ETV Bharat / business

10 ବର୍ଷର ସର୍ବନିମ୍ନ ସ୍ତରରେ ତେଲ ଆମଦାନୀ

author img

By

Published : Aug 22, 2020, 9:02 PM IST

2010 ମାର୍ଚ୍ଚ ପରେ ଏ ବର୍ଷ ଜୁଲାଇରେ ତୈଳ ଆମଦାନୀ ରେକର୍ଡ ହ୍ରାସ ହୋଇଛି । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଲଗାତାର ଲକଡାଉନ କଟକଣା ବଢୁଛି । ଫଳରେ ଅଶୋଧିତ ତୈଳ ଚାହିଦାରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

10 ବର୍ଷର ସର୍ବନିମ୍ନ ସ୍ତରରେ ତେଲ ଆମଦାନୀ
10 ବର୍ଷର ସର୍ବନିମ୍ନ ସ୍ତରରେ ତେଲ ଆମଦାନୀ

ନୂଆଦିଲ୍ଲୀ: ଜୁଲାଇ ମାସରେ ଦେଶର ଅଶୋଧିତ ତୈଳ ଆମଦାନୀ 10 ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି । ସରକାରୀ ରିପୋର୍ଟ ଅନୁସାରେ ଜୁଲାଇରେ ଅଶୋଧିତ ତୈଳ ଆମଦାନୀ ଗତ ବର୍ଷ ସମାନ ମାସ ତୁଳନାରେ 36.4 ପ୍ରତିଶତରୁ ଅଧିକ ହ୍ରାସ ପାଇ 12.34 ମିଲିୟନ ଟନ( 1.234 କୋଟି ଟନ) ରହିଛି । ଯାହାକି 10 ବର୍ଷର ସବୁଠୁ ତଳ ସ୍ତର ।

2010 ମାର୍ଚ୍ଚ ପରେ ଏ ବର୍ଷ ଜୁଲାଇରେ ତୈଳ ଆମଦାନୀ ରେକର୍ଡ ହ୍ରାସ ହୋଇଛି । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଲଗାତାର ଲକଡାଉନ କଟକଣା ବଢୁଛି । ଫଳରେ ଅଶୋଧିତ ତୈଳ ଚାହିଦାରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ଏପେଟ ରିଫାଇନାରୀ ୟୁନିଟ ମଧ୍ୟ ଖର୍ଚ୍ଚ ଅଧିକ ଯୋଗୁଁ କାମ ଧୀମା କରିଛି ।

ଏସବୁ ସଙ୍କଟ ମଧ୍ୟରେ ଲଗାତାର 4ର୍ଥ ମାସ ପାଇଁ ତେଲ ଚାହିଦା ହ୍ରାସ ପାଇଛି । ଏ ନେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ପେଟ୍ରୋଲିୟମ ଯୋଜନା ଏବଂ ଆନାଲିସିସ୍ ସେଲ (PPAC) ତଥ୍ୟ ଦର୍ଶାଇଛି ।

ଇନ୍ଧନ ଚାହିଦା ଦେଖିବାକୁ ଗଲେ ବିଶ୍ବରେ ତୃତୀୟ ବୃହତ୍ତ ତୈଳ ଆମଦାନୀକାରୀ ରାଷ୍ଟ୍ର ହେଉଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.