ETV Bharat / business

ବିଶ୍ବବ୍ୟାଙ୍କର ଅନୁମାନ, 9.6 ପ୍ରତିଶତ ଖସିବ ଜିଡିପି - India GDP

କୋରୋନା କଟକଣା ଓ ଲକଡାଉନ ଯୋଗୁଁ ପ୍ରଭାବିତ ଆର୍ଥିକ ଗତିବିଧି । ଏହାକୁ ଆକଳନ କରି ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ହାର ହ୍ରାସ ଅନୁମାନ କରିଛି । ଅଧିକ ପଢନ୍ତୁ..

ବିଶ୍ବବ୍ୟାଙ୍କର ଅନୁମାନ, 9.6 ପ୍ରତିଶତ ଖସିବ ଜିଡିପି

author img

By

Published : Oct 8, 2020, 8:04 PM IST

ୱାଶିଂଟନ: କୋରୋନା ମହାମାରୀ ପ୍ରତିହିତ ପାଇଁ ଲମ୍ବା ଲକଡାଉନ ଯୋଗୁଁ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥା । ଏଥିଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ 9.6 ପ୍ରତିଶତ ହ୍ରାସ ଦେଖିବାକୁ ମିଳିପାରେ । ଗୁରୁବାର ବିଶ୍ବବ୍ୟାଙ୍କ ପକ୍ଷରୁ ଏ ନେଇ ଅନୁମାନ କରାଯାଇଛି ।

ବିଶ୍ବ ବ୍ୟାଙ୍କ କହିଛି କି ଭାରତର ଆର୍ଥିକ ସ୍ଥିତି ଏହା ପୂର୍ବରୁ କୌଣସି ବି ସମୟ ତୁଳନାରେ ଖରାପ ରହିଛି । କୋରୋନା ଭାଇରସ ମହାମାରୀ ଯୋଗୁଁ କମ୍ପାନୀ ଏବଂ ଲୋକଙ୍କୁ ଆର୍ଥିକ ଝଟକା ଲାଗିଛି । ଏଥିସହ ହିଁ ମହାମାରୀ ପ୍ରସାରକୁ ରୋକିବା ପାଇଁ ସମଗ୍ର ଦେଶରେ ଲାଗୁ ଲକଡାଉନର ପ୍ରତିକୂଳ ପ୍ରଭାବ ପଡିଛି ।

ବିଶ୍ବବ୍ୟାଙ୍କ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ସହ ବାର୍ଷିକ ବୈଠକ ପୂର୍ବରୁ ଜାରି ସଦ୍ୟ ଦକ୍ଷିଣ ଏସିଆ ଆର୍ଥିକ କେନ୍ଦ୍ର ବିନ୍ଦୁ ରିପୋର୍ଟରେ ଏହି ଅନୁମାନ ଲଗାଇଛି ।

ରିପୋର୍ଟରେ ବିଶ୍ବବ୍ୟାଙ୍କ ଦକ୍ଷିଣ ଏସିଆ କ୍ଷେତ୍ରରେ 2020ରେ 7.7 ପ୍ରତିଶତର ଆର୍ଥିକ ହ୍ରାସ ଆସିବାର ଆଶଙ୍କା ଜାହିର କରିଛନ୍ତି । ଏଠାରେ ଗତ 5 ବର୍ଷ ମଧ୍ୟରେ ବାର୍ଷିକ 6 ପ୍ରତିଶତ ପାଖାପାଖି ବୃଦ୍ଧି ଦେଖିବାକୁ ମିଳିଛି ।

ସଦ୍ୟ ରିପୋର୍ଟରେ କୁହାଯାଇଛି କି , 2020 ମାର୍ଚ୍ଚରୁ ଆରମ୍ଭ ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପିରେ 9.6 ପ୍ରତିଶତ ହ୍ରାସ ଆସିବା ଅନୁମାନ ରହିଛି । ଯଦିଓ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି 2021ରେ ଆର୍ଥିକ ବୃଦ୍ଧି ହାର ପୁଣି କମବ୍ୟାକ କରିପାରେ ଓ 4.5 ପ୍ରତିଶତ ରହିପାରେ ।

ବିଶ୍ବବ୍ୟାଙ୍କ କହିଛି କି ଜନସଂଖ୍ୟା ବୃଦ୍ଧି ହିସାବକୁ ନେଲେ ପ୍ରତି ବ୍ୟକ୍ତି ଆୟ 2019 ଅନୁମାନରୁ 6 ପ୍ରତିଶତ ତଳେ ରହିପାରେ । ଏଥିରୁ ସଙ୍କେତ ମିଳିଛି କି 2021ରେ ଆର୍ଥିକ ବୃଦ୍ଧି ହାର ଯଦିଓ ସକରାତ୍ମକ ରହିବ, କିନ୍ତୁ ଏହା ଦ୍ବାରା ଚଳିତ ଆର୍ଥିକ ବର୍ଷରେ ହୋଇଥିବା କ୍ଷତିର ଭରଣ ହୋଇପାରିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.