ETV Bharat / business

ଚଳିତ ଆର୍ଥିକ ବର୍ଷ ଜିଡିପିରେ 6.4% ହ୍ରାସ ସମ୍ଭାବନା: ରିପୋର୍ଟ

author img

By

Published : Jul 2, 2020, 7:57 PM IST

ଅନେକ ପ୍ରକାର ସେବା ଆରମ୍ଭ କରିବା ସହ ଲୋକଙ୍କ ଯାତାୟତ ଉପରେ ଏବେ ବି ପ୍ରତିବନ୍ଧକ ରହିଛି । ସ୍ଥିତି ତୃତୀୟ ତ୍ରୟମାସର ଶେଷରେ ସ୍ବାଭାବିକ ହୋଇପାରେ । ଅଧିକ ପଢନ୍ତୁ..

ଚଳିତ ଆର୍ଥିକ ବର୍ଷ ଜିଡିପିରେ 6.4 ପ୍ରତିଶତ ହ୍ରାସ ସମ୍ଭାବନା : ରିପୋର୍ଟ

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ 6.4 ପ୍ରତିଶତ ହ୍ରାସ ହୋଇପାରେ । କ୍ରେଡିଟ ରେଟିଂ ଏଜେନ୍ସି କେୟାର ରେଟିଂ ଗୁରୁବାର ଏନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ।

ଏଜେନ୍ସି କହିଛି କି କୋଭିଡ-19 ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ କଟକଣା ଏବେ ବି ସମ୍ପୂର୍ଣ୍ଣ ରୂପେ କୋହଳ ହୋଇନାହିଁ । ଏଥିପାଇଁ ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ସ୍ବାଭାବିକ ହୋଇନି । ଏହା ପୂର୍ବରୁ ଏଜେନ୍ସି ମେ ମାସରେ 2020-21 ଆର୍ଥକ ବର୍ଷର ଜିଡିପି 1.5ରୁ 1.6 ପ୍ରତିଶତ ହ୍ରାସ ନେଇ ଅନୁମାନ ପ୍ରକାଶ କରିଥିଲା । କେୟାର ରେଟିଂର କହିବା ଅନୁଯାୟୀ ଦେଶରେ ଜୁଲାଇରେ ମଧ୍ୟ ଲକଡାଉନ ଜାରି ରହିଛି ।

ଅନେକ ପ୍ରକାର ସେବା ଆରମ୍ଭ କରିବା ସହ ଲୋକଙ୍କ ଯାତାୟତ ଉପରେ ଏବେ ବି ପ୍ରତିବନ୍ଧକ ରହିଛି । ସ୍ଥିତି ତୃତୀୟ ତ୍ରୟମାସର ଶେଷରେ ସ୍ବାଭାବିକ ହୋଇପାରେ । ତେବେ ବହୁତ ସମ୍ଭାବନା ରହିଛି କି ଏହା ଚତୁର୍ଥ ତ୍ରୟମାସରେ ହେବ ।

ରେଟିଂ ଏଜେନ୍ସି ଏକ ରିପୋର୍ଟରେ କହିଛି କି, ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମର ଅନୁମାନ ରହିଛି କି ଜିଡିପିରେ 2020-21ରେ 6.4 ପ୍ରତିଶତ ଓ GVAରେ 6.1 ପ୍ରତିଶତ ହ୍ରାସ ଆସିପାରେ ।

ପ୍ରକାଶ ଯେ, 2019-20 ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 4.2 ପ୍ରତିଶତ ରହିଛି । ଯାହାକି ପାଖାପାଖୀ 1 ଦର୍ଶର ସର୍ବନିମ୍ନ ସ୍ତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.