ETV Bharat / business

କୋରୋନା ପ୍ରଭାବ ଜାରି ରହିବ, ଧୀମେଇବ ଭାରତର ଅଭିବୃଦ୍ଧି: ଫିଚ - indian economy

2022-23ରୁ 2025-26 ପର୍ଯ୍ୟନ୍ତ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ଦୁର୍ବଳ ହୋଇ 6.5 ପ୍ରତିଶତ ପାଖାପାଖି ରହିବ । ଏ ନେଇ ଫିଚ ରେଟିଙ୍ଗସ ଅନୁମାନ କରିଛି ।

କୋରୋନା ପ୍ରଭାବ ଜାରି ରହିବ,  ଧୀମେଇବ ଭାରତର ଅଭିବୃଦ୍ଧି : ଫିଚ

author img

By

Published : Jan 14, 2021, 10:38 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀର ପ୍ରଭାବ ଲମ୍ବା ସମୟ ଧରି ଭାରତୀୟ ଅର୍ଥବ୍ୟବସ୍ଥାକୁ ସହିବାକୁ ହେବ । ଫିଚ ରେଟିଙ୍ଗସ ଗୁରୁବାର ଏ ନେଇ ଆଶଙ୍କା ପ୍ରକାଶ କରିବା ସହ ଆସନ୍ତା ଆର୍ଥିକ ବର୍ଷ (2021-22)ରେ ଭାରତୀୟ ଅର୍ଥବ୍ୟବସ୍ଥା 11 ପ୍ରତିଶତର ବୃଦ୍ଧି ହାର ରେକର୍ଡ କରିବ । କିନ୍ତୁ ଏହା ପରେ 2022-23ରୁ 2025-26 ପର୍ଯ୍ୟନ୍ତ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ଦୁର୍ବଳ ହୋଇ 6.5 ପ୍ରତିଶତ ପାଖାପାଖି ରହିବ ।

ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଟିପ୍ପଣୀ ଦେଇ ଫିଚ ରେଟିଙ୍ଗସ କହିଛି କି, ‘‘ ଯୋଗାଣ ପକ୍ଷ ସହ ଚାହିଦା ପ୍ରଭେଦ, ଆର୍ଥିକ କ୍ଷେତ୍ରରେ ଦୁର୍ବଳ ସ୍ଥିତି ଯୋଗୁଁ ଭାରତର ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ମହାମାରୀର ପୂର୍ବ ସ୍ତର ତଳକୁ ରହିବ । ’’

ଫିଚ କହିଛି କି କୋରୋନା ଭାଇରସ ଯୋଗୁଁ ଭାରତରେ ମାନ୍ଦାବସ୍ଥା ସ୍ଥିତି ଦୁନିଆରେ ସବୁଠୁ ଅଧିକ ଗମ୍ଭୀର ଅଛି । କଡା ଲକଡାଉନ ଓ ସୀମିତ ଆର୍ଥିକ ସମର୍ଥକ ଯୋଗୁଁ ଏଭଳି ସ୍ଥିତି ହୋଇଛି । ରେଟିଂ ଏଜେନ୍ସି କହିଛି କି ଅର୍ଥବ୍ୟବସ୍ଥାର ସ୍ଥିତି ଏବେ ସୁଧୁରୁଛି । ଆସନ୍ତା କିଛି ମାସ ମଧ୍ୟରେ ଭ୍ୟାକ୍ସିନ ଆସିବା ଯୋଗୁଁ ଏହା ଆହୁରି ସୁଧୁରିବ । ତେବେ ଅନୁମାନ ରହିଛି କି 2021-22ରେ ଭାରତୀୟ ଅର୍ଥବ୍ୟବସ୍ଥା 11 ପ୍ରତିଶତ ବୃଦ୍ଧି ରେକର୍ଡ କରିବାବେଳେ 2020-21ରେ ଦେଶର ମୋଟ ଘରୋଇ ଉତ୍ପାଦରେ 9.4 ପ୍ରତିଶତ ହ୍ରାସ ହେବ ।

ଫିଚ ରେଟିଙ୍ଗସ କହିଛି କି କୋଭିଡ-19 ସଙ୍କଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥା ତଳକୁ ଆସୁଛି । 2019-20ରେ ଜିଡିପିରେ ବୃଦ୍ଧି ହାର ହ୍ରାସ ହୋଇ 4.2 ପ୍ରତିଶତକୁ ଆସିଥିଲା । ଏହା ପୂର୍ବ ଆର୍ଥିକ ବର୍ଷରେ ଏହା 6.1 ପ୍ରତିଶତ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.