ETV Bharat / business

ଜାଣନ୍ତୁ, ଟଙ୍କା ଦୁର୍ବଳ ହେଲେ ଖର୍ଚ୍ଚ କେତେ ପ୍ରଭାବିତ ହୁଏ... - ଟଙ୍କା ହ୍ରାସର ପ୍ରଭାବ

ଟଙ୍କା ହ୍ରାସ ଖବରରେ ସାଧାରଣ ଜନତା ମୁଖ୍ୟତଃ ଅଧିକ ଚିନ୍ତିତ ହେଉନାହାନ୍ତି । ସେମାନେ ଭାବିଥାନ୍ତି କି, ଏହାର ପ୍ରଭାବ କେବଳ ସରକାର, ବା ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ବଡ କର୍ପୋରେଟ ସଂସ୍ଥା ଉପରେ ପଡିଥାଏ । କିନ୍ତୁ ଏହା ଭୁଲ । ଟଙ୍କା ମୁଲ୍ୟ ହ୍ରାସ ଦ୍ବାରା ଆପଣଙ୍କ ଅର୍ଥ ଉପରେ ଅକଳ୍ପନୀୟ ପ୍ରଭାବ ପକାଇପାରେ । ତେବେ ଆସନ୍ତୁ ଜାଣିବା କିପରି ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ଆପଣଙ୍କ ପକେଟକୁ ପ୍ରଭାବିତ କରିଥାଏ ..

ଜାଣନ୍ତୁ, ଟଙ୍କା ଦୁର୍ବଳ ହେଲେ ଆପଣଙ୍କ ଖର୍ଚ୍ଚ କେତେ ହୁଏ ପ୍ରଭାବିତ ...

author img

By

Published : Aug 21, 2020, 12:43 PM IST

ହାଇଦ୍ରାବାଦ: 1947 ମସିହାରେ ଭାରତ ଯେବେ ସ୍ବତନ୍ତ୍ରତା ହାସଲ କଲା, ସେହି ସମୟରେ 1 ଟଙ୍କା 1 ଡଲାର ସମାନ ଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ଟଙ୍କା ତଳକୁ ଖସିଚାଲିଛି । ଗତ 1 ଦଶନ୍ଧିରେ ଡଲାର ତୁଳନାରେ ମୁଦ୍ରା ବଡ ପରିମାଣରେ 70 ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି ।

ଏପରିକି , ଯଦି ଆମେ ଗତ 6 ମାସକୁ ହିସାବକୁ ନେବା ତେବେ କୋରୋନା ମହାମାରୀ ଯୋଗୁଁ ଟଙ୍କାରେ ବଡ ହ୍ରାସ ହୋଇଛି । ଏଥିମଧ୍ୟରେ ଟଙ୍କା 4 ପ୍ରତିଶତ ହ୍ରାସ ହୋଇ ଡଲାର ପ୍ରତି 75 ଟଙ୍କାରେ ପହଞ୍ଚିଯାଇଛି ।

ବଡ କଥା ହେଲା, ସାଧାରଣ ଜନତା ମୁଖ୍ୟତଃ ଟଙ୍କାର ହ୍ରାସ ଖବରରେ ଅଧିକ ଚିନ୍ତିତ ହେଉନାହାନ୍ତି । ସେମାନଙ୍କ ଭାବିଥାନ୍ତି କି, ଟଙ୍କା ହ୍ରାସ ଦ୍ବାରା କେବଳ ସରକାର, ବା ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ବଡ କର୍ପୋରେଟ ସଂସ୍ଥା ପାଇଁ ଏକ ଚିନ୍ତାର ବିଷୟ । କିନ୍ତୁ ଏହା ସବୁଠୁ ବଡ ଭୁଲ ଧାରଣା । ଟଙ୍କା ମୁଲ୍ୟ ହ୍ରାସ ଦ୍ବାରା ଆପଣଙ୍କ ଅର୍ଥ ଉପରେ ପ୍ରତ୍ୟକ୍ଷ ଭାବେ ଅଧିକ ପ୍ରଭାବ ପକାଇପାରେ । ଯାହା କି ଆପଣ କଳ୍ପନା ମଧ୍ୟ କରିନଥିବେ ।

ତେବେ ଆସନ୍ତୁ ଜାଣିବା କିପରି ଡଲାର ତୁଳନାରେ ଟଙ୍କା ମୁଲ୍ୟ ଦୁର୍ବଳ ଆପଣଙ୍କ ପକେଟକୁ ପ୍ରଭାବିତ କରିଥାଏ ..

