ETV Bharat / business

582 ଅରବ ଡଲାରକୁ ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର - Indias forex reserves rise to 582 bn dollar

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମାର୍ଚ୍ଚ 12 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି (ଏଫସିଏ) ରେ ବୃଦ୍ଧି ହେବା ଯୋଗୁଁ ମୋଟ ବିଦେଶୀ ବିନିମୟ ଭଣ୍ଡାରରେ ବୃଦ୍ଧି ରେକର୍ଡ ହୋଇଛି । ଅଧିକ ପଢନ୍ତୁ..

582 ଅରବ ଡଲାରକୁ ବଢିଲା  ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Mar 26, 2021, 9:46 PM IST

ମୁମ୍ବାଇ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଉପରମୁହାଁ । ମାର୍ଚ୍ଚ 19 ସମାପ୍ତ ସପ୍ତାହରେ ଭଣ୍ଡାର 23.3 କୋଟି ଡଲାର ବଢି 582.271 ଅରବ ଡଲାରରେ ପହଞ୍ଚିଛି । ଶୁକ୍ରବାର ଜାରି ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟରେ ଏ ନେଇ ସୂଚନା ଦିଆଯାଇଛି । ଏହା ପୂର୍ବରୁ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 1.74 ଅରବ ଡଲାର ବଢି 582.04 ଅରବ ଡଲାର ହୋଇଛି ।

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମାର୍ଚ୍ଚ 12 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି (ଏଫସିଏ) ରେ ବୃଦ୍ଧି ହେବା ଯୋଗୁଁ ମୋଟ ବିଦେଶୀ ବିନିମୟ ଭଣ୍ଡାରରେ ବୃଦ୍ଧି ରେକର୍ଡ ହୋଇଛି । ବିଦେଶୀମୁଦ୍ରା ପରିସ୍ପତ୍ତି , ମୋଟ ବିଦେଶୀ ମୁଦ୍ରା ଭଣ୍ଡାରର ଗୁରୁତ୍ବପୂର୍ଣ୍ଣ ପାର୍ଟ ହୋଇଥାଏ ।

ରିଜର୍ଭ ବ୍ୟାଙ୍କର ସାପ୍ତାହିକ ତଥ୍ୟ ଅନୁସାରେ ସମୀକ୍ଷାଧୀନ ଅବଧିରେ ଏଫସିଏ 15.7 କୋଟି ଡଲାର ବଢି 541.18 ଅରବ ଡଲାର ହୋଇଛି । ଏଫସିଏକୁ ଡଲାରରେ ଦର୍ଶା୍ଯାଇଥାଏ । ହେଲେ ଏଥିରେ ୟୁରୋ, ପାଉଣ୍ଡ ଓ ୟେନ ଭଳି ଅନ୍ୟ ବିଦେଶୀ ସମ୍ପତ୍ତି ମଧ୍ୟ ସାମିଲ ହୋଇଥାଏ ।

ତଥ୍ୟ ଅନୁସାରେ ଲଗାତାର ଦ୍ବିତୀୟ ସପ୍ତାହ ସ୍ବର୍ଣ୍ଣ ଭଣ୍ଡାର ବଢିଛି । ଦେଶର ସ୍ବର୍ଣ୍ଣ ଭଣ୍ଡାରର ମୂଲ୍ୟ 8 କୋଟି ଡଲାର ବଢି 34.63 ଅରବ ଡଲାର ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.