ETV Bharat / business

ସୁଧୁରୁଛି ମ୍ୟାନୁଫେକ୍ଚରିଙ୍ଗ ସେକ୍ଟର, ଡିସେମ୍ବରରେ ବଢିଲା ଅଭିବୃଦ୍ଧି

author img

By

Published : Jan 2, 2020, 6:23 PM IST

କାରଖାନାରେ ନୂଆ ଅର୍ଡର ଓ ଉତ୍ପାଦନରେ ଅଭିବୃଦ୍ଧି ଯୋଗୁଁ ସୁଧୁରିଛି ବିନିର୍ମାଣ ସେକ୍ଟର । ଏଥିଯୋଗୁଁ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

indias manufacturing sector activity rises in dec cos cautious on 2020 outlook
ସୁଧୁରୁଛି ମ୍ୟନୁଫେକ୍ଚରିଙ୍ଗ ସେକ୍ଟର , ଡିସେମ୍ବରରେ ବଢିଲା ଅଭିବୃଦ୍ଧି

ନୂଆଦିଲ୍ଲୀ: କାରଖାନାରେ ନୂଆ ଅର୍ଡର ଓ ଉତ୍ପାଦନରେ ଅଭିବୃଦ୍ଧି ଯୋଗୁଁ ସୁଧୁରିଛି ବିନିର୍ମାଣ ଉଦ୍ୟୋଗ । ଏଥିଯୋଗୁଁ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇଛି । ଗୁରୁବାର ପ୍ରକାଶିତ ମାସିକ ସର୍ବେକ୍ଷଣ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ସର୍ବେକ୍ଷଣ ମୁତାବକ, ଡିସେମ୍ବରରେ ପରିଚାଳନା ଗତିବିଧିରେ ସୁଧାର ପରେ ବି 2020ର ବାର୍ଷିକ ରିପୋର୍ଟକୁ ନେଇ କମ୍ପାନୀମାନେ ସତର୍କ ରହିଛନ୍ତି । ତେବେ ଏହାର ପ୍ରଭାବ ରୋଜଗାର ଓ ନିବେଶ ଉପରେ ପଡିପାରେ ବୋଲି ଆଶଙ୍କା କରାଯାଉଛି ।

ଆଇଏଚଏସ ମାର୍କିଟ ଇଣ୍ଡିଆର ପିଏମଆଇ (Manufacturing purchasing managers index) ଡିସେମ୍ବରରେ ବୃଦ୍ଧି ପାଇ 52.7 ପ୍ରତିଶତ ରହିଛି । ଯାହା ନଭେମ୍ବରରେ 51.2 ପ୍ରତିଶତ ରହିଥିଲା ।

ଆଇଏଚଏସ ମାର୍କିଟର ପ୍ରମୁଖ ଅର୍ଥଶାସ୍ତ୍ରୀ ପୋଲିୟାନା ଡି ଲିମା କହିଛନ୍ତି ଯେ, ଚାହିଦା ବୃଦ୍ଧିର ଲାଭ ଉଠାଇ କାରଖାନାଗୁଡିକ ମେ ପରେ ଉତ୍ପାଦନକୁ ଦ୍ରୁତ ଗତିରେ ବଢାଇଥିଲେ । ଡିସେମ୍ବରରେ ରୋଜଗାର ଓ କ୍ରୟ ମଧ୍ୟ ବହୁଳ ମାତ୍ରାରେ ବୃଦ୍ଧି ହୋଇଥିଲା ।

ଏହା ବ୍ୟତିତ ବିଶ୍ବସ୍ତରରେ ଅଧିକ ଚାହିଦା ଯୋଗୁଁ ମୋଟ ବିକ୍ରି ବଢିଥିଲା । ରପ୍ତାନୀ ପାଇଁ ନୂଆ ଅର୍ଡରରେ ଲଗାତାର 26 ତମ ମାସରେ ସାମାନ୍ୟ ବୃଦ୍ଧି ହୋଇଛି । ବିନିର୍ମାଣ କ୍ଷେତ୍ରରେ ପିଏମଆଇ ଲଗାତାର 29 ମାସ ମାସରେ 50 ପଏଣ୍ଟରୁ ଉପରେ ରହିଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.