ବିଦେଶରେ ଶିକ୍ଷା

ବିଦେଶରେ ଶିକ୍ଷା
ବିଦେଶରେ ଶିକ୍ଷା

ଅଧିକାଂଶ ଭାରତୀୟ ମାତା-ପିତା ଚାହାନ୍ତି କି, ସେମାନଙ୍କ ଛୁଆ ଏକ ଭଲ ବିଦେଶୀ ବିଶ୍ବ ବିଦ୍ୟାଳୟରୁ ଡିଗ୍ରୀ ହାସଲ କରନ୍ତୁ । ଆଉ ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ସେମାନେ ନିଜ ଆୟର ସିଂହଭାବ ପିଲାଙ୍କ ପାଠପଢା ପାଇଁ ଜମା କରିଥାନ୍ତି ।

କିନ୍ତୁ ଗତ କିଛି ବର୍ଷ ଧରି ଯେଉଁଭଳି ଭାବେ ଟଙ୍କା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି, ସେହି ପରିମାଣରେ ଅନେକ ଯୋଜନା ଧୂଳିସାତ ହୋଇଯାଇଛି ।

ଯଦିଓ କେହି ବିଶ୍ବାସ କରନ୍ତି ଯେ ବିଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ଦେୟ ବୃଦ୍ଧି କରିନାହାଁନ୍ତି, ତଥାପି ବି ଭାରତୀୟଙ୍କୁ ଏହି ଖର୍ଚ୍ଚ ଯୋଜନା କରିବା ସମୟରେ 5 ରୁ 10 ବର୍ଷ ପୂର୍ବ ତୁଳନାରେ ଅଧିକ ଦେବାକୁ ପଡିବ।

ଉଦାହରଣ ସୂରୂପ , ଯଦି କୌଣସି ଆମେରିକା ବିଶ୍ବବିଦ୍ୟାଳୟ 2010ରେ 1 ବର୍ଷ ପାଇଁ 1 ହଜାର ଡଲାର ଶୁଳ୍କ ନେଇଥାଏ, ତେବେ ଭାରତୀୟ ଅଭିଭାବକମାନେ 45ହଜାର ଟଙ୍କାର ବାର୍ଷିକ ଖର୍ଚ୍ଚର ଅନୁମାନ ଲଗାଇଥିବେ । କାରଣ 2010ରେ ଟଙ୍କାର ବିନିମୟ ମୂଲ୍ୟ 45 ଥିଲା । ଏବେ 2020 ରେ ଏହା 75 ହଜାରରେ ପହଞ୍ଚିଯାଇଛି । ଅର୍ଥାତ ଏଭେ ଫିସ ପାଇଁ 75,000 ଟଙ୍କା ଖର୍ଚ୍ଚ କରିବାକୁ ହେବ ।

ଫିସ ବ୍ୟତୀତ, ମା’ ବାପାମାନେ ରୁମର ଭଡା, ଭୋଜନ ଓ ଅନ୍ୟନ ସାମଗ୍ରୀ ଉପରେ ଅଧିକ ଖର୍ଚ୍ଚ କରିଥାନ୍ତି । ଯାହାକି ଜଣେ ଷ୍ଟୁଡେଣ୍ଟକୁ ବିଦେଶୀରେ ରହିବା ପାଇଁ ଦେବାକୁ ପଡିଥାଏ ।

ବିଦେଶ ଯାତ୍ରା

ବିଦେଶ ଯାତ୍ରା
ବିଦେଶ ଯାତ୍ରା

କୋରୋନା ଭାଇରସ ସଂକ୍ରମଣ ବ୍ୟାପୁଥିବାରୁ ସୀମାକୁ ବନ୍ଦ କରିଦିଆଯାଇଛି । ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି । ଫଳରେ ସମଗ୍ର ବିଶ୍ବରେ ଯାତ୍ରା ଉଦ୍ୟୋଗ (ପର୍ଯ୍ୟଟନ ଶିଳ୍ପ) ଅଚଳ ହୋଇପଡିଛି ।

ତେବେ ଅନ୍ତରାଷ୍ଟ୍ରୀୟ ଉଡାଣ ସମ୍ପୁର୍ଣ୍ଣ ଭାବେ ଆରମ୍ଭ ପରେ ଚାହିଦା ଅଧିକ ପରିମାଣରେ ବଢିବା ଆଶା ରହିଛି । କାରଣ ଲୋକ କୌଣସି ବିଦେଶୀ ଦେଶ ଭ୍ରମଣ ଯୋଜନା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ ।

ଏଭଳି ଭାବେ ଛୁଟି ଯୋଜନା କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଖର୍ଚ୍ଚ ଉପରେ ଧ୍ଯାନ ରଖିବା ସହ ସଞ୍ଚୟର ଗୋଟିଏ ଭାଗ ଅଲଗା ରଖିଥାଏ ।

କିନ୍ତୁ ଟଙ୍କା ଦୁର୍ବଳ ଅର୍ଥ କି ରେସ୍ତେରା, ଫ୍ଲାଇଟ ଟିକେଟ , ହୋଟେଲ ବିଲ ଓ ଅନ୍ୟନ ସପିଂ ବ୍ୟୟବହୁଳ ହୋଇଯିବ । ଏଥିପାଇଁ ଲୋକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ।

