ETV Bharat / business

ଜୁନରେ ବି ସେବା କ୍ଷେତ୍ର ଶୋଚନୀୟ, ଲଗାତାର 4 ମାସ ଧରି PMI ହ୍ରାସ

author img

By

Published : Jul 3, 2020, 4:25 PM IST

କୋରୋନା ମାଡରେ ସବୁ ସେକ୍ଟର ସଙ୍କଟରେ । ଦେଶରେ ନୂଆ କାରବାର ପରିଚାଳନା, ନିଯୁକ୍ତି ହ୍ରାସ ଓ ଅର୍ଡର ନଥିବାରୁ ସେବା କ୍ଷେତ୍ର ଗତିବିଧି ସୂଚକାଙ୍କରେ ହ୍ରାସ ଜାରି ରହିଛି । ଲକଡାଉନ କୋହଳ ପରେ ବି ଜୁନରେ ସେବା କ୍ଷେତ୍ର ମାନ୍ଦାରେ । ଅଧିକ ପଢନ୍ତୁ..

ଜୁନରେ ବି ସେବା କ୍ଷେତ୍ର ଶୋଚନୀୟ
ଜୁନରେ ବି ସେବା କ୍ଷେତ୍ର ଶୋଚନୀୟ

ନୂଆଦିଲ୍ଲୀ: କୋରୋନା ମାଡରେ ଗୋଟିଏ ପରେ ଗୋଟିଏ ସେକ୍ଟରକୁ ପ୍ରବେଶ କରୁଛି ମାନ୍ଦାବସ୍ଥା । ଭାରତରେ ସେବା କ୍ଷେତ୍ରର ଗତିବିଧି ଜୁନ ମାସରେ ହ୍ରାସ ପାଇଛି । ଏହାକୁ ମିଶାଇ ଲଗାତାର 4 ମାସ ଧରି ଏହି ସେକ୍ଟରରେ ଅଭିବୃଦ୍ଧି ଖସୁଛି । ଶୁକ୍ରବାର ପ୍ରକାଶିତ ଏକ ମାସିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ କୋରୋନା ଯୋଗୁଁ ନୂଆ ଅର୍ଡର ହ୍ରାସ ସହ ନିଯୁକ୍ତି ସୃଷ୍ଟି ଠପ ଯୋଗୁଁ କାରବାର ପରିଚାଳନା ଗଭୀର ଭାବେ ପ୍ରଭାବିତ ହୋଇଛି ।

ଆଇଏଚଏସ ମାର୍କିଟର ଇଣ୍ଡିଆ ସର୍ଭିସେସର ବିଜନେସ ଆକ୍ଟିଭିଟି ସୂଚକାଙ୍କ ବା ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(PMI) ଜୁନ ମାସରେ 33.7 ପଏଣ୍ଟକୁ ହ୍ରାସ ପାଇଛି । ଯାହାକି ମେ ମାସରେ 12.6 ପଏଣ୍ଟ ଥିଲା ।

ମେ ତୁଳନାରେ ଜୁନରେ ବୃଦ୍ଧି ସତ୍ତ୍ବେ ଲଗାତାର 4 ମାସ ଧରି ସେବା କ୍ଷେତ୍ରର ଗତିବିଧି ହ୍ରାସ ପାଇଚାଲିଛି । ଆଇଏଚଏସ ମାର୍କିଟର ଇଣ୍ଡିଆ ସର୍ଭିସେସର ପିଏମଆଇ ଅନୁସାରେ 50 ପଏଣ୍ଟ ସ୍ତର ଉପରେ ରହିବା ଅର୍ଥ ଆଶ୍ୱସ୍ତି ରହିଥାଏ । ହେଲେ ଏହାଠାରୁ କମ ରହିଲେ ସେବା କ୍ଷେତ୍ର ଅତ୍ୟନ୍ତ ଧିମା ବୋଲି ଧରାଯାଇଥାଏ।

ସର୍ବେକ୍ଷଣ ଅନୁଯାୟୀ, 59 ପ୍ରତିଶତ କମ୍ପାନୀ କହିଛନ୍ତି ଯେ ମେ ତୁଳନାରେ ଜୁନ ମାସରେ ସେମାନଙ୍କର ଉତ୍ପାଦନରେ କୌଣସି ପରିବର୍ତ୍ତନ ହୋଇନାହିଁ। କେବଳ ଚାରି ପ୍ରତିଶତ କମ୍ପାନୀ କହିଛନ୍ତି ଯେ ସେମାନଙ୍କ ଉତ୍ପାଦନ ବୃଦ୍ଧି ପାଇଛି। 37 ପ୍ରତିଶତ କମ୍ପାନୀ ଉତ୍ପାଦନରେ ହ୍ରାସ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.