍ଷ ପାଇଁ ଇପିଏଫ ଉପରେ 8.65 ପ୍ରତିଶତ ସୁଧ ମିଳିବ। ନୂଆ ନିୟମ ଅନୁଯାୟୀ 6 କୋଟି ଇପିଏଫ ସବସ୍କ୍ରାଇବରଙ୍କ ଖାତାରେ 54,000 କୋଟି ଟଙ୍କା ଜମା ହେବ । ଏ ନେଇ ମଙ୍ଗଳବାର କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି ।
ଏବେ ସୁଦ୍ଧା 2017-18ରେ ମଞ୍ଜୁର ସୁଧହାର 8.55 ପ୍ରତିଶତ ହିସାବରେ ଇପିଏଫ ସବସ୍କ୍ରାଇବରଙ୍କୁ ଖାତାରେ ଟଙ୍କା ଜମା ହେଉଥିଲା । ଯାହାକି ଏବେ ଏହା 0.10 ପ୍ରତିଶତ ବୃଦ୍ଧି ପାଇଛି । ଏହା ପୂର୍ବରୁ ସେପ୍ଟମ୍ବର 19ରେ ଅର୍ଥମନ୍ତ୍ରାଣଳୟ ପରିବର୍ଦ୍ଧିତ ଇପିଏଫ ସୁଧ ହାରକୁ ମଞ୍ଜୁରୀ ଦେଇସାରିଥିଲା ।
ପଢନ୍ତୁ: ପାର୍ବଣ ମଉଜ, ବଢିଲା ଇପିଏଫ ସୁଧହାର