ତେବେ ବର୍ତ୍ତମାନ ବି ଯେଉଁସବୁ ଲୋକମାନେ ଯୋଜନା କରୁଛନ୍ତି , ସେମାନେ ଏକ ଶସ୍ତା ସ୍ଥାନକୁ ଯିବା ପାଇଁ ବିଚାର କରିବେ , ନଚେତ ସମ୍ପୁର୍ଣ୍ଣ ଭାବେ ପ୍ଲାନିଂ ସ୍ଥଗିତ କରିଦେବେ ।

ଇନ୍ଧନ ଦାମ

ଇନ୍ଧନ ଦାମ
ଇନ୍ଧନ ଦାମ

ଯେହେତୁ ଭାରତ ଅଶୋଧିତ ତୈଳର ବଡ ଆମଦାନୀକାରୀ ଏଣୁ ଟଙ୍କା ହ୍ରାସ ହେଲେ ତେଲ ଆମଦାନୀ ମହଙ୍ଗା ହୋଇଥାଏ ।

ଯାହାର ପ୍ରଭାବରେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧି ପାଇଥାଏ । ଆଉ ଏହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିଥାଏ ।

ଅନ୍ୟାନ ରପ୍ତାନୀ ଏବଂ ଆମଦାନୀ

ଅନ୍ୟାନ ରପ୍ତାନୀ ଏବଂ ଆମଦାନୀ
ଅନ୍ୟାନ ରପ୍ତାନୀ ଏବଂ ଆମଦାନୀ

ଟଙ୍କାରେ ତୀବ୍ର ହ୍ରାସ ଦ୍ବାରା ସମସ୍ତ ଆମାଦାନୀ ସାମଗ୍ରୀ ମହଙ୍ଗା ହୋଇଯାଇଥାଏ । କାରଣ ସେମାନେ ଡଲାର ମୂଲ୍ୟ ହିସାବରେ ଟ୍ୟାଗ ଲଗାଇଥାନ୍ତି ।

ଏଣୁ ଗ୍ୟାଜେଟ କିମ୍ବା ଇଲୋକ୍ଟ୍ରୋନିକ ଉପକରଣ , ସୌନ୍ଦର୍ଯ୍ୟ ସାମଗ୍ରୀ , ଅତର, ପୋଷାକ ଇତ୍ୟାଦି ଆଇଟମ୍ ଭାରତୀୟ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ମହଙ୍ଗା ହୋଇପାରେ ।

ବିଶେଷ କରି କାରଖାନା ଓ ବ୍ୟବସାୟ ନିଜ କଞ୍ଚାମାଲ ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକ ପାଇଁ ଆମଦାନୀ ଉପରେ ନିର୍ଭର କରନ୍ତି । ଆଉ ଯଦି ଟଙ୍କା ହ୍ରାସ ହୁଏ ତେବେ ସେମାନଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡିବ ।

ସେମାନେ ହୁଏତ ଅଧିକ ଖର୍ଚ୍ଚ ଗ୍ରହଣ କରିପାରିବେ ନଚେତ ସେମାନଙ୍କ ମାର୍ଜିନରେ ଏକ ହିଟ ନେଇପାରିବେ, କିମ୍ବା ଗ୍ରାହକଙ୍କ ଉପରେ ମୂଲ୍ୟ ବୃଦ୍ଧି ପାସ କରିପାରିବେ, ଯାହା ଫଳରେ ସେମାନେ ଏଥିପାଇଁ ଅଧିକ ଦେବାକୁ ସକ୍ଷମ ହେବେ । ତେବେ ଯେକୌଣସି ଭାବେ , ଟଙ୍କା ଦୁର୍ବଳ ଦ୍ବାରା କ୍ଷତିକୁ କାହାକୁ ବି ବହନ କରିବାକୁ ପଡିବ ।

ସେୟାର ବଜାର

ସେୟାର ବଜାର
ସେୟାର ବଜାର

ଯେବେ ଟଙ୍କାରେ ତୀବ୍ର ହ୍ରାସ ଦେଖାଯାଇଥାଏ , ତେବେ ସେୟାର ବଜାର ମଧ୍ୟ ଅସ୍ଥିର ହୋଇଯାଇଥାଏ ।

ବେଞ୍ଚମାର୍କ ଇଣ୍ଡେକ୍ସ ସେନସେକ୍ସ ଓ ନିଫ୍ଟି ସାଧାରଣତଃ ମୁଦ୍ରା ମୂଲ୍ୟ ଅଚାନକ ହ୍ରାସ ପରେ ନକରାତ୍ମକ ଭାବେ ପ୍ରତିକ୍ରିୟା ରଖିଥାନ୍ତି । ଯାହା ଦ୍ବାରା ଘରୋଇ ନିବେଶକଙ୍କୁ ବିଶେଷ କରି କ୍ଷୁଦ୍ର ଖୁଚୁରା ନିବେଶଙ୍କ ପରିଶ୍ରମର ଆୟ ହ୍ରାସ ହୋଇଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.