ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଗଡିବ ଟ୍ରେନ । ତେବେ ଏନେଇ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି)ରେ ସୋମବାର 5 ପ୍ରତିଶତ ବୃଦ୍ଧି ପାଇଛି । କମ୍ପାନୀର ସେୟାର ବିଏସଇରେ 5 ପ୍ରତିଶତ ବୃଦ୍ଧି ପାଇ 1302.85 ରେ ପହଞ୍ଚିଛି ।
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE)ରେ ଏହା 5 ପ୍ରତିଶତ ବୃଦ୍ଧି ପାଇ 1,303.55 ଟଙ୍କା ହୋଇଛି । କେବଳ IRCTC ୱେବସାଇଟରେ ଆଜି 4 ଟାରୁ ଟିକେଟ ବୁକିଂ ଆରମ୍ଭ ହେବ ।
ମେ 12 ରେ ରେଳ ସେବା ଆରମ୍ଭ ହେବାକୁ ଥିବାବେଳେ ଷ୍ଟେସନରେ ଯାତ୍ରୀମାନେ ଗୋଟିଏ ଘଣ୍ଟା ଆଗରୁ ପହଞ୍ଚିବାକୁ ନିର୍ଦେଶନାମା ଜାରି ହୋଇଛି ।
ପ୍ରାରମ୍ଭରେ, 15 ଟି ରାଜଧାନୀ ରୁଟରେ ସମସ୍ତ ଶୀତତାପ ନିୟନ୍ତ୍ରିତ ସେବା ଆରମ୍ଭ ହେବ ଏବଂ ଭଡା ସୁପର ଫାଷ୍ଟ ଟ୍ରେନ୍ ସହିତ ସମାନ ହେବ ବୋଲି ଏଥିରେ କୁହାଯାଇଛି ।
ଏହି ସ୍ୱତନ୍ତ୍ର ଟ୍ରେନ୍ ନୂଆଦିଲ୍ଲୀରୁ ଦିବ୍ରୁଗଡ, ଅଗରତାଲା, ହାୱରା, ପାଟନା, ବିଲାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ୍, ଅହମ୍ମଦାବାଦ ଏବଂ ଜମ୍ମୁ ତାୱି ପର୍ଯ୍ୟନ୍ତ ଚଳାଚଳ କରିବ।
ଏଠାରେ ସୂଚନା ଥାଉ ଯେ ଲକଡାଉନ ଯୋଗୁଁ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ ମାଲ ପରିବହନ ଓ ପାର୍ସଲେ ସେବା ଜାରି ରହିଥିଲା । ପରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଆରମ୍ଭ ହୋଇଥିଲା ।