ETV Bharat / business

2019ରେ ଭାରତ ସର୍ବାଧିକ ଏଫଡିଆଇ ପାଇଥିବା ନବମ ଦେଶ: UN

ଭାରତ 2019ରେ ନବମ ସର୍ବାଧିକ ଏଫଡିଆଇ ପ୍ରାପ୍ତ ଦେଶ ହୋଇଛି। କୋଭିଡ-19 ପରେ ଦେଶ ଦୁର୍ବଳ ହୋଇପଡିଛି ସତ । ହେଲେ ଆର୍ଥିକ ବୃଦ୍ଧି ହାସଲ ଦିଗରେ ସକରାତ୍ମକ ସଙ୍କେତ ଓ ଦେଶର ବ୍ୟାପକ ବଜାରରେ ନିବେଶକୁ ଆକର୍ଷିତ କରିଚାଲିଥିବ । ଅଧିକ ପଢନ୍ତୁ..

author img

By

Published : Jun 16, 2020, 8:36 PM IST

FDI in India
ଏଫଡିଆଇ

ନ୍ୟୁୟର୍କ: ଭାରତକୁ 2019ରେ 51 ଅରବ ଡଲାର ବିଦେଶୀ ନିବେଶ ମିଳିଥିଲା । ଆଉ ଏହି ବର୍ଷ ଭାରତ ଦୁନିଆର ସବୁଠୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫଡିଆଇ) ପାଇଥିବା ଦେଶ ଲିଷ୍ଟର ନବମ ସ୍ଥାନରେ ରହିଛି । ମିଳିତ ଜାତିସଂଘର ବ୍ୟବସାୟ ୟୁନିଟର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ୟୁଏନର ବ୍ୟାପର ଏବଂ ବିକାଶ ସମ୍ମିଳନୀ (UNCTAD)ସୋମବାର ଜାରି କରିଥିବା ଏକ ରିପୋର୍ଟରେ କୁହାଯାଇଛି କି, ଭାରତରେ କୋଭିଡ-19 ପରେ ଦୁର୍ବଳ ହୋଇପଡିଛି । ହେଲେ ଆର୍ଥିକ ବୃଦ୍ଧି ହାସଲ ଦିଗରେ ସକରାତ୍ମକ ସଙ୍କେତ ଓ ଦେଶର ବ୍ୟାପକ ବଜାରରେ ନିବେଶକୁ ଆକର୍ଷିତ କରିଚାଲିଥିବ ।

UNCTAD ବିଶ୍ବ ନିବେଶ ରିପୋର୍ଟ 2020ରେ ଦର୍ଶାଯାଇଛି ଯେ, 2019ରେ ଭାରତରେ ଏଫିଡିଆ ହାସଲରେ ନବମ ରହିଛି । ଯେତେବେଳେ କି 2018ରେ ଭାରତକୁ 42 ଅରବ ଡଲାର ଏଫଡିଆଇ ମିଳିଥିଲା । ସେତେବେଳେ ଭାରତ ଏଫଡିଆଇ ପାଇଥିବା ଟପ୍‌ 20 ଦେଶରେ 12 ନମ୍ବରରେ ରହିଥିଲା ।

ବିକାଶଶୀଳ ଏସିଆ କ୍ଷେତ୍ରରେ ଭାରତ ସବୁଠୁ ଅଧିକ ଏଫଡିଆଇ ପ୍ରାପ୍ତ କରିଥିବା ଶୀର୍ଷ 5 ଦେଶରେ ସାମିଲ ହୋଇଛି । ରିପୋର୍ଟରେ କୁହାଯାଇଛି କି 2020ରେ ସମଗ୍ର ବିଶ୍ବରେ ପ୍ରତ୍ୟକ୍ଷ ବିଦେଶୀ ନିବେଶରେ 40 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଅନୁମାନ ଲଗାଯାଇଛି । ଏହି ହ୍ରାସ 2019ରେ ହୋଇଥିବା 1,540 ଅରବ ଡଲାର ପ୍ରବାହ ତୁଳନାରେ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.