ETV Bharat / business

ଚଳିତ ଆର୍ଥିକ ବର୍ଷରେ 8.3% ବଢିବ ଭାରତୀୟ ଅର୍ଥନୀତି !

author img

By

Published : Oct 8, 2021, 3:04 PM IST

ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୮.୩ ପ୍ରତିଶତ ବୃଦ୍ଧି ପାଇବ । ଏହି ଅଭିବୃଦ୍ଧି ହାର ସହ ଭାରତୀୟ ଅର୍ଥନୀତି ବିଶ୍ବର ଦ୍ବିତୀୟ ଦ୍ରୁତତମ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର ହେବ । ଅନୁମାନ କଲା ବିଶ୍ବ ବ୍ୟାଙ୍କ । ଅଧିକ ପଢନ୍ତୁ...

ଚଳିତ ଆର୍ଥିକ ବର୍ଷରେ 8.3% ବଢିବ ଭାରତୀୟ ଅର୍ଥନୀତି !
ଚଳିତ ଆର୍ଥିକ ବର୍ଷରେ 8.3% ବଢିବ ଭାରତୀୟ ଅର୍ଥନୀତି !

ୱାଶିଂଟନ: ବଢିବ ଭାରତୀୟ ଅର୍ଥନୀତି । ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୮.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଏହି ଅଭିବୃଦ୍ଧି ହାର ସହ ଭାରତର ଅର୍ଥବ୍ୟବସ୍ଥା ବିଶ୍ବର ଦ୍ବିତୀୟ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ର ହେବ ବୋଲି ଆକଳନ କରିଛି ବିଶ୍ବ ବ୍ୟାଙ୍କ । ଦେଶରେ ମହାମାରୀର ହ୍ରାସ ମଧ୍ୟରେ ଗୁରୁବାର ବିଶ୍ବ ବ୍ୟାଙ୍କର ଆଞ୍ଚଳିକ ଅର୍ଥନୀତି ଅପଡେଟ୍ ପ୍ରକାଶ ପାଇଛି । ଯେଉଁଥିରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ନେଇ ଆଶାପୋଷଣ କରାଯାଇଛି ।

ଗ୍ଲୋବାଲ ଇକୋନୋମୀ ପ୍ରୋସପେକ୍ଟ ରିପୋର୍ଟରେ ବିଶ୍ବ ବ୍ୟାଙ୍କ କହିଛି ଯେ, ଭାରତର ୨୦୨୦-୨୧ ଆର୍ଥିକ ବର୍ଷରେ ସେବାକ୍ଷେତ୍ରରେ ଆଖିଦୃଶିଆ ପୁନଃରୁଦ୍ଧାର ଆଶା କରାଯାଉଥିଲା । ହେଲେ କୋଭିଡର ଦ୍ବିତୀୟ ଲହର ଦେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ଯେଉଁ କାରଣରୁ ଅପ୍ରତ୍ୟାଶିତ ଭାବେ ଖସିଥିଲା ଅର୍ଥବ୍ୟବସ୍ଥା ।

ବିଶ୍ବ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଜାରି ଅପଡେଟ୍ ଅନୁଯାୟୀ, ମହାମାରୀ ସଙ୍କଟ ଯୋଗୁଁ ଭାରତର ମୋଟ ଘରୋଇ ଉତ୍ପାଦ(GDP) ୭.୩ ହ୍ରାସ ପାଇଥିବାବେଳେ ଚଳିତ ବର୍ଷ ଏହା ୮.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିବ ବୋଲି ଆଶା କରାଯାଉଛି । ସେହିପରି ଆସନ୍ତା ବର୍ଷ ମଧ୍ୟ ଜିଡିପି ୭.୫ ପ୍ରତିଶତ ଏବଂ ୨୦୨୩-୨୪ ବର୍ଷରେ ୬.୫ ପ୍ରତିଶତ ରହିବା ନେଇ ଆକଳନ କରିଛି ବିଶ୍ବ ବ୍ୟାଙ୍କ ।

ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ଚୀନ ଅର୍ଥନୀତି ଚଳିତ କ୍ୟାଲେଣ୍ଡର ବର୍ଷରେ ୮.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିବା ନେଇ ମଧ୍ୟ ଆକଳନ କରିଛି ବ୍ୟାଙ୍କ । ଏଥିସହ ଆସନ୍ତା ବର୍ଷରେ ଚୀନ ଅଭିବୃଦ୍ଧି ହାର ହ୍ରାସ ପାଇ ୫.୪ ପ୍ରତିଶତ ଏବଂ ୨୦୨୩ରେ ୫.୩ ପ୍ରତିଶତ ରହିବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । କହିରଖୁଛୁ କି ଗତବର୍ଷ ଚୀନ ଅର୍ଥନୀତି ୨.୩ ପ୍ରତିଶତ ବୃଦ୍ଧି ରେକର୍ଡ କରିଥିଲା ।

ସମଗ୍ର ଏସୀୟ ରାଷ୍ଟ୍ରକୁ ବିଚାର କଲେ, ବିଶ୍ବ ବ୍ୟାଙ୍କ କହିଛି ଯେ ଏ ବର୍ଷ ଏବଂ ଆସନ୍ତା ବର୍ଷ ମୋଟ ଘରୋଇ ଉତ୍ପାଦ ବୃଦ୍ଧି 7.1 ରହିବ । ମାଳଦ୍ବୀପର ୩.୮ ବିଲିୟନ ଡଲାର ବିଶିଷ୍ଟ କ୍ଷୁଦ୍ର ଅର୍ଥବ୍ୟବସ୍ଥା ଯାହା ପୂର୍ବ କ୍ୟାଲେଣ୍ଡର ବର୍ଷରେ ୩୩.୬ ପ୍ରତିଶତ ସବୁଠୁ ଅଧିକ ହ୍ରାସ ରେକର୍ଡ କରିଥିଲା ଚଳିତ ବର୍ଷ ତାହା ୨୨.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ନେଇ ଆଶା କରାଯାଇଛି । ଗତ ବର୍ଷ ୫ ପ୍ରତିଶତ ଅଭିବୃଦ୍ଧି ହାତେଇଥିବା ବାଂଲାଦେଶ ଏଥର ୬.୪ ପ୍ରତିଶତ ରହିବ ବୋଲି କହିଛି ବିଶ୍ବ ବ୍ୟାଙ୍କ । ସମାନ ଭାବେ ୧.୨ ନେଗେଟିଭ ଅଭିବୃଦ୍ଧି ପାଇଥିବା ଭୁଟାନର ମଧ୍ୟ ଚଳିତ ବର୍ଷ ଅର୍ଥନୀତିରେ ସୁଧାର ସହ ୩.୬ ପ୍ରତିଶତରେ ପହଞ୍ଚିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.