ETV Bharat / business

କୋଭିଡ୍‌ ମାଡ: 35,000 କୋଟି ହରାଇଲା ଭାରତୀୟ ରେଲୱେ - କୋରୋନା ପ୍ରହାର

ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଯାତ୍ରୀ ଟ୍ରେନର କ୍ଷତି ଏବେ ମାଲ ପରିବହନର ଭରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ...

ଭାରତୀୟରେଳକୁ କୋରୋନା ପ୍ରହାର
ଭାରତୀୟରେଳକୁ କୋରୋନା ପ୍ରହାର
author img

By

Published : Jul 29, 2020, 8:44 AM IST

ନୂଆଦିଲ୍ଲୀ: କୋରୋନା ଲଢେଇରେ ଦେଶର ବିଭିନ୍ନ କ୍ଷେତ୍ର ଅନେକ କ୍ଷତି ସହୁଛି । ଭାରତୀୟ ରେଳ ବିଭାଗ ମାତ୍ରାଧିକ ପ୍ରଭାବିତ ହୋଇଛି । ଯାତ୍ରୀବାହୀ ଟ୍ରେନ ଚଳାଚଳ ଉପରେ ଲାଗି ରହିଥିବା ସସପେନ୍ସ ଯୋଗୁଁ ଭାରତୀୟ ରେଳକୁ 35 ହଜାର କୋଟିର ରାଜସ୍ବ ହରାଇବାକୁ ପଡିଛି ।

ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗତ ବର୍ଷ 50 ହଜାର କୋଟି ତୁଳନାରେ ଚଳିତ ବର୍ଷ ଯାତ୍ରୀ ବିଭାଗର ରାଜସ୍ବ 10-15 ପ୍ରତିଶତ ରଖାଯାଇଛି । ଯାହାର ଅର୍ଥ ଯାତ୍ରୀ ବିଭାଗରୁ 30-35,000 କୋଟି ରାଜସ୍ବ ହ୍ରାସ ପାଇବ ।

ସେ ପୁଣି କହିଛନ୍ତି, ଯାତ୍ରୀ ବିଭାଗରୁ ଯାହା କ୍ଷତି ତାହା ମାଲ ପରିବହନ ମାଧ୍ୟମରେ ଭରଣ କରିବାକୁ ଚେଷ୍ଟା କରାଯିବ । ତେଣୁ, ମାଲ ପରିବହନ ପାଇଁ ଏପରି ଏକ ଲକ୍ଷ୍ୟ ସ୍ଥିର କରାଯାଇଛି ଯାହା ଯାତ୍ରୀ ଯାତାୟାରୁ ହେଉଥିବା କ୍ଷତିକୁ, ଏହାକୁ ମାଲ ପରିବହନ ଟ୍ରାଫିକ୍ କରିହେବ। ମହାମାରୀ କୋରୋନା ପାଇଁ 231 ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । ଯେଉଁଥିରେ ହାରାହାରି 75 ପ୍ରତିଶତ କାମ କରୁଛନ୍ତି ।

ଏସବୁ ମଧ୍ୟରେ ଭାରତୀୟ ରେଳବାଇ କୋଭିଡ ସମୟରେ ଗତ ବର୍ଷର ତୁଳନାରେ ମାଲ ପରିବହନ ଟ୍ରାଫିକ୍ ଟାଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଜୁଲାଇ 27 ରେ, ମାଲ ପରିବହନ ଲୋଡିଂ 3.13 MT ହାସଲ କରିଥିଲା, ଯାହା ଗତ ବର୍ଷ 3.12 MT ଥିଲା ।

ରେଳ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଭିତ୍ତିଭୂମି ବିକାଶ ତଥା ଯୁକ୍ତିଯୁକ୍ତ ନୀତି ମାଧ୍ୟମରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଆହୁରି 50 ପ୍ରତିଶତ ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାଲବାହୀ ଟ୍ରେନର ହାରାହାରି ଗତି ମଧ୍ୟ 45-46 କିଲୋମିଟର ପର୍ଯ୍ୟନ୍ତ ଦ୍ୱିଗୁଣିତ ହୋଇଛି ।

ଜୁଲାଇ 27 ରେ, ଭାରତୀୟ ରେଳବାଇରେ ମୋଟ 1039 ଟି ରେକ୍ ମାଲ ପରିବହନ କରାଯାଇଥିଲା ଯେଉଁଥିରେ 76 ଟି ଖାଦ୍ୟ ଶସ୍ୟ, 67 ଟି ସାର, 49 ଟି ଇସ୍ପାତ, 113 ଟି ସିମେଣ୍ଟ, 113 ଟି ଲୁହାପଥର ଏବଂ 363 ଟି କୋଇଲା ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.